ଗୁପଚୁପ୍ ବିକାଳୀଙ୍କ ଅଜବ ଅଫର: ଥରେ ଟଙ୍କା ଦିଅନ୍ତୁ, ଜୀବନସାରା ଖାଆନ୍ତୁ

ଥରେ ଟଙ୍କା ଦିଅନ୍ତୁ, ଜୀବନସାରା ଗୁପ୍ଚୁପ୍ ଖାଆନ୍ତୁ । ଏପରି ଏକ ଅଜବ ଅଫର ଦେଇଛନ୍ତି ରାସ୍ତାକଡ଼ରେ ବିକୁଥିବା ଜଣେ ଗୁପ୍ଚୁପ୍ ବିକାଳୀ । ଏହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଲୋକେ ଏହି ଅଜବ ଅଫର ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
ସାଧାରଣତଃ ଗୁପ୍ଚୁପ୍ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି । ଭିନ୍ନ ଭିନ୍ନ ରାଜ୍ୟରେ ଗୋଲଗପ୍ପା ବା ଗୁପଚୁପ୍ ଅଲଗା ଅଲଗା ଉପାୟରେ ପ୍ରସ୍ତୁତ କରାଯାଇଥାଏ । ହେଲେ ଏହାର ଚାହିବା ସବୁଠି ଅଧିକ । ଏହି ଗୁପଚୁପ ଖାଇବାର ଚାହିଦାକୁ ବଢାଇବା ପାଇଁ ନାଗପୁରର ଜଣେ ଷ୍ଟ୍ରିଟ୍ ଭେଣ୍ଡର ଅଜବ ଉପାୟ ଆପଣାଇଛନ୍ତି। ନିଜର ଗୁପଚୁପ୍ ଷ୍ଟଲ୍କୁ ପ୍ରମୋଟ କରିବା ଏବଂ ଅଧିକରୁ ଅଧିକ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ପାଇଁ ଏପରି କରିଛନ୍ତି । ଯାହାକି ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
📱 Get Argus News App
✨#WATCH | Nagpur, Maharashtra | Panipuri vendor in Nagpur offers unique discounts such as unlimited lifetime Panipuri for Rs 99,000 or a reward of Rs 21,000 on eating 151 Panipuris in one sitting to attract customers. pic.twitter.com/pebmO2crx3
— ANI (@ANI) February 14, 2025
ନାଗପୁରର ଗୁପଚୁପ୍ ଭେଣ୍ଡର ବିଜୟ ମେୱାଲାଲ ଗୁପ୍ତା ଏବେ ଖୁବ୍ ଚର୍ଚ୍ଚାରେ । କାରଣ ତାଙ୍କ ପାଖକୁ ଗୁପଚୁପ୍ ଖାଇବାକୁ ଆସୁଥିବା ଲୋକଙ୍କୁ ସେ ଏକ ଅଫର ଦେଉଛନ୍ତି। ଅଫର ମୁତାବିକ , ଆପଣଙ୍କୁ ଭେଣ୍ଡରଙ୍କୁ କେବଳ ୯୯ ହଜାର ଟଙ୍କା ଦେବାକୁ ହେବ। ଏହାପରେ ସେ ଆପଣଙ୍କୁ ସାରାଜୀବନ ଗୁପଚୁପ୍ ସପ୍ଲାଇ କରିବେ। ପୂରା ଗ୍ୟାରଣ୍ଟି ପାଇଁ ଉଭୟ ପକ୍ଷର ଲୋକ ଷ୍ଟାମ୍ପ ପେପରରେ ଲିଗାଲ୍ ସାଇନ୍ ମଧ୍ୟ କରିବେ। ଗୁପଚୁପ୍ର ଏହି ଅଫର ଏତିକିରେ ସୀମିତ ନାହିଁ। ଯେଉଁ ଲୋକ ଏତେ ଦୀର୍ଘ ସମୟର କଣ୍ଟ୍ରାକ୍ଟ ନ କରିବାକୁ ଚାହାନ୍ତି ତ ତାଙ୍କ ପାଇଁ ମଧ୍ୟ କିଛି ଅଫର ରହିଛି। ଗୁପଚୁପ୍ ପାଇଁ ୫ହଜାର ଟଙ୍କା ଖର୍ଚ୍ଚ କରିବାର ବର୍ଷକରେ ୧୦ ହଜାର ଟଙ୍କାର ଗୁପଚୁପ୍ ଦିଆଯାଉଛି। ଏହି ଦୋକାନୀ ମହିଳା ଓ ଯୁବତୀଙ୍କ ପାଇଁ କିଛି ସ୍ୱତନ୍ତ୍ର ରିହାତି ମଧ୍ୟ କରିଛନ୍ତି।
ଏହି ଅଫର ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି। ଲୋକେ ଏହି ଭିଡ଼ିଓରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଯେଉଁଥିରେ କିଛି ଲୋକ ଷ୍ଟ୍ରିଟ୍ ଭେଣ୍ଡରର ମାର୍କେଟିଂ ଷ୍ଟ୍ରେଟଜିର ପ୍ରଶଂସା କରୁଥିବା ବେଳେ କିଛି ଲୋକ ଏହାକୁ ଥଟ୍ଟା ପରିହାସ କରିଛନ୍ତି ।