Videos
|
National

ବଜେଟ ୨୦୨୪: ୧୦ ଲକ୍ଷରୁ ୨୦ ଲକ୍ଷକୁ ବଢିଲା ମୁଦ୍ରା ଲୋନ୍

Banajyotshna Ray
Browse all articles by Banajyotshna Ray
·2 years ago·1 min read
ବଜେଟ ୨୦୨୪: ୧୦ ଲକ୍ଷରୁ ୨୦ ଲକ୍ଷକୁ ବଢିଲା ମୁଦ୍ରା ଲୋନ୍

ଅର୍ଗସ ବ୍ୟୁରୋ:  ସାଂସଦରେ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍‌ ଉପସ୍ଥାପିତ ହୋଇଛି। ଚଳିତ ବଜେଟରେ ମୁଦ୍ରା ଯୋଜନାକୁ ବିଶେଷ ଧ୍ୟାନ ଦିଆଯାଇଛି। ମୁଦ୍ରା ଲୋନର ପରିମାଣ ବୃଦ୍ଧି ହୋଇଥିବା ଅର୍ଥମନ୍ତ୍ରୀ କହିଛନ୍ତି। ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ  ନିର୍ମଳା ସିତାରମଣ। ଲୋନ୍‌ ସୀମା ୧୦ ଲକ୍ଷରୁ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା । ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ । ଯେଉଁମାନେ ପୂର୍ବରୁ ମୁଦ୍ରା ଲୋନ ନେଇ ତାକୁ ପରିଶୋଧ କରିଛନ୍ତି ସେମାନଙ୍କ ପାଇଁ ମୁଦ୍ରା ଲୋନ ବୃଦ୍ଧି କରାଯାଇ ୨୦ ଲକ୍ଷ ଟଙ୍କା କରାଯାଇଛି । ମୁଦ୍ରା ଲୋନ ଏକ ସରକାରୀ ଯୋଜନା । ଯେଉଁ ମାଧ୍ୟମରେ ଉଦ୍ଦ୍ୟୋଗୀମାନଙ୍କୁ ଋଣ ପ୍ରଦାନ କରାଯାଇଥାଏ । ଏହା ଅଧୀନରେ ୩ଟି ଶ୍ରେଣୀ ରହିଛି । ଶିଶୁ( ୫୦ ହଜାର ଟଙ୍କା), କିଶୋର(୫୦ ହଜାରରୁ ୫ ଲକ୍ଷ ଟଙ୍କା), ତରୁଣ(୫ରୁ ୧୦ ଲକ୍ଷ ଟଙ୍କା) ।

କେନ୍ଦ୍ର ମନ୍ତ୍ରାଳୟ ୨୦୨୪ରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣଙ୍କୁ ମୁଦ୍ରା ଲୋନ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ । ମୁଦ୍ରା ଲୋନକୁ ୨୦ ଲକ୍ଷ ଟଙ୍କା କରିବାକୁ କୁହାଯାଇଥିଲା, ଯାହା ପୂର୍ବରୁ ୧୦ ଲକ୍ଷ ଟଙ୍କା ଥିଲ ।

ଅଧିକ ପଢ଼ନ୍ତୁ: ବଜେଟ ୨୦୨୪: ଦେଶରେ ଆଉ ୧୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Loans limit under PM Mudra Yojana enhanced to ₹20 lakh | Argus News