Videos
|
National

Lion Attack Video Viral / ସିଂହ ଆକ୍ରମଣ ଭିଡିଓ ଭାଇରାଲ: ୩୦ ମିନିଟ୍ ପାଇଁ ସିଂହର ପଞ୍ଝାରେ ଫସି ରହିଥିଲେ ଯୁବକ

Bikash Mohanty
Browse all articles by Bikash Mohanty
·2 weeks ago·2 min read
ସିଂହ ଆକ୍ରମଣ ଭିଡିଓ ଭାଇରାଲ: ୩୦ ମିନିଟ୍ ପାଇଁ ସିଂହର ପଞ୍ଝାରେ ଫସି ରହିଥିଲେ ଯୁବକ
Lion

Key Points

ସିଂହ ଆକ୍ରମଣ ଭିଡିଓ ଭାଇରାଲ
୩୦ ମିନିଟ୍  ସିଂହର ପଞ୍ଝାରେ ଫସି ରହିଥିଲେ ଯୁବକ
ଗୁଜୁରାତ ଭାବନଗରର ଘଟଣା
ଭାବନଗର,୧୪/୦୮: ବନ୍ୟପ୍ରାଣୀଙ୍କ ସାମ୍ନାରେ ପଡ଼ିଯିବା କେତେ ଭୟଙ୍କର ହୋଇପାରେ, ତାହାର ଏକ ଲୋମଟାଙ୍କୁରା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଜଣେ ଯୁବକ ତଳେ ପଡ଼ିଥିବା ବେଳେ ତାଙ୍କ ପାଖରେ ଏକ ସିଂହୀ ବସିଥିବା ଦେଖିବାକୁ ମିଳୁଛି। ସିଂହୀଟି ନିଜ ପଞ୍ଝାରେ ଯୁବକଙ୍କୁ ଧରି ରଖିଥିବା ଭଳି ଦୃଶ୍ୟ ଭିଡିଓରେ କଏଦ ହୋଇଛି।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦାବି ଅନୁଯାୟୀ, ଘଟଣାଟି ଗୁଜରାଟର ଭାବନଗର ଜିଲ୍ଲାର ପାଲିଟାନା ନିକଟବର୍ତ୍ତୀ ଅଞ୍ଚଳର ବୋଲି କୁହାଯାଉଛି। ଜଣେ ମାଲଧାରୀ ପରିବାରର ଗୋରୁ ଯତ୍ନ ନେଉଥିବା ଯୁବକଙ୍କୁ ସିଂହୀ ଆକ୍ରମଣ କରିଥିବା ଏବଂ ପ୍ରାୟ ୩୦ ମିନିଟ୍ ଧରି ତାଙ୍କୁ ନିଜ କବଳରେ ରଖିଥିବା ଦାବି କରାଯାଉଛି।

ଭାଇରାଲ ଭିଡିଓର ଆରମ୍ଭରେ ଏକ ରାସ୍ତା କଡ଼ରେ ଯୁବକଜଣକ ତଳେ ପଡ଼ିଥିବା ଦେଖାଯାଉଛି। ତାଙ୍କ ଅତି ନିକଟରେ ଏକ ସିଂହ ବସିଛି। ସିଂହର ଉପସ୍ଥିତି ଦେଖି ଆଖପାଖରେ ଥିବା ଲୋକମାନେ ଦୂରରୁ ଘଟଣାକୁ କ୍ୟାମେରାରେ ରେକର୍ଡ କରୁଥିବା ଦେଖାଯାଉଛି। ନିକଟରେ କିଛି ଗାଡ଼ି ଓ ଗଛ ମଧ୍ୟ ରହିଛି।

ପଢନ୍ତୁ ଏହି ଖବର: ବଏଫ୍ରେଣ୍ଡ ପାଇଁ ପିଟାପିଟି ହେଲେ ଦୁଇ ଝିଅ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସବୁଠାରୁ ଚିନ୍ତାଜନକ ଦୃଶ୍ୟ ହେଉଛି, ସିଂହଟି ଦୀର୍ଘ ସମୟ ଧରି ଯୁବକଙ୍କ ନିକଟରେ ରହିଛି। ଯୁବକ ଜଣକ ମଧ୍ୟ ଅଧିକ ହଲଚଲ କରୁନଥିବା ଭିଡିଓରୁ ଦେଖାଯାଉଛି। ଏହି ସମୟରେ ଚାରିପାଖରେ ଥିବା ଲୋକମାନେ ମଧ୍ୟ ସତର୍କ ଭାବରେ ଦୂରତା ବଜାୟ ରଖିଥିବା ଦେଖାଯାଉଛି।

କିଛି ସମୟ ପରେ ସିଂହଟି ଯୁବକଙ୍କୁ ଛାଡ଼ି ଆଗକୁ ଚାଲିଯାଉଛି। ପରେ ସେ ଏକ କୁଡ଼ିଆ ଭିତରକୁ ପ୍ରବେଶ କରୁଥିବା ଦୃଶ୍ୟ ମଧ୍ୟ ଭିଡିଓରେ ରହିଛି। ସିଂହଟି ଚାଲିଯିବା ପରେ ଯୁବକଙ୍କ ଅବସ୍ଥା କଣ ଥିଲା, ସେ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ବଞ୍ଚିଥିଲେ କି ନାହିଁ ଏନେଇ ଭାଇରାଲ ଭିଡିଓରେ କୌଣସି ସ୍ପଷ୍ଟ ସୂଚନା ମିଳୁନାହିଁ।
     
ଭିଡିଓଟି ଭାଇରାଲ୍ ହେବା ପରେ, ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଘଟଣା ଉପରେ ବିଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଅନେକ ଯୁବକଙ୍କ ସାହସକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ସେ ଏକ ଅତ୍ୟନ୍ତ କଷ୍ଟକର ପରିସ୍ଥିତିରେ ବୁଝାମଣା ଦେଖାଇଥିଲେ। କିଛି ବ୍ୟବହାରକାରୀ ଜଙ୍ଗଲରେ କିମ୍ବା ବନ୍ୟ ପ୍ରାଣୀମାନଙ୍କ ପାଖରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଥିଲେ।                       

ଏହି ଘଟଣା ପୁଣିଥରେ ଦର୍ଶାଇଛି ଯେ, ମଣିଷ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ସଂଘର୍ଷ କେତେ ଭୟଙ୍କର ରୂପ ନେଇପାରେ। ବିଶେଷକରି ସିଂହ ଚଳାଚଳ କରୁଥିବା ଅଞ୍ଚଳରେ ଲୋକଙ୍କୁ ବନ ବିଭାଗର ନିର୍ଦ୍ଦେଶ ଓ ସୁରକ୍ଷା ନିୟମ ପାଳନ କରିବା ଅତ୍ୟନ୍ତ ଜରୁରୀ।
Lion Attack Video Viral: Man Trapped Under Lion’s Paw for 30 Minutes | Argus News