Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ୨୦୨୪ ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ୪ଟି ମୋବାଇଲ ଆପ୍ ପ୍ରସ୍ତୁତ  

National

୨୦୨୪ ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ୪ଟି ମୋବାଇଲ ଆପ୍ ପ୍ରସ୍ତୁତ  

Manini Pattanayak
Browse all articles by Manini Pattanayak
·2 years ago·1 min read
୨୦୨୪ ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ୪ଟି ମୋବାଇଲ ଆପ୍ ପ୍ରସ୍ତୁତ  

 ନୂଆଦିଲ୍ଲୀ:  ୨୦୨୪ ନିର୍ବାଚନକୁ ଶୃଙ୍ଖଳିତ କରିବା ପାଇଁ ନିର୍ବାଚନ ଆୟୋଗ ଦ୍ବାରା ୪ଟି ମୋବାଇଲ ଆପ୍ ପ୍ରସ୍ତୁତ କରାଯାଇଛି । ଏଗୁଡିକ ହେଉଛି KYC ବା KNOW YOUR CANDIDATE ଆପ୍, ସକ୍ଷମ ଆପ୍, ଭୋଟର ହେଲ୍ପ ଲାଇନ୍ ଆପ, ଏବଂ ସି.ଭିଜିଲ ଆପ୍ ।

KYC ଆପ୍ ସାହାଯ୍ୟରେ ଜଣେ ପ୍ରାର୍ଥୀଙ୍କ ବିଷଯରେ ସବିଶେଷ ତଥ୍ୟ ମିଳିପାରିବ । ଏହା ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ଯାଞ୍ଚ କରିବ ଏବଂ ପ୍ରାର୍ଥୀମାନଙ୍କ ବିଷୟରେ ଭୋଟରଙ୍କୁ ଗୁରୁତ୍ବପୂର୍ଣ୍ଣ ସୂଚନା ଦେବ । ସେହିପରି ଭୋଟର ହେଲ୍ପ ଲାଇନ ଆପ୍ ସାହାଯ୍ୟରେ ଭୋଟର ତାଲିକାରେ ନାଁ ଯୋଡିବା କିମ୍ବା ଠିକଣା ପରିବର୍ତ୍ତନ ଆଦି ପାଇଁ ଉପଯୋଗୀ ହେବେ । ଏହା ବ୍ୟତୀତ ଭୋଟର IDକୁ ଆଧାର ସହିତ ଲିଙ୍କ୍ କରିବା, ଭୋଟର ତାଲିକାରୁ ନାମ ହଟାଇବା, ଭୋଟର ତାଲିକାରେ ନାଁ ସର୍ଚ୍ଚ କରିବା ସହ ମତଦାନ କେନ୍ଦ୍ରର ବିବରଣୀ ମଧ୍ୟ ଏହି ଆପ୍ ଦ୍ବାରା ପାଇପାରିବେ ।

ଅଧିକ ପଢନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
4 mobile apps have been developed by the Election Commission to streamline the 2024 elections | Argus News