Videos
|
National

Family Story / ବାପାଙ୍କ ଶେଷ ପ୍ରତିଶ୍ରୁତିରେ କଇଁ କଇଁ କାନ୍ଦିଲା କୁନି ପୁଅ

Rashmita Mishra
Browse all articles by Rashmita Mishra
·2 weeks ago·3 min read
ବାପାଙ୍କ ଶେଷ ପ୍ରତିଶ୍ରୁତିରେ କଇଁ କଇଁ କାନ୍ଦିଲା କୁନି ପୁଅ
Family Story

Key Points

ମୃତ୍ୟୁ ପୂର୍ବରୁ ପୁଅକୁ ବାପାଙ୍କ ଶେଷ ଶିକ୍ଷା
‘ତୁ ହେବୁ ଘରର ମୁରବି’ କହି କାନ୍ଦିଲେ ବାପା
ମା’ ଓ ଭଉଣୀଙ୍କୁ ସମ୍ଭାଳିବୁ ପୁଅକୁ ବାପାଙ୍କ ଶେଷ କଥା
ବାପାଙ୍କ ଶେଷ ପ୍ରତିଶ୍ରୁତିରେ କଇଁ କଇଁ କାନ୍ଦିଲା କୁନି ପୁଅ 

ମୃତ୍ୟୁ ପୂର୍ବରୁ ପୁଅକୁ ବାପା ପଢ଼ାଇଲେ କର୍ତ୍ତବ୍ୟର ପାଠ... ମୁଁ ମରିଗଲା ପରେ ତୁ ଘରର ମୁରବି ହେବୁ ବୋଲି କହିଲେ । କୁନି ପୁଅକୁ ଦେଲେ ପରିବାରକୁ ସମ୍ଭାଳିବାର ମହାନ ମନ୍ତ୍ର । ବାପାଙ୍କର ଶେଷ କଥା ଶୁଣି କଇଁ କଇଁ ହୋଇ କାନ୍ଦିଲା ପୁଅ । ସେ ପରା ଏବେ ପରିବାର କ'ଣ ବୁଝିନି । ବହିର ପାଠକୁ ବୁଝୁ ନଥିବା ପୁଅଟି ପରିବାର ସମ୍ଭାଳିବାର ପାଠକୁ ବା କେମିତି ବୁଝିବ ।

କଣ୍ଢେଇ ସହ ଖେଳୁଥିବା ପୁଅଟି କେମିତି ବା ଏତେ ବଡ଼ ଦାୟିତ୍ବକୁ ମୁଣ୍ଡରେ ମୁଣ୍ଡାଇବ । କିନ୍ତୁ ସେ ସବୁକିଛି ବୁଝିଛି । ପାଖରେ ବଶି ଗୋଟି ଗୋଟି କଥା ଶୁଣିଛି ବାପାର ମୁହଁରୁ । ବାପାକୁ ପ୍ରତିଶ୍ରୁତି ଦେଇଛିକି ପୁରା ପରିବାରକୁ ସମ୍ଭାଳିବି ବୋଲି । ହାତରେ ହାତ ମିଶାଇ କହିଛି ବାପା ତୁମେ ବିଲକୁଲବି ବ୍ୟସ୍ତ ହୁଅନ୍ତି ।

ମୃତ୍ୟୁର କିଛି ଦିନ ପୂର୍ବରୁ ବାପା ପୁଅ ଭିତରେ ପ୍ରତିଶ୍ରୁତିର ସେ ଦୁଃଖଭରା ମୁହୂର୍ତ୍ତ । ଯିଏ ଦେଖୁଛି ତା ଆଖିରୁ ଲୁହ ଝରି ପଡ଼ୁଛି । ବାପାର ସେ ହୃଦୟ ବିଦାରକ କଥା ସମସ୍ତଙ୍କୁ ଅଜି କନ୍ଦାଇ ଦେଇଛି । ବାପା କିଛି ଏମିତି କହୁଛି ପୁଅକୁ ।

