Videos
|
National

ରୋଷେଇ ଘରେ ପଶିଲା ସିଂହ, ଭୟରେ ବାହାରକୁ ଦୌଡିଲେ ଘର ଲୋକେ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ରୋଷେଇ ଘରେ ପଶିଲା ସିଂହ, ଭୟରେ ବାହାରକୁ ଦୌଡିଲେ ଘର ଲୋକେ

ରାତି ଅଧରେ ଘର ଭିତରେ ପଶିଲା ସିଂହ । ଛାନିଆ ହୋଇ ବାହାରକୁ ଦୌଡିଲେ ଘର ଲୋକେ । ଏପରି କିଛି ଘଟଣା ଦେଖିବାକୁ ମିଳିଛି ଗୁଜୁରାଟର ଆମ୍ରେଲି ଜିଲ୍ଲା ମୁଲ୍ଲୁଭାଇ ରାମଭାଇ ଲଖାନ୍ନୋତ୍ରାଙ୍କ ଘରେ । ରାତିରେ ପ୍ରାୟ ପରିବାରର ସମସ୍ତ ଲୋକେ ଶୋଇଥିଲେ । ଏହି ସମୟରେ ଠିକ ମଧ୍ୟରାତ୍ରୀରେ ଜଣଙ୍କର ନିଦ ଭାଙ୍ଗି ଯାଇଥିଲା । ଆଉ ଏହି ସମୟରେ ସେ ଘରର ଅଧକାନ୍ଥ ପଟେ କିଛି ଦେଖିବାକୁ ପାଇଥିଲେ । ଆଉ ଭଲ କରି ଦେଖିବାରୁ ଜାଣି ପାରିଥିଲେ, ସିଂହଟେ ଘର ଭିତରକୁ ମୁଣ୍ଡ କାଢିଛି ।


ଘରର ଛାତ ଉପର କବାଟ ଖୋଲା ଥିବାରୁ ସେହି ବାଟ ଦେଇ ଘରର ରୋଷେଇ ଘରକୁ ପଶିଥିଲା ସିଂହ । ତେବେ ସିଂହକୁ ଦେଖିବା ପରେ ପରିବାର ଲୋକେ ଭୟରେ ଦୌଡାଦୌଡି ହୋଇ ବାହାରକୁ ଚାଲିଯାଇଥିଲେ । ପରେ ଗାଁ ଲୋକଙ୍କୁ ଡାକିଥିଲେ । ହେଲେ ସିଂହ ସେଠାରେ ପାଖାପାଖି ୨ ଘଣ୍ଟା ଯାଏଁ ବସି ରହିଥିଲା । ଗାଁ ଲୋକେ ଲାଇଟ ଲଗାଇ ବାଣ ଫୁଟାଇ ସିଂହକୁ ତଡିବାକୁ ଚେଷ୍ଟା କରିଥିଲେ । ପରେ ସେ ଜଙ୍ଗଲକୁ ଚାଲି ଯାଇଥିଲା । ତେବେ ସେହି ଅଞ୍ଚଳକୁ ସିଂହ ପଶି ଆସିବା କିଛି ନୂଆ କଥା ନୁହେଁ । ପୂର୍ବରୁ ମଧ୍ୟ ଅନେକ ଥର ସିଂହ ବୁଲୁଥିବାର ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Lion enters kitchen, family runs out in fear | Argus News