Worm In Patties / ପେଟିସ୍ ଭିତରୁ ବାହାରିଲା ଜୀଅନ୍ତା ପୋକ…ଫେମସ୍ ଫୁଡ୍ ଆଉଟଲେଟ୍ରେ ଚଢ଼ାଉ କଲା FSDA
·3 months ago·2 min read

Key Points
ଉତ୍ତରପ୍ରଦେଶର ଆଲିଗଡ଼ ଅଞ୍ଚଳରେ ଏକ ଫେମସ ଲୋକାଲ ଫୁଡ ଆଉଟଲେଟରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି।
ଉତ୍ତରପ୍ରଦେଶର ଆଲିଗଡ଼ ଅଞ୍ଚଳରେ ଏକ ଫେମସ ଲୋକାଲ ଫୁଡ ଆଉଟଲେଟରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ସେହି ସ୍ଥାନରୁ ଏକ ଏମିତି ଖବର ଭାଇରାଲ ହେଉଛି ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଜଣେ ପେଟିସ ଖାଉଥିବାବେଳେ ସେଥିରୁ ପୋକ ବାହାରିଥିଲା। ପୋକ ବାହାରିବା ଅଭିଯୋଗ ଆସିବାପରେ ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ବିଭାଗ (FSDA) ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ଅଧିକାରୀମାନେ ଉକ୍ତ ଆଉଟଲେଟରୁ କିଛି ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଇଛନ୍ତି।
ଏକ ଏଜେନ୍ସି ଅନୁଯାୟୀ, ଜଣେ ଗ୍ରାହକ ବନ୍ନଦେବୀ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଥିଲେ ଯେ ଗ୍ରାଣ୍ଡ ଟ୍ରଙ୍କ ରୋଡର ଏକ ପ୍ରତିଷ୍ଠିତ ସ୍କୁଲ ନିକଟରେ ଥିବା ଏକ ଖାଦ୍ୟ ଦୋକାନରୁ କିଣାଯାଇଥିବା ଚାରୋଟି ଭେଜଟେବଲ ପେଟିସରେ ମାଟି ଏବଂ ପୋକ ବାହାରିଥିଲା। ଗ୍ରାହକ ଦାବି କରିଛନ୍ତି ଯେ, ପେଟିସ ଖାଇବା ସମୟରେ ହିଁ ପ୍ରଥମେ ସନ୍ଦେହଜନକ ଭାବେ କିଛି ଦେଖିଥିଲେ। କିନ୍ତୁ ସ୍ବାଦରେ ଖରାପ ଲାଗିବାକୁ ସେ ପେଟିସଟିକୁ ଖୋଲି ଦେଖିଥିଲେ। ଆଉ ଯାହା ଦେଖିଲେ ତା’ପରେ ନିଜ ଆଖିକୁ ବି ବିଶ୍ବାସ କରିପାରିଲେନି କାରଣ ପେଟିସଟିରେ ପୋକ ଗୁଡ଼ିକ ସାଲୁବାଲୁ ହୋଇ ବାହାରିଥିଲେ। ଏହାପରେ ସେ ଅଭିଯୋଗ କରିଥିଲେ।
ଏହାସହ ପଢ଼ନ୍ତୁ: ଝଡ଼ରେ ଦୋହଲିଲା ଏୟାରପୋର୍ଟ…ଦୌଡ଼ିଲେ ଗ୍ରାଉଣ୍ଡ ଷ୍ଟାଫ୍… ଭାଇରାଲ ହେଉଛି ଭିଡିଓ
ଖବର ପାଇବା ପରେ ହିଁ ତୁରନ୍ତ ଖାଦ୍ୟ ସୁରକ୍ଷା ଏବଂ ଔଷଧ ପ୍ରଶାସନ ବିଭାଗ ଟିମ ଘଟଣାସ୍ଥଳରେ ପହଞ୍ଚି ସେହି ଆଉଟଲେଟର ନିରୀକ୍ଷଣ କରିଥିଲେ। ଏବଂ କିଛି ଖାଦ୍ୟ ସାମଗ୍ରୀ ନମୁନା ଯାଞ୍ଚ କରିବାକୁ ଆଗ୍ରା ସ୍ଥିତ ଏକ ସରକାରୀ ରିସର୍ଚ୍ଚ କେନ୍ଦ୍ରକୁ ପଠାଇଥିଲେ। ବିଭାଗ କହିଛି ଯେ ପରୀକ୍ଷାଗାର ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ଯେ ଖାଦ୍ୟ ସାମଗ୍ରୀ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁଛି କି ନାହିଁ।
ତଦନ୍ତ ରିପୋର୍ଟ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: FSDA

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଜଣେ FSDA ମୁଖପାତ୍ର କହିଛନ୍ତି ଯେ ଏହି ମାମଲାକୁ ଗମ୍ଭୀରତାର ସହ ନିଆଯାଇଛି ଏବଂ ସମସ୍ତ ଆବଶ୍ୟକୀୟ ପ୍ରକ୍ରିୟା ଅନୁସରଣ କରାଯାଉଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଲ୍ୟାବ ରିପୋର୍ଟ ପାଇବା ପରେ ନିୟମ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି ତଦନ୍ତ ଖାଦ୍ୟ ସୁରକ୍ଷା ମାନଦଣ୍ଡର ଉଲ୍ଲଂଘନକୁ ନିଶ୍ଚିତ କରେ, ତେବେ ସମ୍ପୃକ୍ତ ପ୍ରତିଷ୍ଠାନ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।
ଅଧିକାରୀମାନେ ଏହା ମଧ୍ୟ କହିଛନ୍ତି ଯେ ଖାଦ୍ୟର ଗୁଣବତ୍ତା ଏବଂ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ସମସ୍ତ ଖାଦ୍ୟ ବ୍ୟବସାୟର ଦାୟିତ୍ୱ। ଜନସାଧାରଣଙ୍କ ପାଇଁ ସୁରକ୍ଷିତ ଏବଂ ଗୁଣାତ୍ମକ ଖାଦ୍ୟ ଉପଲବ୍ଧ ହେବା ନିଶ୍ଚିତ କରିବା ପାଇଁ ବିଭାଗ ଗ୍ରାହକଙ୍କ ଅଭିଯୋଗର ତୁରନ୍ତ ଜବାବ ଦେବାକୁ ପ୍ରାଥମିକତା ଦିଏ। ବର୍ତ୍ତମାନ, ସମସ୍ତଙ୍କ ନଜର ଲ୍ୟାବ ରିପୋର୍ଟ ଉପରେ ରହିଛି। ରିପୋର୍ଟ ମିଳିବା ପରେ ହିଁ ଗ୍ରାହକଙ୍କ ଅଭିଯୋଗ ସତ କି ନାହିଁ ତାହା ସ୍ପଷ୍ଟ ହେବ।

Related Topics
Explore more stories