Crime News / ପ୍ରେମିକା ସହ ଏମିତି କଲା ପ୍ରେମିକ: ପ୍ରେମ ରକ୍ତରେ ଭିଜିଲା ରାଜଧାନୀ

Key Points
କାର ଭିତରୁ ଶୁଭିଲା ଠୋ ଠୋ ଗୁଳିର ଶବ୍ଦ
ପ୍ରେମିକା ସହ ଏମିତି କଲା ପ୍ରେମିକ
ପ୍ରେମ ରକ୍ତରେ ଭିଜିଲା ରାଜଧାନୀ
କାର ଭିତରେ ବଶିଲେ। ସବୁ କିଛି ସରିବା ପରେ ଏମିତ କରିଦେଲେ। ଅଣ୍ଟାରୁ ବନ୍ଧୁକ ବାହାର କରି ପ୍ରେମିକାର ମୁଣ୍ଡକୁ ଗୁଳି କଲା ପ୍ରେମିକ। କହିଲା ତୁ ମୋର ହେବୁନିତ ଆଉ କାହାର ହୋଇ ପାରିବୁ ନାହିଁ। ତୁ କେବଳ ମୋର। ୧୭ ବର୍ଷ ମୋତେ ପ୍ରେମ କଲୁ। ଶେଷରେ ଆଉ କାହାକୁ ବାହା ହେବୁ। ଏହା ଅସମ୍ଭବ କହି ପ୍ରେମିକାକୁ ମାରିବା ପରେ ନିଜକୁ ନିଜେ ଗୁଳି ମାରି ହୋଇଗଲା ପ୍ରେମିକ।
ପ୍ରେମ ଦିବଶରେ ରାଜଧାନୀରେ ଘଟିଗଲା ଏମିତି ସାଂଘାତିକ ଘଟଣା। ପ୍ରେମିକାକୁ କାର ଭିତରେ ବଶାଇ ଗୁଳି ମାରିଲା ପ୍ରେମିକ। ଏହା ପରେ ନିଜକୁ ନିଜେ ଗୁଳି ମାରି ହୋଇଗଲେ। ଏଭଳି କିଛି ଦୃଶ୍ୟ ଦେଖିବାକୁଳ ମିଳିଛି ରାଜଧାନୀ ଦିଲ୍ଳୀ ନୋଏଡାର ରାସ୍ତା ଉପରେ। ମୃତ ପ୍ରେମିକଙ୍କ ନାମ ହେଉଛି ସୁମିତ ଏବଂ ପ୍ରେମିକାଙ୍କ ନାମ ହେଉଛି ରେଖା ।
ସୁମିତ ଏବଂ ରେଖା... କାର ଭିତରୁ ମିଳିଛି ଉଭୟଙ୍କର ମୃତଦେହ। ଉଭୟଙ୍କ ମୁଣ୍ଡରେ ବାଜିଛି ଗୁଳି। ସୁମିତ ତାଙ୍କ ପ୍ରେମିକା ରେଖାଙ୍କ ମୁଣ୍ଡକୁ ଗଳି ମାରି ନିଜକୁ ନିଜେ ମଧ୍ୟ ଗୁଳିମାରି ହୋଇଯାଇଛନ୍ତି। ସୂଚନା ମୁତାବକ ଉଭୟଙ୍କ ଭିତରେ ୧୭ ବର୍ଷର ଭଲପାଇବା ଥିଲା। ମନ ପ୍ରାଣ ଦେଇ ଉଭୟ ଉଭୟଙ୍କୁ ଭଲପାଉଥିଲେ। ହେଲେ ପ୍ରେମରେ ଆସିଲା ବିଛେଦ। ପ୍ରେମିକା ରେଖା ତାଙ୍କର ପ୍ରେମ ସୁମିତଙ୍କୁ ଭୁଲି ଅନ୍ୟ ଜଣକୁ ବିବାହ କରିବାକୁ ଯାଉଥିଲେ।
ହେଲେ ଏହାକୁ ସହି ପାରିଲେ ନାହିଁ ସୁମିତ। ଭାଲେଣ୍ଟାଇନ୍ସ ଡେରେ ଶେଷ ଥର ପାଇଁ ଦେଖା ହେବାକୁ ଡାକିଲେ। ନିଜ କାର ଭିତରେ ବଶି ରେଖାଙ୍କ ମୁଣ୍ଡ ଗୁଳି ମାରିବା ସହ ନିଜକୁ ନିଜେ ଗୁଳି ମାରି ହୋଇଗଲେ। ରେଖା ନୋଏଡ଼ା ସେକ୍ଟର ୫୮ର ବାସିନ୍ଦା ହୋଇଥିବା ବେଳେ ସୁମିତ ହେଉଛନ୍ତି ଦିଲ୍ଲୀ ତ୍ରିଲୋକପୁରୀର।
ସୁମିତଙ୍କ ପାଖରୁ ଗୋଟିଏ ଚିଠି ମିଳିଛି। ଯେଉଁଥିରେ ଲେଖା ରହିଛି କି ସେ ରେଖାଙ୍କୁ ୧୭ ବର୍ଷ ହେଲା ଭଲ ପାଉଥିଲେ। କିନ୍ତୁ ରେଖା ତାଙ୍କୁ ଧୋକା ଦେଇ ଅନ୍ୟଜଣକୁ ବିବାହ କରିବାକୁ ଚାହୁଁଥିଲେ। ସେଥିପାଇଁ ସେ ଏମିତି କିଛି ଦରିଦେଲେ। ପୋଲିସ ଏନେଇ ମୃତକଙ୍କ ପରିବାରକୁ ସୂଚନା ଦେଇଥିବା ବେଳେ ଘଟଣାର ତଦନ୍ତ କରୁଛି।
📱 Get Argus News App
✨Related Topics
Explore more stories