ଆଜି କର୍ଣ୍ଣାଟକରେ ପ୍ରଚାର କରିବେ ମୋଦି
·2 years ago

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକରେ ପ୍ରଚାର କରିବେ । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଦକ୍ଷିଣ ଭାରତରେ ପ୍ରଧାନମନ୍ତ୍ରୀଙ୍କ ଏହା ହେବ ଦ୍ବିତୀୟ ନିର୍ବାଚନୀ ସଭା । କର୍ଣ୍ଣାଟକର ଶିବମୋଗାରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେବେ । ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ. ୟେଦୁରପ୍ପାଙ୍କ ଜିଲ୍ଲାରୁ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକ ଅଭିଯାନ ଆରମ୍ଭ କରିବେ ।
ପ୍ରଧାନମନ୍ତ୍ରୀଙ୍କ ମେଗାରାଲିରେ ଦୁଇ ଲକ୍ଷ ୫୦ ହଜାରରୁ ଅଧିକ ଲୋକ ଯୋଗଦେବେ ବୋଲି ସ୍ଥାନୀୟ ନେତା ମାନେ ଆଶା ରଖିଛନ୍ତି । କର୍ଣ୍ଣାଟକରେ ୨୮ଟି ଲୋକସଭା ଆସନ ରହିଛି । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଓ ସହଯୋଗୀ ଦଳ ୨୬ଟି ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ-ଜେଡିଏସ୍ ମେଣ୍ଟ ଦୁଇଟି ସିଟ୍ ଜିତିଥିଲେ ।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: