ନାମାଙ୍କନ ପତ୍ର ଦାଖଲ କଲେ ବିଜେପିର ହେବିୱେଟସ୍

ନୂଆଦିଲ୍ଲୀ: ନାମାଙ୍କନ ପତ୍ର ଦାଖଲ କଲେ ବିଜେପିର ହେବିୱେଟସ୍। ତୃତୀୟ ଥର ପାଇଁ ମଥୁରାରୁ ହେମାମାଳିନୀ। କେରଳର ଓ୍ବାଇନାଡରୁ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ଲଢୁଥିବା କେ.ସୁରେନ୍ଦ୍ରନ। ତିରୁଅନନ୍ତପୁରମରୁ ବିଜେପି ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖରମ୍ ଏବଂ ବେଙ୍ଗାଲୁରୁରୁ ତେଜସ୍ବୀ ସୂର୍ଯ୍ୟ ନାମାଙ୍କନ ଦାଖଲ । ପାଖେଇ ଆସୁଛି ଲୋକସଭା ନିର୍ବାଚନ। ମୋଦିଙ୍କ ୪୦୦ ପାର୍ ଆହ୍ବାନକୁ ପୂରଣ ଦିଗରେ ବିଜେପି। ନିର୍ବାଚନୀ ରଣକ୍ଷେତ୍ରରେ ସଜାଗ ହେଉଛନ୍ତି ମୋଦିଙ୍କ ଜୋଦ୍ଧା। ପ୍ରଥମ ପର୍ଯ୍ୟାୟ ଏପ୍ରିଲ ରେ ଆରମ୍ଭ ହେବାକୁ ଜାଉଥିବା ବେଳେ ଉତ୍ତରପ୍ରଦେଶ ରେ ପ୍ରଥମ ପର୍ଯ୍ୟାୟ ପାଇଁ ପ୍ରସ୍ତୁତ ପ୍ରାର୍ଥୀ । ମିରଟରୁ ରାମାୟଣ ଫେମ୍ ବରୁଣ ଗୋଭିଲଙ୍କ ନାମାଙ୍କନ ପତ୍ର ଦାଖଳ ପରେ ଆଜି ମଥୁରାରେ ବଲିଉଡ ଡ୍ରିମଗାର୍ଲ ହେମାମାଳିନୀ ମଥୁରାରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଭାଜପା ତୃତୀୟ ଥର ପାଇଁ ମଥୁରାରୁ ହେମାମାଳିନୀଙ୍କୁ ପ୍ରାର୍ଥୀ କରିଛି। ଏହାପୂର୍ବରୁ ସେ ୨୦୧୪ ଏବଂ ୨୦୧୯ରେ ମଥୁରାରେ ଲୋକସଭା ନିର୍ବାଚନରେ ଜିତିଥିଲେ। ପ୍ରତ୍ୟେକ ଥର ଭଳି, ନାମାଙ୍କନପତ୍ର ଦାଖଲ ପୂର୍ବରୁ ହେମାମାଳିନୀ ମଥୁରାର ବିଶ୍ରାମ ଘାଟରେ ପହଞ୍ଚି ଯମୁନାଙ୍କୁ ପୂଜନ କରିଥିଲେ ଏବଂ ଯମୁନା ପ୍ରଦୂଷଣ ମୁକ୍ତ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।
କେରଳର ଓ୍ବାଇନାଡରୁ ନାମାଙ୍କନ ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ତଥା ଦଳର କେରଳ ମୁଖ୍ୟ କେ.ସୁରେନ୍ଦ୍ରନ୍। ୱାୟନାଡରେ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ଲଢୁଥିବା କେ.ସୁରେନ୍ଦ୍ରନ ଙ୍କ ସମର୍ଥନରେ ରାଲି କରିଥିଲେ.କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ.. ରାହୁଲ ଗାନ୍ଧୀଙ୍କ ୱାୟନାଡରେ ବିଜେପି ପ୍ରାର୍ଥୀ ତଥା ଦଳର କେରଳ ମୁଖ୍ୟ କେ ସୁରେନ୍ଦ୍ରନଙ୍କ ସମର୍ଥନରେ ରାଲି କରିଥିଲେ। ଉତ୍ତରପ୍ରଦେଶର ଆମେଥୀବାସୀଙ୍କୁ ପ୍ରତାରଣା କରିବା ପରେ ରାହୁଲ ଗାନ୍ଧୀ ୱାୟାନାଡରେ ମଧ୍ୟ ଏପରି କରିବେ ବୋଲି କଡା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଇରାନୀ..।
ସେହିପରି ତିରୁଅନନ୍ତପୁରମରୁ ବିଜେପି ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖରମ୍ ମଧ୍ୟ ନିଜ ସମର୍ଥକଙ୍କ ସହ ଆଜି ନାମାଙ୍କନ ଦାଖଲ କରିଛନ୍ତି । ବେଙ୍ଗାଲୁରୁରୁ ତେଜସ୍ବୀ ସୂର୍ଯ୍ୟ ମଧ୍ୟ ବିଜେପି ଟିକେଟ୍ ରେ ନାମାଙ୍କନ ଭରିଛନ୍ତି। ହଜାର ହଜାର ସମର୍ଥକଙ୍କୁ ନେଇ ରୋଡ୍ ଶୋ' କରିବା ପରେ ବିଶାଳ ପଟୁଆରରେ ଆସି ବିଜେପି ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି।.ତେଜସ୍ବୀଙ୍କ ସମର୍ଥନରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ରାଲିରେ ଯୋଗ ଦେଇଥିଲେ ।
ଅଧିକ ପଢନ୍ତୁ ଭାରତ ଖବର