Videos
|
National

Brutal Murder Case / ଲିଭ୍-ଇନ୍ ରିଲେସନସିପରୁ ନିର୍ମମ ହତ୍ୟା: ମୁଣ୍ଡ କାଟି ଫିଙ୍ଗିଦେଲା ପ୍ରେମିକ

Ritu Das
Browse all articles by Ritu Das
·8 months ago·2 min read
ଲିଭ୍-ଇନ୍ ରିଲେସନସିପରୁ ନିର୍ମମ ହତ୍ୟା: ମୁଣ୍ଡ କାଟି ଫିଙ୍ଗିଦେଲା ପ୍ରେମିକ
Murder

Key Points

ଲିଭ୍ ଇନ ରିଲେସନସିପରୁ କରୁଣ ଅନ୍ତ
ଉତ୍ତର ପ୍ରଦେଶର ଜଣେ ଟ୍ୟାକ୍ସି ଡ୍ରାଇଭର ଏଭଳି ନିର୍ମମ କାଣ୍ଡ ଘଟାଇଛି
ଲିଭ୍ ଇନ ପାର୍ଟନରଙ୍କ ମୁଣ୍ଡ କାଟି ଜଙ୍ଗଲରେ ପିଙ୍ଗିଦେଲା ପ୍ରେମିକ

ଲିଭ୍ ଇନ ରିଲେସନସିପରୁ କରୁଣ ଅନ୍ତ । ଆଉ କେଉଁଠି ନିକାହ କରିବ ବୋଲି ଲିଭ୍ ଇନ ପାର୍ଟନରଙ୍କ ମୁଣ୍ଡ କାଟି ଜଙ୍ଗଲରେ ପିଙ୍ଗିଦେଲା ପ୍ରେମିକ । ଉତ୍ତର ପ୍ରଦେଶର ଜଣେ ଟ୍ୟାକ୍ସି ଡ୍ରାଇଭର ଏଭଳି ନିର୍ମମ କାଣ୍ଡ ଘଟାଇଛି। ଅଭିଯୁକ୍ତଙ୍କ ନାଁ ହେଉଛି ବିଲାଲ ସେ ନିଜ ପ୍ରେମିକାଙ୍କୁ ହତ୍ୟା କରି ଧରାପଡ଼ିଛି । ୩୦ ବର୍ଷୀୟ ଉମାଙ୍କ ଜୀବନ ନେଇଛି ବିଲାଲ । ବିଲାଲ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବାକୁ ନିଜ ପ୍ରେମିକାଙ୍କୁ ହତ୍ୟା କରିଛି ବୋଲି ପୋଲିସ କହିଛି।

ଉମାଙ୍କ ମୁଣ୍ଡ ବିହୀନ ମୃତଦେହ ହରିୟାଣାର କାଲେସାର ଜାତୀୟ ଉଦ୍ୟାନ ପାଖରୁ ଉଦ୍ଧାର ହୋଇଛି । ରବିବାର ଶବ ଉଦ୍ଧାର ହେବା ପରେ ଦୁଇ ରାଜ୍ୟର ପୋଲିସ ଘଟଣାର ତଦନ୍ତ କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ, ଡିସେମ୍ବର ୬ରେ ବିଲାଲ, ଉମାଙ୍କୁ କାରରେ ହରିୟାଣା ନେଇ ଯାଇଥିଲା । ତାପରେ ସେ ତାଙ୍କୁ କାଲେସାର ଜଙ୍ଗଲ ପାଖକୁ ନେଇଥିଲା। ସେଠାରେ ଉମାଙ୍କୁ ଅତି ନର୍ମମ ଭାବରେ ହତ୍ୟା କରି ଫେରାର ହୋଇଯାଇଥିଲା। ଉମାଙ୍କ ଶରୀରରୁ ମୁଣ୍ଡକୁ ଅଲଗା କରି ମୃତଦେହକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲା । ହତ୍ୟା କରିବା ପରେ ଉତ୍ତର ପ୍ରଦେଶ ଫେରି ଆସିଥିଲା ବିଲାଲ ।

