|
logo
Live

Argus News - ଅଧାରୁ ପାଠ ଛାଡିଥିଲେ, କ୍ଷେତରେ କାମ କରୁଥିଲେ...ଏବେ ମୁଖ୍ୟମନ୍ତ୍ରୀ

National

ଅଧାରୁ ପାଠ ଛାଡିଥିଲେ, କ୍ଷେତରେ କାମ କରୁଥିଲେ...ଏବେ ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·2 years ago·2 min read
ଅଧାରୁ ପାଠ ଛାଡିଥିଲେ, କ୍ଷେତରେ କାମ କରୁଥିଲେ...ଏବେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ସହଜ ନଥିଲା ଯାତ୍ରା । କେତେବେଳେ ବାପା ମା ତ କେତେବେଳେ ଘର ପରିବାର ଚିନ୍ତା । ଘରର ଆଶାବାଡି ଥିଲେ । ପରିବାର ପାଇଁ ଅଧାରୁ ପାଠ ଛାଡିଥିଲେ । ସ୍କୁଲ ନ ଯାଇ କ୍ଷେତରେ କାମ କରୁଥିଲେ । ସେ ଦିନ ମନେ ପଡିଲେ ଆଜି ବି ଭାଇ ଭଉଣୀଙ୍କ ଆଖିରେ ଲୁହ ଜକେଇ ଆସୁଛି । ସେ କଷ୍ଟର ଦିନ ସେ ଗରିବିର ଦିନ ଆଜି ବି ଆଖି ଆଗରେ ନାଚି ଉଠେ।

ତାରିଖ ଡିସେମ୍ବର 10 । ରବିବାର ଅପରାହ୍ନ ପ୍ରାୟ 3 ଟା ହେବ । ବିଜେପି ବିଧାୟକ ଦଳ ବୈଠକରେ ବିଷ୍ଣଦେଓଙ୍କ ନାଁରେ ମୋହର ବାଜେ । ଘୋଷଣା ହୁଏ ବିଷ୍ଣୁଦେଓ ସାଏ ହେବେ ଛତିଶଗଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । 

ନାଚି ଉଠନ୍ତି ନେତା କର୍ମୀଠୁ ଆରମ୍ଭ କରି ପରିବାର ଲୋକେ । ଚାରିଆଡେ ହୁରି ପଡିଯାଏ । 

ଘରେ ପୂଜାର୍ଚ୍ଚନା ଆରମ୍ଭ ହୁଏ । ମା, ଭାଇ ଖୁସିରେ ମିଠା ବାଣ୍ଟନ୍ତି । ଚାରିଆଡୁ ଛୁଟେ ଶୁଭେଚ୍ଛାର ସୁଅ ।

ହଁ ଇଏ ସେହି ବିଷ୍ଣୁ ଯିଏ ଦିନେ ଘର ସମ୍ଭାଳିବାକୁ ପାଠ ପଢା ଛାଡିଦେଇଥିଲେ । କ୍ଷେତରେ କାମ କରୁଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

୧୯୬୪ ଫେବ୍ରୁଆରୀ ୨୧ରେ ଯାସପୁର ଜିଲ୍ଲାର ଏକ ଆଦିବାସୀ ପରିବାରରେ ଜନ୍ମ ହୋଇଥିଲେ ବିଷ୍ଣୁଦେବ । ଯେତେବେଳେ ବାପା ବଞ୍ଚିଥିଲେ ସବୁ ଠିକ୍ ଥିଲା । ପ୍ରାଇମେରୀ ପାଠ ପଢା ଭଲରେ ଭଲରେ ହେଇଗଲା । ହେଲେ ହଠାତ୍ ବାପାଙ୍କ ନିଧନ ସବୁ କିଛି ଓଲଟପାଲଟ କରିଦେଲା । ଘର ସମ୍ଭାଳିବାକୁ କଲେଜରୁ ଅଧାରୁ ପାଠ ଛାଡିଲେ । କ୍ଷେତରେ କାମ କଲେ । ତା ପରେ ଜୀବନରେ କିଛି କରି ଦେଖାଇବାର ଇଚ୍ଛା ଯୋଗୁଁ ରାଜନୀତିକୁ ଏଣ୍ଟ୍ରି କରନ୍ତି ବିଷ୍ଣୁ । 

ସରପଞ୍ଚରୁ ରାଜନୈତିକ କ୍ୟାରିଅର ଆରମ୍ଭ ହୁଏ । ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ଭୂମିକା ପାଇବା ସହିତ କେନ୍ଦ୍ରମନ୍ତ୍ରୀ ଓ ଏକାଧିକ ଥର ଲୋକସଭା ସାଂସଦ ହୋଇଥିଲେ। ତାଙ୍କ ଉପରେ ଲୋକଙ୍କ ଭରସା ଅଛି । ବିଶ୍ୱାସ ଅଛି । ଆଉ ଭଗବାନଙ୍କ ଆଶୀର୍ବାଦ ବି ଅଛି । 

ସେ ଘରେ ଯେମିତି ବାହାରେ ମଧ୍ୟ ଠିକ୍ ସେମିତି । ଛୋଟ ଛୁଆ ହୁଅନ୍ତୁ କି ବଡ ଲୋକ ସମସ୍ତଙ୍କର କେୟାର କରନ୍ତି । ଘରର କେହି ଜମେ ବଡ କାମ କରୁ । ଭଲ ପୋଷ୍ଟରେ ରହୁ । ଏହା ପ୍ରାୟ ସବୁ ପରିବାରର ଇଚ୍ଛା ଥାଏ । ଆଉ ସେ ଇଛା ଆଜି ପୁରା ହୋଇଛି ବୋଲି କହିଛନ୍ତି ତାଙ୍କ ଧର୍ମପତ୍ନୀ । ତାଙ୍କର ବ୍ୟକ୍ତିତ୍ୱ ଏମିତି ଯେ ପୁରା ଗାଁ ତାଙ୍କ ପାଇଁ ପୂଜା କରୁଥିଲା । ସବୁ ଚାହୁଁଥିଲେ ସେ ଯେମିତି ଘରର ମୁଖିଆ ସେମିତି ରାଜ୍ୟର ବି ମୁଖିଆ ବନନ୍ତୁ ।  


 

Sponsored
ଅଧାରୁ ପାଠ ଛାଡିଥିଲେ, କ୍ଷେତରେ କାମ କରୁଥିଲେ...ଏବେ ମୁଖ୍ୟମନ୍ତ୍ରୀ | Argus News