Videos
|
National

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ, 1200ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍ ଭିତରେ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ, 1200ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍ ଭିତରେ

ଅର୍ଗସ ବ୍ୟୁରୋ:  ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। 13 ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର 88ଟି ଆସନରେ ଭୋଟିଂ ଶେଷ ହୋଇଛି। 1200ରୁ ଅଧିକ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମ୍ ଭିତରେ କଏଦ ହୋଇଛି। ଛୋଟ ମୋଟ ହିଂସାକାଣ୍ଡ ଓ ପଶ୍ଚିମବଙ୍ଗର ବାଲୁରଘାଟରେ ତୃଣମୂଳ କଂଗ୍ରେସ କର୍ମୀଙ୍କ ହଙ୍ଗାମା ସହ ଭୋଟିଂ ହୋଇଛି। ତ୍ରିପୁରାରେ ସର୍ବାଧିକ ଭୋଟିଂ ହୋଇଥିବା ବେଳେ ଉତ୍ତରପ୍ରଦେଶରେ ସବୁଠାରୁ କମ୍ ଭୋଟିଂ ରେକର୍ଡ ହୋଇଛି । ସଂଧ୍ୟା 5ଟା ସୁଦ୍ଧା ଛତିଶଗଡରେ 72.13, ତ୍ରିପୁରାରେ 76.23 ଓ ପଶ୍ଚିମବଙ୍ଗରେ 71.84 ପ୍ରତିଶତରୁ ଅଧିକ ଭୋଟିଂ ହୋଇଛି।

ତେବେ ମହାରାଷ୍ଟ୍ରରେ 59.19 , ବିହାରରେ 53.13 ଓ ଉତ୍ତରପ୍ରଦେଶରେ 52.64 ପ୍ରତିଶତ ଭୋଟିଂ ହୋଇଛି। ସେହିପରି ଆସାମରେ 70 ପ୍ରତିଶତରୁ ଅଧିକ,  କର୍ଣ୍ଣାଟକରେ 63.90, କେରଳରେ 63.97, ଜମ୍ମୁ ଓ କାଶ୍ମୀରରେ 67.22, ମଧ୍ୟପ୍ରଦେଶରେ 54.58, ରାଜସ୍ଥାନରେ 59.19 ପ୍ରତିଶତ ଭୋଟିଂ ହୋଇଛି।  ଦ୍ବିତୀୟ ପର୍ଯ୍ୟାୟରେ ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା, 5 କେନ୍ଦ୍ରମନ୍ତ୍ରୀ, 2ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ, 3 ଅଭିନେତା ମୈଦାନରେ ଅଛନ୍ତି। ଏହାସହ ରାହୁଲ ଗାନ୍ଧୀ, ଶଶି ଥରୁର, ହେମାମାଳିନୀ ଏବଂ ଅରୁଣ ଗୋଭିଲଙ୍କ ଆସନରେ ମଧ୍ୟ ଭୋଟିଂ ହୋଇଛି।

ଅଧିକ ପଢ଼ନ୍ତୁ ନିର୍ବାଚନୀ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Lok Sabha Phase 2 Polling | Argus News