Videos
|
National

ଘରେ ଘରେ ବଣ୍ଟା ହେଉଛି ଦଳୀୟ ଚିହ୍ନ ଥିବା କଣ୍ଡୋମ ପ୍ୟାକେଟ୍

Smruti Parija
Browse all articles by Smruti Parija
·2 years ago·2 min read
ଘରେ ଘରେ ବଣ୍ଟା ହେଉଛି ଦଳୀୟ ଚିହ୍ନ ଥିବା କଣ୍ଡୋମ ପ୍ୟାକେଟ୍

ଅର୍ଗସ ବ୍ୟୁରୋ: କଣ୍ଡୋମକୁ ନେଇ ଚାଲିଛି ରାଜନୀତି । ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ଆନ୍ଧ୍ରପ୍ରଦେଶର ବିକାଶରେ କଣ୍ଡୋମର ବିଶେଷ ଭୂମିକା ରହିଛି ବୋଲି ବିଭିନ୍ନ ରାଜନୈତିକ ଦଳ ପ୍ରଚାର କରୁଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ କଣ୍ଡୋମ ପ୍ରଚାରର ସାଧନ ପାଲଟିଛି । ଉଭୟ ପ୍ରମୁଖ ଦଳ ସେମାନଙ୍କ ଦଳର ଚିହ୍ନ ସହ କଣ୍ଡୋମ ପ୍ୟାକେଟ୍ ବଣ୍ଟନ କରୁଛନ୍ତି ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓରେ YSR କଂଗ୍ରେସ ପାର୍ଟି ଓ ତେଲୁଗୁ ଦେଶମ ପାର୍ଟି TDP ସେମାନଙ୍କର ଦଳୀୟ ଚିହ୍ନ ଥିବା କଣ୍ଡୋମ ପ୍ୟାକେଟ୍ ବଣ୍ଟନ କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଜଣେ ବ୍ୟକ୍ତି, ଟିଡିପି କର୍ମୀଙ୍କୁ କଣ୍ଡୋମ କାହିଁକି ବଣ୍ଟନ କରାଯାଉଥିଲା ବୋଲି ପଚାରିଛନ୍ତି । ଟିଡିପି କର୍ମୀ ଉତ୍ତରରେ କହିଛନ୍ତି, “ଯଦି ଅନେକ ପିଲା ଜନ୍ମ ହେବେ ତେବେ ଅଧିକ ଟଙ୍କା ବଣ୍ଟନ କରିବାକୁ ପଡ଼ିବ, ସେଥିପାଇଁ ଏହି କଣ୍ଡୋମ ବଣ୍ଟନ କରାଯାଉଛି । "

ନିର୍ବାଚନ ପୂର୍ବରୁ ଡୋର ଟୁ ଡୋର କ୍ୟାମ୍ପେନ ଚାଲିଛି । ଏଥିରେ ପ୍ରତି ଘର ପିଛା ଗୋଟିଏ ଲେଖାଏଁ କିଟ୍ ବଣ୍ଟନ କରାଯାଉଛି । ସେଥିରେ ଏହି କଣ୍ଡୋମ ପ୍ୟାକେଟ ଦଳୀୟ ଚିହ୍ନ ସହ ବଣ୍ଟନ କରାଯାଉଛି । ହେଲେ ଉଭୟ ଦଳ ଏନେଇ ପରସ୍ପରକୁ ନିନ୍ଦା କରିଥିଲେ । ମାତ୍ର ଶାସକ ଓ ବିରୋଧି ଉଭୟ ନିଜ ଦଳୀୟ ଚିହ୍ନ ଥିବା କଣ୍ଡୋମ ବଣ୍ଟନ କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ସୋସିଆଲ୍ ମିଡିଆ Xରେ YSR କଂଗ୍ରେସ ପାର୍ଟି TDP କୁ ନିନ୍ଦା କରିବା ସହ ପାର୍ଟି ଆଉ କେତେ ତଳକୁ ଖସିବ ବୋଲି ପ୍ରଶ୍ନ କରିଛି । ପାର୍ଟି ନିଜର ପ୍ରଚାର ପାଇଁ ଲୋକଙ୍କୁ କଣ୍ଡୋମ ବଣ୍ଟନ କରିବା କେଉଁ ପ୍ରକାର ପ୍ରଚାରକୁ ଦର୍ଶାଉଛି ? ଏହାପରେ ସେମାନେ କଣ ଭାୟାଗ୍ରା ଦେବା ଆରମ୍ଭ କରିବେ କି ? ଏଠାରେ ହିଁ ପ୍ରଚାର ବନ୍ଦ କରନ୍ତୁ ବୋଲି ଜଗନ୍ ମୋହନ ରେଡ୍ଡୀଙ୍କ ଦଳ ପକ୍ଷରୁ କୁହାଯାଇଛି ।

ଏହାର ଜବାବ ଦେଇଛି TDP । ସୋସିଆଲ୍ ମିଡିଆ Xରେ YSR କଂଗ୍ରେସ ପାର୍ଟି ଲୋଗୋ ଥିବା ଏକ ସମାନ କଣ୍ଡୋମ ପ୍ୟାକେଟ୍ ପୋଷ୍ଟ କରିଛି । TDP କହିଛି ଏହା ହେଉଛି ପ୍ରସ୍ତୁତି 'ସିଦ୍ଦମ୍" ଯାହା ଦଳ କହୁଛି । ସିଦ୍ଦମ୍ ତେଲୁଗୁରେ ଜଗନ୍ ମୋହନ ରେଡ୍ଡୀଙ୍କ ରାଜନୈତିକ ଦଳର ଅଭିଯାନ ପାଇଁ ବ୍ୟବହାର ହେଉଥିବା ଶବ୍ଦ ।
 

lok-sabha-election-campaign-congress-party-tdp-condom-packets-party-symbols | Argus News