ବିଲାଲକୁ ପୋଲିସ ଗିରଫ ପରିବା ପରେ ଘଟଣାସ୍ଥଳକୁ ନେଇଥିଲା। ଉମାକୁ କେମିତି ହତ୍ୟା କରିଥିଲା ସେନେଇ ସିନ ରିକ୍ରିଏସନ ହୋଇଥିଲା। ତେବେ ହତ୍ୟା କରିବାକୁ ଯେଉଁ ମାରଣାସ୍ତ୍ର ବିଲାଲ ବ୍ୟବହାର କରିଥିଲା, ତାହା ପୋଲିସ ହାତରେ ଏଯାଏ ଲାଗିନାହିଁ । ସେପଟେ ପୋଲିସର ସୂଚନା ଅନୁସାରେ, ଉମାଙ୍କର ୧୩ ବର୍ଷର ପୁଅ ଅଛି । ପାରିବାରିକ ବିବାଦ ପରେ ଉମା ଏକାକୀ ଶାହରଣପୁରରେ ରହୁଥିଲେ । ଏହା ପରେ ବିଲାଲ ସହ ତାଙ୍କର ସାକ୍ଷାତ ହୋଇଥିଲା ଏବଂ ଦୁହେଁ ପ୍ରାୟ ୨ ବର୍ଷ ହେଲା ଲିଭ୍ ଇନରେ ରହୁଥିଲେ । ବିଲାଲ ଉମାଙ୍କ ସମସ୍ତ ଖର୍ଚ୍ଚ ବହନ କରୁଥିଲା କିନ୍ତୁ ଏନେଇ ତା ପରିବାର ଲୋକେ ଜାଣି ନ ଥିଲେ ।

ସେପଟେ ବିଲାଲର ଅନ୍ୟ ଜଣେ ଯବୁତୀଙ୍କ ସହ ବାହାଘର ଠିକ୍ ହୋଇଥିଲା । ତେଣୁ ସେ ଉମାଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା । ଉମାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ୧୫ ବର୍ଷ ପୂର୍ବରୁ ସେ ବିବାହର ଗୋଟିଏ ଦିନ ପୂର୍ବରୁ ନିଜ ପ୍ରେମିକଙ୍କ ସହ ଘରୁ ପଳାଇଥିଲେ । କିଛି ଦିନ ଗଲା ପରେ ତାଙ୍କୁ ବିବାହ କରିଥିଲେ ଉମା । ପ୍ରାୟ ୨ ବର୍ଷ ହେବ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ସେ ଏକାକୀ ରହୁଥିଲେ । ଏହି ସମୟରେ ସେ ନିଜ ପୁଅକୁ ପାଖରେ ରଖିବାକୁ ମନା କରିଦେଇଥିଲେ । ବିଲାଲଙ୍କ ପୂର୍ବରୁ ମଧ୍ୟ ଉମା ପ୍ରେମ ବିବାହ କରିଥିଲେ ବୋଲି ତାଙ୍କ ପରିବାର ପାଖରୁ ମିଳିଥିବା ସୂଚନାରୁ ସ୍ପଷ୍ଟ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଉମାଙ୍କ ପୁଅ କହିଛି ଯେ, ‘ମା ୧୫ ଦିନ ପୂର୍ବରୁ ମୋତେ ଦେଖିବାକୁ ଆସିଥିଲା, ମୋ ପାଇଁ କିଛି ପୋଷାକ ଆଣିଥିଲା । କିନ୍ତୁ ଯେତେ କହିଲେ ବି ମୋ ସହ ରହିବାକୁ ମନା କରିଥିଲା ।’ ପୋଲିସ ବିଲାଲକୁ ଗିରଫ କରି ତଦନ୍ତ ଜାରି ରଖିଛି । ଫରେନସିକ ଟିମ ଯାଞ୍ଚ ଜାରି ରଖିଥିବା ବେଳେ ଆହୁରି କିଛି ତଥ୍ୟ ମିଳିପାରେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।
Live-in Relationship Turns Deadly: Lover Beheads Girlfriend | Argus News