ବାପାରେ ତୁ ହେଉଛି ମୋର ହିରୋ... ମୋର ସବୁ କିଛି ତୁ...ଏବେ ପୁରା ପରିବାର ତତେ ଲାଗିଲାରେ । ବାପାରେ ମୁଁ କିଛିଦିନ ପରେ ବହୁତ ଦୂରକୁ ଚାଲିଯିବି... ମୁଁ ଆଉ କେବେ ବି ଫେରିବିନିରେ... ମୁଁ ଚାଲିଗଲା ପରେ ତୁ ତୋ ମା' ଆଉ ଦୁଇ ଭଉଣୀଙ୍କର ଭଲଭାବରେ ଯତ୍ନ ନେବୁ । ମୋ ପୁଅରେ ମୋତେ ଆଉ ତୁ କେବେ ଖୋଜିବୁନି... ମୋତେ ମନେପକାଇ କେବେ କାନ୍ଦିବୁନି । ତୁ ପରା ମୋ ହିରୋ ପୁଅ । ମୁଁ ଜାଣିଛି ତୁ ସବୁ ସମୟକୁ ଜିତିଯିବୁ । ମୋତେ କଥା ଦେ, ମୁଁ ଚାଲିଗଲାପରେ ତୁ ତୋ ମା' ଆଉ ଦୁଇ ଭଉଣୀଙ୍କର ଭଲ ଭବାରେ ଯତ୍ନ ନେବୁ । ମୁଁ ସବୁବେଳେ ତୋ ପାଖରେ ରହିଛି । ଉପରେ ତାରା ହେଇ ତତେ ଦେଖୁଥିବି ।

ମେଡିକାଲ ବେଡ ଉପରେ ମୃତ୍ୟୁ ସହ ଲଢ଼ୁଥିବା ବାପା କିଛି ଏମିତି ପ୍ରତିଶ୍ରୁତି ନେଇଛି ପୁଅଠାରୁ । ଜୀବନ କ'ଣ ଜାଣିନଥିବା ପୁଅକୁ ଦେଇଛି ପୁରା ପରିବାରର ଦାୟିତ୍ବ । କୁନି ବୟସରେ ପୃଥିବୀ ଠାରୁ ଓଜନିଆ ଦାୟିତ୍ବକୁ ବାପା ଆଜି ପୁଅର ମୁଣ୍ଡରେ ଲଦି ଦେଇଛନ୍ତି । ହେଲେ ମନ ବୁଝୁନି ସେ ବାପା ପରା । କେମିତି ବା ପୁଅ ମୁଣ୍ଡରେ ଏତେ ବଡ଼ ଦାୟିତ୍ବକୁ ଲଦିଦେବେ । କିନ୍ତୁ ମୃତ୍ୟୁକୁ କିଏ ବା ଅଟକାଇବ। ଆଉ କିଛିଦିନ ପରେ ଚାଲିଯିବେ ବାପା । ଡାକ୍ତର ମୃତ୍ୟୁର ସମୟ ଦେଇ ସାରିଛନ୍ତି। ସବୁସ୍ତଙ୍କୁ ଛାଡ଼ି ଚାଲିଯିବେ । ପଛରେ ରହିଯାଇଥିବେ ସ୍ତ୍ରୀ ପିଲା ସମସ୍ତେ ।

ଭିଡିଓରେ ଦେଖିବାକୁ ମିଳିଛି ଟର୍ମିନାଲ କ୍ୟାନ୍ସରରେ ପିଡ଼ୀତ ଥିବା ବ୍ୟକ୍ତି ତାଙ୍କ ପୁଅ ମନ୍ତ୍ରକୁ ପାଖକୁ ଡାକୁଛନ୍ତି । ପୁଅର ହାତକୁ ଧରି ପଢ଼ାଉଛନ୍ତି କର୍ତ୍ତବ୍ୟ ସେ କରୁଣ ପାଠ । ବାପା କହୁଛନ୍ତି ତୁ ମା'କୁ ହଇରାଣ କରିବୁନି । ଦୁଇ ଭଉଣୀଙ୍କର ଭଲଭାବରେ ଯତ୍ନ ନେବୁ । ପୁଅ ମନ୍ତ୍ର ବାପାର ସବୁ କଥା ଶୁଣୁଛି । ବାପା ଆଖିରେ ଲୁହକୁ ଦେଖି କୁନି ପୁଅଟି କାନ୍ଦି ପକାଉଛି । ବାପାକୁ କହୁଛି ହଁ ବାପା ମୁଁ ସମସ୍ତଙ୍କର ଯନ୍ତ୍ର ନେବି । ପୁଅର କାନ୍ଦ ଦେଖି ବାପା କହୁଛି ତୁ କେନ୍ଦେନା । ତୁ ପରା ମୋ ହିରୋ ପୁଅ । ଏ ବିଷୟଟି ଆଜି ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି । ଯେଉଁ ପୁଅ ତା ବାପାଙ୍କୁ ହରାଇ ଦେଇଛି ସେ ବେସ ଭଲ ଭାବରେ ବୁଝି ପାରୁଥିବ ବାପା ଜୀବନରେ କେତେ ଜରୁରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Family Story | Little Boy Breaks Down After Father’s Final Promise | Argus News