Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବୀଭତ୍ସ ହତ୍ୟା: ବାହା ହେବାକୁ କହିବାରୁ ପ୍ରେମିକାଙ୍କୁ ବାରମ୍ବାର ଛୁରି ଭୁସି ଚତୁର୍ଥ ମହଲାରୁ ଡେଇଁପଡ଼ିଲେ ଲିଭ-ଇନ-ପାର୍ଟନର

National

Crime News India / ବୀଭତ୍ସ ହତ୍ୟା: ବାହା ହେବାକୁ କହିବାରୁ ପ୍ରେମିକାଙ୍କୁ ବାରମ୍ବାର ଛୁରି ଭୁସି ଚତୁର୍ଥ ମହଲାରୁ ଡେଇଁପଡ଼ିଲେ ଲିଭ-ଇନ-ପାର୍ଟନର

Ritu Das
Browse all articles by Ritu Das
·6 months ago·2 min read
ବୀଭତ୍ସ ହତ୍ୟା: ବାହା ହେବାକୁ କହିବାରୁ ପ୍ରେମିକାଙ୍କୁ ବାରମ୍ବାର ଛୁରି ଭୁସି ଚତୁର୍ଥ ମହଲାରୁ ଡେଇଁପଡ଼ିଲେ ଲିଭ-ଇନ-ପାର୍ଟନର
Murder

Key Points

ବିବାହ କରିବାକୁ ଜିଦ କରିବାରୁ ଲିଭ-ଇନ ପାର୍ଟନର ପ୍ରେମିକାଙ୍କୁ ବାରମ୍ବାର ଛୁରି ଭୁସିଥିଲେ।
ପରେ ନିଜେ ପ୍ରେମିକ ଚତୁର୍ଥ ମହଲାରୁ ଡେଇଁ ପଡ଼ିଥିଲେ
କୋଲକାତାର ଏକ ଅଞ୍ଚଳରେ ରକ୍ତାକ୍ତ ସକାଳରୁ ଆରମ୍ଭ ହୋଇଛି। ସକାଳୁ ସକାଳୁ ବୀଭତ୍ସ କାଣ୍ଡ ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ଛାତି ବି ଥରି ଉଠିବ। ଘଟଣା ଘଟିଛି ସେଣ୍ଟ୍ରାଲ କୋଲକାତାର ପୋଷ୍ଟା ଅଞ୍ଚଳରେ। ମଙ୍ଗଳବାର ସକାଳ ପ୍ରାୟ 8.15 ସମୟରେ ଜଣେ 35 ବର୍ଷୀୟ ବ୍ୟକ୍ତି ଏକ ଘରେ ପ୍ରବେଶ କରି ତାଙ୍କ ୨୮ ବର୍ଷୀୟ "ପ୍ରେମିକା"ଙ୍କୁ ବାରମ୍ବାର ଛୁରୀ ଭୁସି ହତ୍ୟା କରିଥିଲେ ପରେ ନିଜେ ଚତୁର୍ଥ ମହଲା ବାଲକୋନିରୁ ଡେଇଁ ପଡ଼ିଥିବା ଜଣାପଡ଼ିଛି। ଜଗମୋହନ ମୁଲ୍ଲିକ ଲେନର ବାସିନ୍ଦା ଭିକି ଶର୍ମା ନାମକ ଏହି ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଏକ ହସ୍ପିଟାଲକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷରେ, ମହିଳା ଶିଖା ସିଂହଙ୍କ ଅବସ୍ଥା ଗୁରୁତର ଅଛି ବୋଲି କୁହାଯାଉଛି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହାସହ ପଢ଼ନ୍ତୁ: ନେଇଥିଲେ ଲକ୍ଷେ ଟଙ୍କା ହୋଇଗଲା ୭୪ଲକ୍ଷ : ଋଣ ପରିଶୋଧ କରିବାକୁ ଚାଷୀଙ୍କୁ କିଡନୀ ବିକିବାକୁ ପଡ଼ିଲା

