Telangana Couple / ଭାଙ୍ଗିଗଲା ୧୦ ବର୍ଷର ସମ୍ପର୍କ: ସ୍ୱାମୀ ଥାଉ ଥାଉ ବେକରୁ ମଙ୍ଗଳସୂତ୍ର ଖୋଲିଦେଲା ସ୍ତ୍ରୀ
·1 day ago·2 min read

Key Points
ସରିଗଲା ପ୍ରେମ, ଭାଙ୍ଗିଗଲା ସମ୍ପର୍କ
ଦୁଇ ଛୁଆଙ୍କୁ ଥାନାରେ ଛାଡ଼ି ପଳାଇଗଲେ ଦମ୍ପତି
ଚିନ୍ତାରେ ପୋଲିସ
ଦୁଇ ଛୁଆଙ୍କୁ ଥାନାରେ ଛାଡ଼ି ପଳାଇଗଲେ ଦମ୍ପତି
ଚିନ୍ତାରେ ପୋଲିସ
ହାଇଦ୍ରାବାଦ: ଛୁଆଙ୍କୁ ଛାଡ଼ି ପଳାଇଗଲେ ଦମ୍ପତି। ସେ ପୁଣି ଥାନାରେ ନିଜର ଦୁଇ ଛୁଆଙ୍କୁ ଛାଡ଼ି ପଳାଇଗଲେ। ଏଖବର ବର୍ତ୍ତମାନ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରେମକୁ କିଏ କେଉଁ ପ୍ରକାର ବ୍ୟାକ୍ଷା କରିଥାଏ। କିଏ କହେ ପ୍ରେମ ଶାଶ୍ୱତ ତ ଆଉ କିଏ କହେ ପ୍ରେମ ଚିରନ୍ତନ। ହେଲେ ପ୍ରେମର ଏହି ପରିଭାଷାକୁ ଭୁଲ ବ୍ୟାକ୍ଷା କରିଛନ୍ତି ତେଲେଙ୍ଗାନାର ପ୍ରେମୀ ଯୁଗଳ। ୧୦ ବର୍ଷର ପ୍ରେମ ସମ୍ପର୍କକୁ ତୁଟାଇ ଦେଇଛନ୍ତି। ଥାନାରେ ମଙ୍ଗଳସୂତ୍ର ଫିଙ୍ଗି ଦେଇଛନ୍ତି। କେବଳ ସେତିକି ନୁହେଁ, ଜନ୍ମ କରିଥିବା ଦୁଇ ଛୁଆଙ୍କୁ ଥାନାରେ ଛାଡ଼ି ପଳାଇ ଯାଇଛନ୍ତି। ଏଖବର ବର୍ତ୍ତମାନ ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ଏହି ମାମଲାରେ ପୋଲିସ କହିଛି, ଏ ନେଇ କୌଣସି ମାମଲା ରୁଜୁ ହୋଇନି। ଉଭୟଙ୍କ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉଠିଥିବା ପରିବାରିକ ଝଡ଼ ଶାନ୍ତ ପାଇଁ ଜଣେ ବରିଷ୍ଠ ମହିଳାଙ୍କ ମାଧ୍ୟମରେ କାଉନ୍ସିଲିଂ କରାଯିବ। ଏଥିସହ ପିଲାମାନଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ବ୍ୟବସ୍ଥା କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି। ତେଲେଙ୍ଗାନା କରିମନଗର ଜିଲ୍ଲା ଅଞ୍ଚର ରବୀ କୁମାର ନର୍ସିଂ ପାଠ ପଢ଼ୁଥିବା ଲଳିତାଙ୍କୁ ପ୍ରେମ ବିବାହ କରିଥିଲେ। ୧୦ ବର୍ଷ ତଳେ ଉଭୟଙ୍କ ବିବାହ ହୋଇଥିଲା। ଏବେ ଉଭୟଙ୍କ ଔରଷରୁ ଦୁଇଟି ଝିଅ ଅଛି। ପରିବାର ଠିକ୍ଠାକ୍ ଚାଲୁଥିଲା। ତେବେ ହଠାତ୍ ପରିବାରରେ ଉଠିଲା ଅଶାନ୍ତିର ଝଡ଼। କଥା କଥାରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା। ସ୍ଥିତି ଅସମ୍ଭାଳ ହେବାରୁ କଥା ଥାନାକୁ ଯାଇଥିଲା।
