ପ୍ରଭୁ ହନୁମାନ ଜୀବିତ ! ମିଳିଲା ଏହି ୪ଟି ପ୍ରମାଣ...

ସନ୍ଧାନରୁ ମିଳିଲା ୪ଟି ପ୍ରମାଣ
ଏବେ ବି ବଞ୍ଚିଛନ୍ତି ପ୍ରଭୁ ହନୁମାନ
ଅର୍ଗସ ବ୍ୟୁରୋ : ପୁରାଣ ଅନୁଯାୟୀ ପ୍ରଭୁ ହନୁମାନ ଅମର ଅଟନ୍ତି । ସର୍ବ ଶକ୍ତିଶାଳୀ ତଥା ଅନ୍ୟର ରକ୍ଷାକାରୀ ଭାବେ ସେ ଜୀବିତ ରହିଛନ୍ତି । ପ୍ରଭୁ ରାମଙ୍କୁ ଅନନ୍ତ ସେବା କରିବାର ପ୍ରତିଜ୍ଞା ଏବଂ ମାନବିକତା ପ୍ରତି ତାଙ୍କର ଅଦମ୍ୟ ପ୍ରେମ ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଯୋଗାଇଥାଏ |ତେବେ ଏହା କେବଳ ଏକ ପୌରାଣିକ ତଥ୍ୟ କିମ୍ବା କାହାଣୀ ନୁହେଁ, ପ୍ରକୃତରେ ପ୍ରଭୁ ହନୁମାନଙ୍କ ଜୀବିତ ଥିବାର ଅନେକ ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିଛି। ଯେଉଁଥିରୁ ଜଣାପଡେ ଆଜିବି ପ୍ରକୃତରେ ଜୀବିତ ଅଛନ୍ତି ପ୍ରଭୁ ହନୁମାନ ।
୧- କୋର୍ଟ ପରିସର ଭିତରେ ହନୁମାନ
ଜାନୁଆରୀ ୨୦୨୫ରେ ବାରଣାସୀ କୋର୍ଟରେ ଗ୍ୟାନବ୍ୟାପୀ କେସର ଶୁଣାଣୀ ଚାଲିଥିବା ବେଳେ ଗୋଟେ ହନୁମାଙ୍କ କୋର୍ଟ ପରିସର ଭିତରକୁ ଚାଲି ଆସିଥିଲା । ଏହାପରେ ସେ ନିଜେ ଜଜ୍ ଚେୟାରରେ ବସି ଫାଇଲ ଗୁଡିକୁ ଦେଖିବାରେ ଲାଗିଥିଲା ଏବଂ ସେଠାରେ ଚାଲିଥିବା ପ୍ରକ୍ରିୟାକୁ ଧ୍ୟାନର ସହ ଅନୁଧ୍ୟାନ କରୁଥିଲା । ସେଠାରେ ଉପସ୍ଥିତ ଥିବା କିଛିଲୋକ ଏହାକୁ ହେୟଜ୍ଞାନ କରିଥିବା ବେଳେ ଆଉ କିଛିଜଣ ଘଟଣାକୁ ଗଭୀର ଭାବେ ନେଇଥିଲେ । ସେମାନଙ୍କ ବିଶ୍ବାସ ଏହି ହନୁମାଙ୍କଡ ସାଧାରଣ ମାଙ୍କଡ ନଥିଲା । ସେ ନିଜେ ପ୍ରଭୁ ହନୁମାନ ଥିଲେ, ଯିଏ ନୀରବରେ ବସି ନ୍ୟାୟ ଏବଂ ବିଶ୍ବାସର ଜୟ ହେଉ ବୋଲି ମନେ ପକାଇ ଦେଉଥିଲେ । ଏହି ଘଟଣା ସେଠାରେ ଥିବା ଅନେକଙ୍କୁ ଉତ୍ସାହିତ କରିଥିଲା ।
୨-ରାମ ମନ୍ଦିର ଉଦଘାଟନ ବେଳେ ହନୁମାନ
ଗୋଟେ ବର୍ଷ ପୂର୍ବେ, ୨୨ ଜାନୁଆରୀ ୨୦୨୪ରେ ଅଯୋଧ୍ୟା ରାମ ମନ୍ଦିର ଉଦଘାଟନ ବେଳେ ଗୋଟେ ହନୁମାଙ୍କଡ ମନ୍ଦିର ପରିସରକୁ ଚାଲି ଆସିଥିଲା । ପରେ ରାମଲାଲାଙ୍କ ମୂର୍ତ୍ତି ପ୍ରତିଷ୍ଠା ହୋଇଥିବା ସ୍ଥାନକୁ ଆସିଥିଲା । ସେଠାରେ କିଛି ସମୟ ବସିବା ପରେ ସେଠାରୁ ଚାଲି ଆସିଥିଲା । ସାଧାରଣ ଲୋକଙ୍କ ପାଇଁ ସେ କେବଳ ହନୁମାଙ୍କଡ ନଥିଲା, ସେଥିଲା ପ୍ରଭୁ ଶ୍ରୀ ହନୁମାନଙ୍କ ଅବତାର । ଯିଏ ନିଜର ପ୍ରିୟ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଦର୍ଶନ କରିବାକୁ ଆସିଥିଲେ । ସେହି ମୁହୁର୍ତ୍ତ ଥିଲା ଭକ୍ତ ଏବଂ ଭଗବାନଙ୍କର ଏକ ଅଦ୍ଭୁତ ମିଳନ ।
୩- ହନୁମାନ ଗଡି ମନ୍ଦିରର ଅଲୌକିକ ଘଟଣା
୧୯୯୮ ମସିହାରେ ହନୁମାନ ଗଡି ମନ୍ଦିରରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଥିଲା । ମନ୍ଦିରର ଏକ ନିକଟ ସ୍ଥାନରେ ବୋମା ବିସ୍ଫୋରଣ କରାଯିବା ପାଇଁ ଷଡଯନ୍ତ୍ର କରାଯାଇଥିଲା । ହଠାତ ଗୋଟେ ମାଙ୍କଡ ସେହି ବୋମା ବିସ୍ଫୋରଣକାରୀଙ୍କ ନିକଟକୁ ଯାଇଥିଲା, ଏବଂ ତାଙ୍କ ବୋମାରୁ ତାର ବାହାର କରିବା ସହ ଲୋକଙ୍କୁ ସିଏ ବୋମାବିସ୍ଫୋରଣକାରୀ ବୋଲି ସଚେତନ କରାଇଥିଲା । ଯେଉଁ ସ୍ଥାନରେ କିଛି ସମୟ ଭିତରେ ଏକ ଟ୍ରାଜେଡି ହେବାକୁ ଯାଉଥିଲା, ସେହି ସ୍ଥାନରେ ଘଟିଲା ଅଲୌକିକ ଘଟଣା । ସେଠାରେ ଉପସ୍ଥିତ ଥିବା ଭକ୍ତଙ୍କ ମତରେ, ସେ ନିଜେ ପ୍ରଭୁ ହନୁମାନ ଥିଲେ , ଯିଏ ଭକ୍ତଙ୍କୁ ବଞ୍ଚାଇବାକୁ ଆସିଥିଲେ ।
୪ - ବାବରୀ ମସଜିଦରେ ପ୍ରଭୁ ହନୁମାନ
1990 ମସିହାରେ ରାମ ଜନ୍ମଭୂମୀ ପାଇଁ ଆନ୍ଦୋଳନ ଚାଲିଥିବା ବେଳେ ଅନେକ କରସୋବକ ଅଯୋଧ୍ୟାରେ ଏକାଠି ହୋଇଥିଲେ । ଏବଂ ସେହି ସମୟରେ ଏକ ସାଫ୍ରନ ପତାକାକୁ ବାବରୀ ମସଜିଦ ଉପରେ ଲଗାଇ ଦେଇଥିଲେ । ସେହି ସମୟରେ ଏକ ହନୁମାଙ୍କଡ ସେହି ମସଜିଦର ଗମ୍ବୁଜ ଉପରେ ବସିଥିଲା । ଏବଂ ସେ ପତାକାକୁ ଜଗି ରହିଥିଲା । ସେଠାରେ ଉପସ୍ଥିତ ଥିବା ସମସ୍ତ ଭକ୍ତ ଏହା ଦେଖି ଆଚମ୍ବିତ ହୋଇଥିଲେ । ଏମିତି ଲାଗୁଥିଲା ଯେମିତି ସ୍ବୟଂ ପ୍ରଭୁ ହନୁମାନ ନ୍ୟାୟ ଏବଂ ଅହିଂସା ଲଢେଇ କରୁଥିବା ଭକ୍ତଙ୍କ ସହ ରହି ତାଙ୍କ ରକ୍ଷା କରୁଛନ୍ତି ।
ଏହି ୪ଟି ଘଟଣାରୁ ପ୍ରଭୁ ହନୁମାନଙ୍କ ଜୀବିତ ଥିବାର ପ୍ରମାଣ ମିଳିଥାଏ । କିଛି ଜଣ ଏହାକୁ ଏକ ସଂଯୋଗ ବୋଲି ବିଶ୍ବାସ କରୁଥିବା ବେଳେ ଆଉ କିଛି ଜଣ ପ୍ରଭୁ ହନୁମାନ ଆଜି ବି ଜୀବିତ ଅଛନ୍ତି ବୋଲି ବିଶ୍ବାସ ରଖିଛନ୍ତି ।