Videos
|
National

Dharmendra Pradhan / SSCTU ଲୋଗୋ ଉନ୍ମୋଚନ କଲେ ଧର୍ମେନ୍ଦ୍ର, ଦେଖନ୍ତୁ ଭିଡିଓ...

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
SSCTU ଲୋଗୋ ଉନ୍ମୋଚନ କଲେ ଧର୍ମେନ୍ଦ୍ର, ଦେଖନ୍ତୁ ଭିଡିଓ...

Key Points

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବିଶ୍ୱବିଦ୍ୟାଳୟର କାମ ଖୁବ୍ ଦ୍ରୁତ ଗତିରେ ଅଗ୍ରସର ହେଉଛି ।

କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ (SSCTU)ର ଲୋଗୋ ଉନ୍ମୋଚନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂଆଦିଲ୍ଲୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀ ଉପସ୍ଥିତ ଥିଲେ । ତେଲଙ୍ଗାନାର ମୁଲୁଗୁଠାରେ ୨୦୨୩ରେ ଏହି ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଘୋଷଣା କରିଥିଲେ । ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବିଶ୍ୱବିଦ୍ୟାଳୟର କାମ ଖୁବ୍ ଦ୍ରୁତ ଗତିରେ ଅଗ୍ରସର ହେଉଛି ।

ଏହି ବିଶ୍ୱବିଦ୍ୟାଳୟ ଦ୍ୱାରା ଓଡ଼ିଶା, ଆନ୍ଧ୍ର, ତେଲେଙ୍ଗାନାର ଛାତ୍ରଛାତ୍ରୀ ବିଶେଷ ଭାବେ ଉପକୃତ ହେବେ । ଆଜିର ଦିନରେ ଯେଉଁ ଚାଲେଞ୍ଜ ରହିଛି ଏହାକୁ ଲକ୍ଷ୍ୟ କରି ପାଠ ପଢାଯିବ । ସ୍ଥାନୀୟ ସମସ୍ୟା ଉପରେ ଗବେଷଣା ହେବା ଉଚିତ । ଏହି ଆଦିବାସୀ ବିଶ୍ୱବିଦ୍ୟାଳୟ ଆଦିବାସୀ ଭାଷା ଗୁଡିକର ସଂରକ୍ଷଣ ଦିଗରେ କାର୍ଯ୍ୟ କରିବ । ଏହି ଲୋଗୋ ୩ଟି ଆଦିବାସୀ ଭାଷାକୁ ନେଇ ତିଆରି ହୋଇଛି । କୋୟା, ବଞ୍ଜରା, ଗୋଣ୍ଡା ଭାଷାକୁ ଲୋଗୋରେ ସ୍ଥାନିତ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Dharmendra Pradhan (@dpradhanbjp) October 7, 2025

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଜି. କିଶନ ରେଡ୍ଡୀ କହିଛନ୍ତି. ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନ ଆଜି ପୂରଣ ହୋଇଛି । ଆଦିବାସୀ ବିଶ୍ୱବିଦ୍ୟାଳୟ ସ୍ଥାପିତ ହେବା ଆମକୁ ଗୌରବାନ୍ୱିତ କରିଛି । ଏବେ କ୍ଲାସ୍ ଚାଲୁଛି ଅନ୍ୟପଟେ ବିଶ୍ୱ ବିଦ୍ୟାଳୟ କାମ ଚାଲୁଛି । ଏହି ବିଶ୍ୱ ବିଦ୍ୟାଳୟ ଦେଶର ଏକ ନମ୍ବର ଆଦିବାସୀ ବିଶ୍ୱ ବିଦ୍ୟାଳୟ ହେବ ବୋଲି ବିଶ୍ବାସ ରହିଛି।

Related Topics

Explore more stories