ପୋଲିସର କହିବା ଅନୁଯାୟୀ, ଶିଖାଙ୍କ ସ୍ୱାମୀ ଦୁଇ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିଲେ। ସେ ତାଙ୍କ ଦୁଇ ପିଲାଙ୍କ ସହିତ ପୋଷ୍ଟାର ଶିବଠାକୁର ଲେନ୍ ଅଞ୍ଚଳରେ ଭଡ଼ାରେ ରହୁଥିଲେ। ସେ ସିଲେଇ କାମ କରି ନିଜର ଜୀବିକା ନିର୍ବାହ କରୁଥିଲେ। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ ଶିଖା ତାଙ୍କ ସ୍ୱାମୀ ବଞ୍ଚିଥିବା ସମୟରେ ଭିକିଙ୍କୁ ଭେଟିଥିଲେ, ଏବଂ ପଡ଼ୋଶୀମାନେ ବିକିଙ୍କୁ ଦୁଇଥର ସେମାନଙ୍କ ଘରକୁ ଆସିବାର ଦେଖିଛନ୍ତି। ତଥାପି, ସେମାନଙ୍କ ସମ୍ପର୍କରେ ପ୍ରକୃତି କେହି ଜାଣି ନଥିଲେ। କିଛି ମାସ ପୂର୍ବେ, ଶିଖା ଭିକିଙ୍କ ନିକଟତର ହୋଇଥିଲା, ଯିଏ ସେହି ପଡ଼ୋଶୀରେ ପ୍ରାୟ ଦୁଇଟି ଘର ଛାଡ଼ି ରହୁଥିଲେ। ଗତ କିଛି ଦିନ ତଳେ, ସ୍ଥାନୀୟ ଲୋକମାନେ ଶିଖା ଘର ଦେଇ ଯିବା ସମୟରେ ଭିକିଙ୍କୁ ତାଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଉଥିବାର ଦେଖିଥିଲେ, କିନ୍ତୁ ସେ ତାଙ୍କ ଘରେ ପଶି ନ ଥିଲେ ବାହାରେ ଗାଳି କରିଥିଲେ।

ଏହାସହ ପଢ଼ନ୍ତୁ: ପୋଲିସ ଇନ୍ସପେକ୍ଟରଙ୍କୁ ପ୍ରେମ ପାଇଁ ଧମକ! ରକ୍ତରେ ଚିଠି ଲେଖି ବାରମ୍ବାର ନିର୍ଯାତନା ଦେଲେ ମହିଳା


ମଙ୍ଗଳବାର ଦିନ ସକାଳ ୮ଟାରେ ଶିଖା ନିଜ ଛୁଆଙ୍କୁ ସ୍କୁଲ ଛାଡ଼ିବା ପରେ ଘରେ ଏକୁଟିଆ ଥିଲେ। ଏତିକିବେଳେ ହଠାତ ତାଙ୍କ ଘର ଭିତରକୁ ଭିକି ପଶିଆସିଥିଲେ। ଶିଖା ସେହି ସମୟରେ ଏକୁଟିଆ ଥିଲେ। ସେ କବାଟ ବନ୍ଦ କରି ଶିଖାଙ୍କୁ ବାରମ୍ବାର ଆକ୍ରମଣ କରିଥିଲେ। ବାରମ୍ବାର ଛୁରି ଭୁସିବା ପରେ ନିଜେ ୪ ମହଲାରୁ ଡେଇଁ ପଡ଼ିଥିଲେ। ଉଭୟଙ୍କୁ ଗୁରୁତର ଭାବେ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲରେ ହିଁ ଭିକିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପୋଲିସ ଏହି ଘଟଣାରେ ସବୁ ଦିଗରୁ ତଦନ୍ତ ଜାରି ରଖିଛି। ତେବେ ପ୍ରାଥମି ତଦନ୍ତରୁ ଜଣାପଡ଼ିଛି ଶିଖା ଭିକିଙ୍କୁ ବାରମ୍ବାର ବିବାହ କରିବାକୁ ଜିଦ୍‌ ଧରିଥିବାରୁ ରାଗରେ ଭିକି ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ଛୁଆ ୨ ଜଣଙ୍କୁ ଶିଖାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଯଦି ସେ ଛୁଆଙ୍କ ଦାୟିତ୍ବ ନେବାକୁ ମନା କରିବେ ତେବେ ୨ ଛୁଆଙ୍କୁ ବାଳାଶ୍ରମକୁ ସ୍ଥାନାନ୍ତର କରାଯିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored