Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପୂର୍ବତଟ ରେଳପଥରେ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନ୍ ସେବା

National

ପୂର୍ବତଟ ରେଳପଥରେ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନ୍ ସେବା

Ritu Das
Browse all articles by Ritu Das
·2 years ago·3 min read
ପୂର୍ବତଟ ରେଳପଥରେ ଦୂରଗାମୀ ସ୍ୱତନ୍ତ୍ର ଟ୍ରେନ୍ ସେବା

Key Points

►    ଉତ୍ତର ଆନ୍ଧ୍ରପ୍ରଦେଶରୁ କୋଲାମକୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍ 

►    ପୁରୀ_ପାଟନା, ଭୁବନେଶ୍ୱର_ ଧାନବାଦ, ପୁରୀ_ଭଞ୍ଜପୁର (ବାରିପଦା) ଏବଂ ସାନ୍ତ୍ରାଗାଛି-ପୁରୀ 2023 ଡିସେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ

►    ବିଶାଖାପାଟନମ୍ ଠାରୁ ସିକନ୍ଦରାବାଦ, ତିରୁପତି ଏବଂ ବେଙ୍ଗାଲୁରୁ ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ ଜାନୁଆରୀ 2024 ର ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ

►       ସମ୍ବଲପୁର ଓ ଇରୋଡ଼ ମଧ୍ୟରେ ଚଳାଚଳ କରୁଥିବା ସ୍ୱତନ୍ତ୍ର ଟ୍ରେନ ଫେବୃୟାରୀ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରିବ
 

ଅର୍ଗସ ବ୍ୟୁରୋ: ସାଧାରଣ ଜନତା, ବିଶେଷକରି ଟ୍ରେନ ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଚଳାଚଳ କରୁଥିବା ସ୍ପେଶାଲ ଟ୍ରେନର ସେବା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହା ବ୍ୟତୀତ, ଶୀତଋତୁରେ ମାତ୍ରାଧିକ ଯାତ୍ରୀ ଭିଡକୁ ଏଡ଼ାଇବାପାଇଁ କିଛି ଅଧିକ ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ପୂର୍ବତଟ ରେଳପଥ ପରିସୀମା ମଧ୍ୟଦେଇ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଚଳପ୍ରଚଳ କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ଟ୍ରେନ୍ ଗୁଡିକ ହେଉଛି…

ବିଶାଖାପାଟନମ୍-ସିକନ୍ଦରାବାଦ ସ୍ୱତନ୍ତ୍ର ଟ୍ରେନ :
ପ୍ରତ୍ୟେକ ବୁଧବାର ଦିନ ବିଶାଖାପାଟନମ୍ ଠାରୁ ଏବଂ ପ୍ରତି ଗୁରୁବାର ଦିନ ସିକନ୍ଦରାବାଦ ଠାରୁ ଛାଡୁଥିବା 08579/08580 ବିଶାଖାପାଟନମ୍-ସିକନ୍ଦରାବାଦ-ବିଶାଖାପାଟନମ୍ ସ୍ପେଶାଲ୍ ବର୍ତ୍ତମାନ 1 ଫେବୃଆରୀ 2024 ପର୍ଯ୍ୟନ୍ତ ଚଳାଚଳ କରିବ। 

ବିଶାଖାପାଟନମ୍-ତିରୁପତି ବିଶେଷ ଟ୍ରେନ :
ପ୍ରତି ସୋମବାର ଦିନ ବିଶାଖାପାଟନମ୍ ଠାରୁ ଏବଂ ପ୍ରତି ମଙ୍ଗଳବାର ଦିନ ତିରୁପତି ଠାରୁ ଛାଡୁଥିବା 08583/08584 ବିଶାଖାପାଟନମ୍-ତିରୁପତି-ବିଶାଖାପାଟନମ୍ ସ୍ଵତନ୍ତ୍ର ଟ୍ରେନ ବର୍ତ୍ତମାନ 30 ଜାନୁୟାରୀ 2024 ପର୍ଯ୍ୟନ୍ତ ଚଳାଚଳ କରିବ। 

ବିଶାଖାପାଟନମ୍-ବେଙ୍ଗାଲୁରୁ ସ୍ଵତନ୍ତ୍ର ଟ୍ରେନ :
ପ୍ରତି ରବିବାର ଦିନ ବିଶାଖାପାଟନମ୍ ଠାରୁ ଏବଂ ପ୍ରତ୍ୟେକ ସୋମବାର ବେଙ୍ଗାଲୁରୁରୁ ଛାଡୁଥିବା 08543/08544 ବିଶାଖାପାଟନମ୍- SMVT ବେଙ୍ଗାଲୁରୁ-ବିଶାଖାପାଟନମ୍ ସ୍ପେଶାଲ୍ ବର୍ତ୍ତମାନ 29 ଜାନୁୟାରୀ 2024 ପର୍ଯ୍ୟନ୍ତ ଚଳାଚଳ କରିବ। 

ଶ୍ରୀକାକୁଲମ୍ ରୋଡ୍-କୋଲାମ୍ ସ୍ପେଶାଲ୍:
08537/08538 ଶ୍ରୀକାକୁଲମ୍ ରୋଡ୍-କୋଲାମ-ଶ୍ରୀକାକୁଲମ୍ ରୋଡ୍ ସ୍ପେସାଲ୍ 25 ନଭେମ୍ବର 2023 ରୁ 27 ଜାନୁୟାରୀ 2024 ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଦିନ ପୂର୍ବାହ୍ନ 11 ଘଟୀକାରେ ଶ୍ରୀକାକୁଲମ ଠାରୁ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ୍ 26 ନଭେମ୍ବର 2023 ରୁ 28 ଜାନୁୟାରୀ ପର୍ଯ୍ୟନ୍ତ କୋଲାମରୁ ପ୍ରତ୍ୟେକ ରବିବାର ଦିନ ସନ୍ଧ୍ୟା ୭ଘ.୩୫ମି.ରେ ଛାଡି ଶ୍ରୀକାକୁଲମ ଯାତ୍ରା କରିବ। 

ବିଶାଖାପାଟନମ୍-କୋଲାମ ବିଶେଷ ଟ୍ରେନ :
08539/08540 ବିଶାଖାପାଟନମ୍-କୋଲାମ-ବିଶାଖାପାଟନମ୍ ସ୍ପେଶାଲ୍ ବିଶାଖାପାଟନମରୁ 29 ନଭେମ୍ବର 2023 ରୁ 31 ଜାନୁୟାରୀ 2024 ପର୍ଯ୍ୟନ୍ତ ପ୍ରତ୍ୟେକ ବୁଧବାର ଦିନ ପୂର୍ବାହ୍ନ 08ଘ.20ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହି ଟ୍ରେନ୍ 30 ନଭେମ୍ବର 2023 ରୁ 1 ଫେବୃଆରୀ 2024 ମଧ୍ୟରେ କୋଲାମରୁ ପ୍ରତ୍ୟେକ ଗୁରୁବାର ଦିନ ସନ୍ଧ୍ୟା ୭ଘ.୩୫ମି.ରେ ଛାଡି ବିଶାଖାପାଟନମ ଯାତ୍ରା କରିବ। 

ପୁରୀ-ପାଟନା-ପୁରୀ ବିଶେଷ:
08439/08440 ପୁରୀ-ପାଟନା-ପୁରୀ ସ୍ପେଶାଲ 30 ଡିସେମ୍ବର, 2023 ପର୍ଯ୍ୟନ୍ତ ପ୍ରତି ଶନିବାର ଦିନ ଅପରାହ୍ନ 02ଘ.55ମି.ରେ ପୁରୀ ଠାରୁ ଏବଂ ପ୍ରତ୍ୟେକ ରବିବାର ଦିନ ଅପରାହ୍ନ 01ଘ.45ମି.ରେ ପାଟନା ଠାରୁ ଛାଡି ପୁରୀ ଯାତ୍ରା କରିବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ବିଶେଷ ଟ୍ରେନ :
ଦୈନିକ ପୁରୀ ଓ ଧନବଡ଼ ମଧ୍ୟରେ ଚଳାଚଳ କରୁଥିବା 02832/02831 ଭୁବନେଶ୍ୱର-ଧାନବାଦ୍-ଭୁବନେଶ୍ୱର ସ୍ପେଶାଲ 30 ଡିସେମ୍ବର 2023 ପର୍ଯ୍ୟନ୍ତ ଚଳାଚଳ କରିବ। ଏହି ଟ୍ରେନ ପୁରୀ ଠାରୁ ସନ୍ଧ୍ୟା 08ଘ.25ମି.ରେ ଛାଡୁଥିବାବେଳେ ଏହା ଧାନବାଦ ଠାରୁ ଅପରାହ୍ନ 04 ଘଟିକାରେ ଛାଡ଼ୁଛି ।

ପୁରୀ-ଭଞ୍ଜପୁର-ପୁରୀ ବିଶେଷ:08011/08012 ଭଞ୍ଜପୁର (ବାରିପଦା) -ପୁରୀ- ଭଞ୍ଜପୁର ସ୍ପେଶାଲ 31 ଡିସେମ୍ବର 2023 ପର୍ଯ୍ୟନ୍ତ ପ୍ରତ୍ୟେକ ଗୁରୁବାର ଏବଂ ଶନିବାର ଦିନ ଭଞ୍ଜପୁର ଛାଡୁଥିବାବେଳେ ଏହା ପ୍ରତ୍ୟେକ ଶୁକ୍ରବାର ଏବଂ ରବିବାର ଦିନ ପୁରୀ ଛାଡିବ ।

ସାନ୍ତ୍ରାଗାଛି-ପୁରୀ-ସାନ୍ତ୍ରାଗାଛି ସ୍ୱତନ୍ତ୍ର ଟ୍ରେନ :
02837/02838 ସାନ୍ତ୍ରାଗାଛି-ପୁରୀ-ସାନ୍ତ୍ରାଗାଛି ସ୍ପେଶାଲ୍ 30 ଡିସେମ୍ବର 2023 ପର୍ଯ୍ୟନ୍ତ ପ୍ରତ୍ୟେକ ଶୁକ୍ରବାର ଦିନ ସାନ୍ତ୍ରାଗାଛି ଠାରୁ ଛାଡିବାକୁ ଥିବାବେଳେ ଏହା ପ୍ରତ୍ୟେକ ଶନିବାର ଦିନ ପୁରୀ ଠାରୁ ଛାଡିବ ।

ସମ୍ବଲପୁର-ଇରୋଡ଼-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ :
ପ୍ରତ୍ୟକ ବୁଧବାର ଦିନ ସମ୍ବଲପୁର ଠାରୁ ଏବଂ ପ୍ରତ୍ୟକ ଶୁକ୍ରବାର ଦିନ ଇରୋଡ଼ ଠାରୁ ଛାଡୁଥିବା 08311/08312 ସମ୍ବଲପୁର-ଇରୋଡ଼-ସମ୍ବଲପୁର ସ୍ପେଶାଲ 2024 ମାର୍ଚ୍ଚ ମାସ ପହିଲା ପର୍ଯ୍ୟନ୍ତ ଚଳାଚଳ କରିବ ।

ଯାତ୍ରୀ ପ୍ରୋଫାଇଲ୍ ପରିଚାଳନାକୁ ସମୀକ୍ଷା କରି ଦେଖାଯାଏ ଯେ, ଉପରୋକ୍ତ ମାର୍ଗଗୁଡିକର ଟ୍ରେନ୍ ଅତିରିକ୍ତ ଯାତ୍ରୀଙ୍କ ସହିତ ଚଳାଚଳ କରୁଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଉତ୍ପନ୍ନ ହେଉଥିବା ଗୁରୁତ୍ୱପୂର୍ଣ୍ଣ ମାର୍ଗରେ ଅଧିକ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି। 

ଅଧିକ ପଢ଼ନ୍ତୁ ଭାରତ ଖବର 

Sponsored
Long distance | Argus News