ପୋଲିସ ମାମଲାର ଆପୋଷ ସମାଧାନ ପାଇଁ ରବୀ ଓ ଲଳିତାଙ୍କୁ ଥାନାକୁ ଡାକିଥିଲେ। ମଙ୍ଗଲବାର ଉଭୟ ଦୁଇ ଝିଅଙ୍କୁ ଧରି ଥାନାକୁ ଆସିଥିଲେ। ଥାନାବାବୁ ପ୍ରଥମେ ଉଭୟଙ୍କ ଅଭିଯୋଗ ଶୁଣିଥିଲେ। ରବୀ ଓ ଲଳିତା ସେମାନଙ୍କ ଜୀବନରେ ଘଟିଥିବା ପ୍ରତିଟି କଥା କହିବା ଆରମ୍ଭ କରିଥିଲେ। ଶେଷରେ ଉଭୟଙ୍କ ମଧ୍ୟରେ ବାକ୍ ଯୁଦ୍ଧ ହୋଇଥିଲା। ପୋଲିସ ହସ୍ତକ୍ଷେପକୁ ସେମାନେ ଶୁଣିନଥିଲେ। ରାଗରେ ଜର୍ଜରୀତ ଲଳିତା କହିଲେ, ମୋର ଛୁଅ ଓ ସ୍ୱାମୀ ଦରକାର ନାହିଁ। ଏହା ପରେ ସେ ବେକରେ ପିନ୍ଧିଥିବା ମଙ୍ଗଲସୂତ୍ରକୁ ଥାନାରେ ଫିଙ୍ଗିଦେଇ ପଳାଇ ଯାଇଥିଲେ। ତାଙ୍କ ପଛେ ପଛେ ସ୍ୱାମୀ ରବୀ ମଧ୍ୟ ଚୁପ୍ଚୁପ ପଳାଇ ଯାଇଥିଲେ।
ଏଥିସହ ପଢ଼ନ୍ତୁ: ଅସଲି କି ନକଲି ? ଶାହରୁଖ ଲୁକ୍ରେ ଭାଇରାଲ ଝିଲିକ୍
ହେଲେ କେହି ନିଜର ଦୁଇ ଛୁଆଙ୍କୁ ନେଇନଥିଲେ। ବାପା-ମାଆଙ୍କ ଏପରି ରୂପ ଦେଖି ଭୟଭୀତ ହୋଇ ଯାଇଥିଲେ ଦୁଇ ଝିଅ। ବାପା-ମାଆ ଗଲା ପରେ ଥାନା ବ୍ୟାଞ୍ଚରେ ବସି ଦୁଇ ଝିଅ କାନ୍ଦିଥିଲେ। ଥାନା ବାବୁ ଓ ଅନ୍ୟ ଷ୍ଟାଫ୍ମାନେ ଦୁଇ ଝିଅଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ଯାହାଫଳରେ ପିଲା ଦୁଇ ଜଣ କାନ୍ଦ ବନ୍ଦ କରିଥିଲେ। ଏହା ପରେ ଥାନାବାବୁ ଫୋନ୍ରେ ସ୍ୱାମୀ-ସ୍ତ୍ରୀଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ କେହି ଫୋନ୍ ଉଠାଇ ନଥିଲେ। ଯାହାଫଳରେ ପୋଲିସ ଅଡୁଆରେ ପଡ଼ି ଯାଇଥିଲା। ଶେଷରେ ପୋଲିସ ଦୁଇ ଝିଅଙ୍କୁ ନେଇ ରବୀଙ୍କ ଜେଜେ ମାଆଙ୍କ ପାଖରେ ଛାଡ଼ି ଆସିଥିଲା। ଏଭଳି ଖବର ନିଶ୍ଚନ୍ତପକ୍ଷେ ସମାଜ ପାଇଁ ଲଜ୍ଜ୍ୟାଜନକ।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories