Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଚାଲିଛି ଭୋଟ: ଦିନ ୧ଟା ସୁଦ୍ଧା ୪୦%  ମତଦାନ 

Manini Pattanayak
Browse all articles by Manini Pattanayak
·2 years ago
ଚାଲିଛି ଭୋଟ: ଦିନ ୧ଟା ସୁଦ୍ଧା ୪୦%  ମତଦାନ 

ନୂଆଦିଲ୍ଲୀ:  ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟିଂ ।  ଦିନ 1ଟା ସୁଦ୍ଧା 40%  ମତଦାନ ହୋଇଛି। ଅରୁଣାଚଳ ପ୍ରଦେଶରେ 37 ପ୍ରତିଶତ, ସିକିମିରେ 36 ପ୍ରତିଶତ, ମିଜୋରାମରେ 37 ପ୍ରତିଶତ, ତାମିଲନାଡୁରେ 39 ପ୍ରତିଶତ, ୟୁପିରେ 37 ପ୍ରତିଶତ ମତଦାନ ହୋଇଛି।  

ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ସିଟ୍ ପାଇଁ ହେଉଛି ଭୋଟିଂ । ତାମିଲନାଡ଼ୁର ସମସ୍ତ ୩୯ ସିଟ୍, ରାଜସ୍ଥାନର ୧୨, ଉତ୍ତର ପ୍ରଦେଶର ୮, ମଧ୍ୟପ୍ରଦେଶର ୬, ଆସାମ-ମହାରାଷ୍ଟ୍ର-ଉତ୍ତରାଖଣ୍ଡର ୫ଟି ଲେଖାଏଁ ସିଟରେ ଭୋଟିଂ ହେଉଛି । ୧୦୨ଟି ଆସନରେ ମୋଟ୍ ୧୬୨୫ ଜଣ ପ୍ରାର୍ଥୀ ରହିଛନ୍ତି।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lok Sabha Elections 2024, phase 1 voting: UP witnesses 37%, Tripura tops with 53% voter turnout till 1 PM | Argus News