Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Love swaps / ୟୁପିରେ ଲଭ୍ ଏକ୍ସଚେଞ୍ଜ ଡ୍ରାମା

Rashmita Mishra
Browse all articles by Rashmita Mishra
·10 months ago·1 min read
ୟୁପିରେ  ଲଭ୍ ଏକ୍ସଚେଞ୍ଜ ଡ୍ରାମା

Key Points

ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ଭଉଣୀ ସହିତ ପଳାଇଗଲେ। ଗୋଟିଏ ଦିନ ପରେ, ତାଙ୍କ ଭାଇ ତାଙ୍କ ଭଉଣୀ ସହିତ ପଳାଇଗଲେ,ତା' ପରେ...

ପ୍ରେମ... କେତେବେଳେ କଉଠି ଆଉ କାହା ସହ ହୁଏ ତାହା କାହାକୁ ଜଣା ନଥାଏ ସେଥିପାଇଁ ତ ପ୍ରେମକୁ ଅନ୍ଧ ବୋଲି କୁହାଯାଏ । ଏହି କାରଣ ଯୋଗୁଁ କାହାର ଘର ବସେ ତ ଆଉ କାହାର ଘର ଭାଙ୍ଗିଯାଏ । ୟୁପିରେ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି ।

ଏହି ଘଟଣାଟି ଏକ ଟେଲିଭିଜନ ନାଟକର କାହାଣୀ ପରି ଦେଖାଯାଇଛି । ଏପରି ଏକ ପ୍ରେମ କାହାଣୀ ସାମ୍ନାକୁ ଆସିଛି ବରେଲି ଜିଲ୍ଲାରୁ, ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ଭଉଣୀ ସହିତ ପଳାଇଗଲେ। ଗୋଟିଏ ଦିନ ପରେ, ତାଙ୍କ ଭାଇ ତାଙ୍କ ଭଉଣୀ ସହିତ ପଳାଇଗଲେ। ଗୋଟିଏ ପରେ ଗୋଟିଏ ପଳାଇଯିବା ଘଟଣା ଉଭୟ ପରିବାରକୁ ଆଶ୍ଚର୍ଯ୍ୟ କରିଦେଇଥିଲା । ଏହି ପରି ଘଟଣା ବାରମ୍ଵାର ଘଟିବା ପରେ ଉଭୟ ପରିବାର ନବାବଗଞ୍ଜ ଥାନାରେ ଅଭିଯୋଗ କରିଥିଲେ ପରେ ପୋଲିସ୍ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଥିଲା ।

ନବାବଗଞ୍ଜ ପୋଲିସର ଅଧିକ ତଦନ୍ତ ପରେ ସେପ୍ଟେମ୍ବର ୧୪ ଏବଂ ୧୫ ତାରିଖରେ ଦମ୍ପତିମାନଙ୍କୁ ଖୋଜି ପାଇଲେ । ନବାବଗଞ୍ଜ SHO ଅରୁଣ କୁମାର ଶ୍ରୀବାସ୍ତବ କହିଛନ୍ତି। ଏହା ପରେ ଉଭୟ ପରିବାର ମାମଲାର ସମାଧାନ ପାଇଁ ଥାନାରେ ଏକାଠି ହୋଇଥିଲେ। ଆହୁରି ମଧ୍ୟ କହିଛି ଯେ ଏହା ପରେ ମୁହାଁମୁହିଁ ହେବା ପରିବର୍ତ୍ତେ ନିଜ ନିଜ ଭିତରେ ବୁଝାବଣା ହୋଇଥିଲା । ସେଠାକାର ବରିଷ୍ଠ ଲୋକଙ୍କ ଉପସ୍ଥିତିରେ, ଉଭୟ ପରିବାର ଦମ୍ପତିଙ୍କୁ ଛାଡିବାକୁ ରାଜି ହୋଇଥିଲେ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିଷ୍ପତି ନେଇଥିଲେ । ଏହି ମାମଲାଟି ସେଠାରେ ବନ୍ଦ ହୋଇଯାଇଥିବା ବେଳେ, ଏହି କାହାଣୀଟି କିନ୍ତୁ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Love swaps | Love Exchange Drama in UP | Argus News | Argus News