ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ନିର୍ବାଚନ

ନୂଆଦିଲ୍ଲୀ: ବାଜିଲା ନିର୍ବାଚନୀ ବିଗୁଲ। ସାଧାରଣ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ଲୋକସଭା ଓ ଓଡ଼ିଶା ବିଧାନସଭା ପାଇଁ ହୋଇଛି ତାରିଖ ଘୋଷଣା। ମୁଖ୍ୟ ନିର୍ବାଚନ କମିାନର ରାଜୀବ କୁମାର ଘୋଷଣା କରିଛନ୍ତି ନିର୍ବାଚନ ତାରିଖ।
ଓଡ଼ିଶା ବିଧାନସଭା ପାଇଁ ୪ଟି ପର୍ଯ୍ୟାୟରେ ହେବ। ନିର୍ବାଚନ। ମେ ୧୩ରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ, ମେ ୨୦ରେ ଦ୍ୱତୀୟ ପର୍ଯ୍ୟାୟ ନିର୍ବାଚନ, ମେ ୨୫ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଏବଂ ଜୁନ ୧ରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଜୁନ୍ ୪ରେ ହେବ ମତଗଣନା।
ଦେଶରେ ମୋଟ 97 କୋଟି ଭୋଟର ପଞ୍ଜିକୃତ ଭୋଟର ରହିଛନ୍ତି। ୯୭ କୋଟି ଭୋଟରଙ୍କ ପାଇଁ ୧୦.୫ ଲକ୍ଷ ପୋଲିଂ ବୁଥ୍ ବ୍ୟବସ୍ଥା କରାଯାଇଛି। ଭୋଟ ଗ୍ରହଣ ପାଇଁ ପ୍ରସ୍ତୁତ ଅଛନ୍ତି ଦେଢ କୋଟି ପୋଲିଂ ଅଫିସର। ଭୋଟ୍ ଗ୍ରହଣ ପାଇଁ ପ୍ରସ୍ତୁତ ରହିଛି ୫୫ ଲକ୍ଷ ଇଭିଏମ୍। ପ୍ରଥମ ଥର ଭୋଟ୍ ଦେବେ ୧.୮୨ କୋଟି ଭୋଟର । ୮୫ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୮୨ ଲକ୍ଷ। ୧୦୦ ବର୍ଷରୁ ଅଧିକ ବୟସ୍କ ଭୋଟର ସଂଖ୍ୟା ୨ ଲକ୍ଷ ୧୮ ହଜାର।
ନିର୍ବାଚନ କମିଶନ କହିଛନ୍ତି ୮୫ ବର୍ଷରୁ ଅଧିକ ବୟସ୍କ ମତଦାତାଙ୍କ ଠାରୁ ଘରୁ ଭୋଟ ଗ୍ରହଣ କରାଯିବ । ଅପରାଧିକ ମାମଲା ଥିଲେ ପ୍ରାର୍ଥୀ ବିଜ୍ଞାପନ ଜରିଆରେ ଜଣାଇବେ । କବର କାଗଜ, ଟିଭି ରେ ୩ ଥର ନିଜ ଅପରାଧ ବିବରଣୀ ଦେବେ। ରାଜନୈତିକ ଦଳ ଏନେଇ ବିସ୍ତୃତ ସୂଚନା ପ୍ରଦାନ କରିବେ ଯେ କାହିଁକି ଏଭଳି ପ୍ରାର୍ଥୀଙ୍କୁ ଟିକେଟ ଦେଲେ , କାରଣ ଦର୍ଶାଇବେ। ଟଙ୍କା ବାଣ୍ଟିବା ଉପରେ ରହିବ କଡା ନଜର। ସେହିପରି ମାଗଣା ବଣ୍ଟନ ଉପରେ ଅଙ୍କୁଶ ଲାଗିବ ।
ଅଧିକ ପଢନ୍ତୁ ଭାରତ ଖବର