Love Triangle Murder / ତ୍ରିକୋଣୀୟ ପ୍ରେମରୁ ହତ୍ୟା, ପ୍ରେମିକାର କାର୍ ଚଢାଇ ଯୁବକଙ୍କୁ ହତ୍ୟା କଲା ପ୍ରେମିକ
·2 weeks ago·2 min read

Key Points
ତ୍ରିକୋଣୀୟ ପ୍ରେମର କରୁଣ ପରିଣତି
ଯୁବକଙ୍କ ଉପରେ ଚଢ଼ିଗଲା ପ୍ରେମିକାର କାର୍
ଛତିଶଗଡ଼ ରାୟପୁରର ଘଟଣା
ଯୁବକଙ୍କ ଉପରେ ଚଢ଼ିଗଲା ପ୍ରେମିକାର କାର୍
ଛତିଶଗଡ଼ ରାୟପୁରର ଘଟଣା
ରାୟପୁର,୧୬/୦୮: ପ୍ରେମ ସମ୍ପର୍କକୁ ନେଇ ରାଜଧାନୀ ରାୟପୁରରେ ଘଟିଛି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ଜଣେ ଯୁବତୀଙ୍କୁ ଅଟକାଇବାକୁ ଯାଇ ଜଣେ ଯୁବକ କାର୍ର ଛାତ ଉପରେ ଚଢ଼ିଥିଲେ। ହେଲେ କାର୍ଟି ଦ୍ରୁତ ଗତିରେ ଚାଲିବାରୁ ଯୁବକ ତଳକୁ ଖସିପଡ଼ିଥିଲେ। ଏହାପରେ ଚାଳକ ତାଙ୍କ ଉପରେ କାର୍ ଚଢ଼ାଇ ଦେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ହିଁ ଯୁବକଙ୍କ ମୃତ୍ୟୁ ଘଟିଛି। ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ CCTV କ୍ୟାମେରାରେ କଏଦ ହୋଇଛି।
ଏହି ଭୟାବହ ଘଟଣା ଛତିଶଗଡ଼ର ରାୟପୁର ସହରର ଆମାନାକା ଥାନା ଅଞ୍ଚଳରେ ଥିବା ଏମ୍ସ ହସ୍ପିଟାଲ ସମ୍ମୁଖରେ ଘଟିଛି। ମୃତ ଯୁବକଙ୍କ ନାମ ପରମପ୍ରୀତ ସିଂହ। ତାଙ୍କ ବୟସ ୩୪ ବର୍ଷ ବୋଲି ଜଣାପଡ଼ିଛି। ସେ ତାଟିବନ୍ଧସ୍ଥିତ ଉଦୟ ସୋସାଇଟିର ବାସିନ୍ଦା ଥିଲେ।
ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଘଟଣା ଦିନ ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କାର୍ରେ ଏମ୍ସ ହସ୍ପିଟାଲ ସମ୍ମୁଖକୁ ଆସିଥିଲେ। ସେଠାରେ ପରମପ୍ରୀତଙ୍କ ସହ ସେମାନଙ୍କର କୌଣସି କଥାକୁ ନେଇ ବଚସା ଓ ଯୁକ୍ତିତର୍କ ହୋଇଥିଲା। ପରେ ଯୁବତୀ ଜଣକ କାର୍ରେ ବସି ସେଠାରୁ ଚାଲିଯିବାକୁ ଉଦ୍ୟମ କରିଥିଲେ।
ପଢନ୍ତୁ ଏହି ଖବର: ରିଲ୍ ନିଶା ପାଇଁ ବଢ଼ୁଛି ବିପଦ,ଚେତାବନୀ ଦେଲେ ବନ ଅଧିକାରୀ
ତେବେ ପରମପ୍ରୀତ ତାଙ୍କୁ ଅଟକାଇବା ପାଇଁ ଚଳନ୍ତା କାର୍ର ଛାତ ଉପରକୁ ଚଢ଼ିଯାଇଥିଲେ। କାର୍ ଚାଳକ ଗାଡ଼ି ଅଟକାଇବା ପରିବର୍ତ୍ତେ ଦ୍ରୁତ ଗତିରେ ଚଳାଇଥିବା ଅଭିଯୋଗ ହୋଇଛି। କିଛି ବାଟ ଯିବା ପରେ ପରମପ୍ରୀତ କାର୍ର ଛାତରୁ ତଳକୁ ଖସିପଡ଼ିଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏହାପରେ ଘଟିଥିଲା ଆହୁରି ଭୟଙ୍କର ଘଟଣା
ଅଭିଯୋଗ ଅନୁସାରେ, କାର୍ ଚାଳକ ଗାଡ଼ି ନ ଅଟକାଇ ପରମପ୍ରୀତଙ୍କ ଉପରେ କାର୍ ଚଢ଼ାଇ ଦେଇଥିଲେ। ଏହାପରେ ଅଭିଯୁକ୍ତ କାର୍ ନେଇ ସେଠାରୁ ଫେରାର ହୋଇଯାଇଥିଲେ। ଗୁରୁତର ଭାବେ ଆହତ ପରମପ୍ରୀତଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଘଟଣା ପରେ ଆମାନାକା ଥାନା ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ପୁଲିସ ଏହାକୁ ହତ୍ୟା ମାମଲା ଭାବେ ରୁଜୁ କରିଥିବା ଜଣାପଡ଼ିଛି। ଘଟଣାରେ ସମ୍ପୃକ୍ତ ଯୁବତୀଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ଅନ୍ୟପଟେ, ପୁଲିସର ତଦନ୍ତରେ ଦୁର୍ଗ ଅଞ୍ଚଳର ଭରତ ମଙ୍ଗନାନୀ ନାମକ ଜଣେ ବ୍ୟକ୍ତିଙ୍କ ସହ ପରମପ୍ରୀତଙ୍କ ପୂର୍ବରୁ ବିବାଦ ଥିବା ସୂଚନା ମଧ୍ୟ ସାମ୍ନାକୁ ଆସିଛି। ଏହି ବିବାଦର ଏହି ହତ୍ୟାକାଣ୍ଡ ସହ କୌଣସି ସମ୍ପର୍କ ଅଛି କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଛି। ଘଟଣାର CCTV ଫୁଟେଜ୍ ପୁଲିସ ହାତରେ ଲାଗିଛି। ଏଥିରେ ଯୁବକଙ୍କ କାର୍ ଉପରେ ଚଢ଼ିବା, କାର୍ ଆଗକୁ ବଢ଼ିବା ଏବଂ ପରେ ଯୁବକ ତଳେ ପଡ଼ିଯିବାର ଦୃଶ୍ୟ ରହିଥିବା ଜଣାପଡ଼ିଛି। ଏହି ଫୁଟେଜ୍କୁ ଆଧାର କରି ଫେରାର ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ଚେଷ୍ଟା ଜାରି ରଖିଛି।
ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଘଟିଥିବା ଏହି ହତ୍ୟାକାଣ୍ଡ ରାୟପୁରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ତେବେ ଘଟଣା ପଛର ପ୍ରକୃତ କାରଣ କ’ଣ ଏବଂ ହତ୍ୟାକାଣ୍ଡରେ କେଉଁମାନେ ସମ୍ପୃକ୍ତ, ତାହା ପୁଲିସର ସମ୍ପୂର୍ଣ୍ଣ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

Related Topics
Explore more stories