Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Health Risks / ପ୍ରଦୂଷିତ ଅଞ୍ଚଳରେ ରହୁଥିଲେ ସାବଧାନ ! ଜୀବନ ନେଇପାରେ ଏହି ସବୁ ରୋଗ

Rashmita Mishra
Browse all articles by Rashmita Mishra
·7 months ago·2 min read
 ପ୍ରଦୂଷିତ ଅଞ୍ଚଳରେ ରହୁଥିଲେ ସାବଧାନ ! ଜୀବନ ନେଇପାରେ ଏହି ସବୁ ରୋଗ

Key Points

ଦିନକୁ ଦିନ ପ୍ରଦୂଷଣ ମାତ୍ରା ବଢ଼ି ଚାଲିଛି । 
ଦିଲ୍ଲୀର ଅବସ୍ଥା ଏବେ ସାଙ୍ଘାତିକ ।
ଦିଲ୍ଲୀ ପବନ ଏବେ ଲୋକଙ୍କ ପାଇଁ ଅଭିଶାପ ପାଲଟି ଯାଇଛି ।

ଦିନକୁ ଦିନ ବଡ଼ ବଡ଼ ସହରରେ ପ୍ରଦୂଷଣ ମାତ୍ରା ବଢ଼ି ଚାଲିଛି । ଦିଲ୍ଲୀର ଅବସ୍ଥା ଏବେ ସାଙ୍ଘାତିକ । ଦିଲ୍ଲୀ ପବନ ଏବେ ଲୋକଙ୍କ ପାଇଁ ଅଭିଶାପ ପାଲଟି ଯାଇଛି । ଗୁରୁବାର ଦିଲ୍ଲୀ ବାୟୁମଣ୍ଡଳରେ ବିଷାକ୍ତ ଗ୍ୟାସର ଏକ ସ୍ତର ଦେଖିବାକୁ ମିଳିଛି । ବାୟୁର ମାନ ଅତି ଖରାପ ହେଉଥିବା ନେଇ ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ତଥ୍ୟ କହୁଛି ।

ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର ରିପୋର୍ଟ ଅନୁସାରେ ଗୁରୁବାର ଏୟାର କ୍ଵାଲିଟି ଇଣ୍ଡେକ୍ସ ବା AQI ସକାଳ ୭ଟା ସୁଦ୍ଧା ଥିଲା ୩୪୯ । ବୁଧବାର ଏୟାର AQI ଥିଲା ୩୨୭ । ଆନନ୍ଦ ବିହାର ଅଂଚଳରେ ଧୂଆଁର ଏକ ଆସ୍ତରଣ ଦେଖିବାକୁ ମିଳୁଛି ସେଠାରେ AQI ରହିଛି ୩୯୦ । ଯାହାକି ସିଭିୟର କାଟାଗରିର ଟିକିଏ ତଳକୁ ରହିଛି । ସିଭିୟର କାଟାଗରି ରହୁଛି ୪୦୦ ଉପରେ । ତେବେ କେବେ ଭାବିଛନ୍ତି କି ଯଦି ପ୍ରଦୂଷିତ ବାୟୁ ଅଞ୍ଚଳରେ ରହୁଛ଼ନ୍ତି କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ ?

ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗ- ବାୟୁ ପ୍ରଦୂଷଣ ଫୁସଫୁସକୁ ଅଧିକ କ୍ଷତି ପହଞ୍ଚାଇଥାଏ। ଏହା ଆଜମା, ବ୍ରୋଙ୍କାଇଟିସ୍, କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ପଲମନାରୀ ରୋଗ (COPD) ଆଦି ରୋଗ ସୃଷ୍ଟି ହୋଇପାରେ ।

ହୃଦ୍ ରୋଗ- ବାୟୁ ପ୍ରଦୂଷଣ ହୃଦଘାତର ଆଶଙ୍କାକୁ ବଢାଇପାରେ। ଏହା ହୃଦଘାତ, ଷ୍ଟ୍ରୋକ ଏବଂ ଛତିରେ କଷ୍ଟ ଅନୁଭବ ହେବା ଭଳି ସମସ୍ୟା ଦେଖାଦେଇଥାଏ ।

କ୍ୟନସର- ବାୟୁ ପ୍ରଦୂଷଣ ଗମ୍ଭୀର ହେଲେ ଏହା କ୍ୟନସର ଭଳି ମାରାତ୍ମାକ ସମସ୍ୟା କରିପାରେ।

ଚର୍ମ ରୋଗ- ବାୟୁ ପ୍ରଦୂଷଣ ଚର୍ମ ଉପରେ କୁପ୍ରଭାବ ପକାଏ । ଏହାଦ୍ୱାରା ଚର୍ମ ଜଳିବା, କୁଞ୍ଚା ପଡ଼ିବା ଏବଂ ଆଲର୍ଜି ହୋଇପାରେ ।

ଅଖି ସମସ୍ୟା- ବାୟୁ ପ୍ରଦୂଷଣ ଆଖି ଉପରେ ମଧ୍ୟ କୁପ୍ରଭାବ ପକାଇପାରେ । ଏହା ଦ୍ୱାରା ଆଖିରେ ଜଳାପୋଡ଼ା ହେବା ସହ ଅଖିରୁ ସବୁବେଳେ ପାଣି ଗଡ଼ିଥାଏ ।

ପିଲାମାନଙ୍କର ବିକାଶରେ ବାଧକ-
ବାୟୁ ପ୍ରଦୂଷଣ ପିଲାମାନଙ୍କର ଶାରୀରିକ ବିକାଶ ଉପରେ ପ୍ରଭାବ ପକାଇପାରେ। ଏହା ସେମାନଙ୍କ ଫୁସଫୁସର ବିକାଶକୁ ହ୍ରାସ କରିପାରେ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ଦୁର୍ବଳ କରିପାରେ।

ଗର୍ଭସ୍ଥ ଶିଶୁ ଉପରେ କୁପ୍ରଭାବ-
ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ବାୟୁ ପ୍ରଦୂଷଣର କୁପ୍ରଭାବ ପଡିପାରେ। ଏହା ଦ୍ୱାରା ସମୟ ପୂର୍ବରୁ ଅର୍ଥାତ୍ ୯ ମାସ ପୂର୍ବରୁ ପିଲା ଜନ୍ମ, ପିଲାର ଓଜନ କମ୍ ଏବଂ ଶିଶୁର ମୃତ୍ୟୁ ମଧ୍ୟ ହୋଇପାରେ।

ଅଧିକ ପଢ଼ନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Health Risks | Living in Polluted Areas? Be Careful—These Diseases May Affect Your Health | Argus News