Videos
|
National

ବଫାଦାର କୁକୁର ! ମାଲିକଙ୍କୁ ଖୋଜି ଖୋଜି ଚାଲିଆସିଲା ୨୫୦ କିଲୋମିଟର

Manini Pattanayak
Browse all articles by Manini Pattanayak
·2 years ago·2 min read
ବଫାଦାର କୁକୁର ! ମାଲିକଙ୍କୁ ଖୋଜି ଖୋଜି ଚାଲିଆସିଲା ୨୫୦ କିଲୋମିଟର

ନୂଆଦିଲ୍ଲୀ: ତୀର୍ଥ ଭ୍ରମଣ କରିବା ସମୟରେ ହାତରୁ କୁଆଡେ ଚାଲିଗଲା ମହାରାଜ।  ଖୋଜି ଖୋଜି ନୟାନ୍ତ ହେଲେ ମାଲିକ। ଏହାପରେ  ମହାରାଜ ହଜିଯାଇଛି ବୋଲି  ଚାରିଆଡେ  ପୋଷ୍ଟର ମଧ୍ୟ ଲଗାଇଦେଲେ କମଲେଶ କୁମ୍ଭାର।  ମହାରାଜକୁ ନପାଇଁ ତୀର୍ଥରୁ ଏକା  ନିଜ ଗାଁ କର୍ଣାଟକର  ୟମଗରନୀ ଗାଁକୁ ଫେରି ଆସିଲେ।  ଏପଟେ ମାଲିକ ଖୋଜୁଥାଇ ତାର ପ୍ରୀୟ ମହାରାଜକୁ ।  ସେପଟେ ହଜି ଯାଇଥିବା କୁକୁର ମହାରାଜ ନିଜର ମାଲିକକୁ ଖୋଜୁଥାଇ।  ଏହାରି ମଧ୍ୟରେ  ମହାରାଜ  ନିଜ ମାଲିକ ପାଖକୁ ଫେରିବ  ବୋଲି  ସ୍ଥିର କରିନେଲା।  ଅଜଣା ସହରରେ ହଜିଯାଇଥିବା ପାଳିତ କୁକୁର ମହାରାଜ ବାଧାବିଘ୍ନ ଅତିକ୍ରମ କରି  ପାଖାପାଖି ୨୫୦ କିଲୋମିଟର ର ରାସ୍ତା  ଚାଲି ଚାଲି ମହାରାଷ୍ଟ୍ରରୁ କର୍ଣ୍ଣାଟକରେ  ନିଜ ମାଲିକ ଘରେ ଆସି ପହଞ୍ଚିଛି।  ପୋଷା କୁକୁରଟି ଏବେ  ଘରକୁ ଫେରିଛି। ଏହାପରେ ଲୋକ ତାକୁ ବେକରେ ମାଳ ପିନ୍ଧାଇ ଧୁମ୍‌ଧାମ୍‌ରେ ସ୍ୱାଗତ କରିଛନ୍ତି।

ଦକ୍ଷିଣ ମହାରାଷ୍ଟ୍ରର ତୀର୍ଥନଗର ପଣ୍ଡରପୁର୍‌ରେ ହଜି ଯାଇଥିଲା। କିନ୍ତୁ ଏବେ ସେ ନିଜେ ୨୫୦ କିଲୋମିଟର ଦୂରତା ଅତିକ୍ରମ କରି ଗାଁକୁ ଫେରିଛି। ଯାହା ଏକ ଚିମତ୍କାର ବୋଲି କହୁଛନ୍ତି ଗାଁ ଲୋକ।  କମଲେଶ କୁମ୍ଭାର କହିଛନ୍ତି ଯେ ସେ ପ୍ରତି ବର୍ଷ ଆଷାଢ଼ ଏକାଦଶୀ ଓ କାର୍ତ୍ତିକ ଏକାଦଶୀ ସମୟରେ ପଣ୍ଡରପୁର ଯାଆନ୍ତି। ଏଥର ମହାରାଜ ମଧ୍ୟ ତାଙ୍କ ସହ ଥିଲା। ମହାରାଜକୁ ଭଜନ ଶୁଣିବା ଭାରି ପସନ୍ଦ। ଏଥିପାଇଁ ଏଥର ତାକୁ ସେ ନିଜ ସହ ପଣ୍ଡରପୁର ପଦଯାତ୍ରାରେ ନେଇ ଯାଇଥିଲେ। କିନ୍ତୁ ସେଠାରେ ସେ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ମୁଁ ଘରକୁ ଫେରି ଆସିଥିଲି।   ଆସିବାର ଗୋଟିଏ ଦିନ ପରେ  ମହାରାଜ ଆସି ମୋ ଘର ଆଗରେ ଶୋଇଛି ବୋଲି କହିଲେ   ବା କମଲେଶ  କୁମ୍ଭାର।  କୁକୁରଟି  ଫେରବା ପରେ କର୍ଣ୍ଣାଟକର ବେଲଗାବି ଜିଲ୍ଲା ୟାମାଗରନି ଗାଁରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ମହାରାଜାକୁ ବେଶ୍‌ ଧୁମ୍‌ଧାମ୍‌ରେ ବେକରେ ଫୁଲମାଳ ପକାଇ ସ୍ୱାଗତ କରାଯାଇଥିଲା। କେବଳ ସେତିକି ନୁହେଁ ସେ ଘରକୁ ଫେରିବା ଖୁସିରେ ଲୋକମାନଙ୍କ ପାଇଁ ଭୋଜିର ଆୟୋଜନ ମଧ୍ୟ କରାଯାଇଥିଲା।  ତେବେ ଭଗବାନ  ପାଣ୍ଡୁରଙ୍ଗା  ମହାରାଜଙ୍କ  ମାର୍ଗଦର୍ଶନ  କରାଇଛନ୍ତି ବୋଲି କୁହାଯାଉଛି।   

ଅଧିକ ଦେଖନ୍ତୁ :
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Lost Dog Returns Home Alone After Walking For Almost 250 Kilometers | Argus News