Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News -  ଏଥର ସୋସିଆଲ ମିଡିଆରେ ଭୁଲ ତଥ୍ୟ  ପୋଷ୍ଟ କଲେ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା 

National

 ଏଥର ସୋସିଆଲ ମିଡିଆରେ ଭୁଲ ତଥ୍ୟ  ପୋଷ୍ଟ କଲେ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା 

Manini Pattanayak
Browse all articles by Manini Pattanayak
·2 years ago·1 min read
 ଏଥର ସୋସିଆଲ ମିଡିଆରେ ଭୁଲ ତଥ୍ୟ  ପୋଷ୍ଟ କଲେ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା 

 ନୂଆଦିଲ୍ଲୀ:  ଆସନ୍ତାକାଲିଠୁ ବଦଳିଯିବ ନିୟମ । ମାର୍ଚ୍ଚ ପହିଲାରୁ ସୋସିଆଲ ମିଡିଆ ନିୟମରେ ବଡ଼ ପରିବର୍ତ୍ତନ ସହ ଫାସଟ୍ୟାଗ ନିୟମ, ଆର୍ଥିକ ନେଣଦେଣ ସମ୍ବନ୍ଧିତ ନିୟମ, LPG ସିଲିଣ୍ଡର ଦରରେ ପରିବର୍ତ୍ତନ ହେବାକୁ ଯାଉଛି । ଆଇଟି ନିୟମରେ ସରକାର କରିଥିବା ପରିବର୍ତ୍ତନ ମାର୍ଚ୍ଚ ୧ରୁ ଲାଗୁ ହେବ। ନୂଆ ନିୟମ ଅନୁଯାୟୀ, ଟ୍ୱିଟର, ଫେସବୁକ୍, ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଆପରେ ଭୁଲ ତଥ୍ୟ ପୋଷ୍ଟ କରିବା ପାଇଁ ମୋଟା ଅଙ୍କର ଜରିମାନା ଦେବାକୁ ପଡିବ।

ସୋସିଆଲ ମିଡିଆକୁ ସୁରକ୍ଷିତ କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। ସେହିପରି ଗାଡ଼ିରେ ଲାଗିଥିବା ଫାସଟ୍ୟାଗର କେୱାଇସି ହୋଇନଥିଲେ ମାର୍ଚ୍ଚ ପହିଲାରୁ ଏହା ଡିଆକ୍ଟିଭେଟ ହୋଇଯିବ । ଜାତୀୟ ରାଜପଥ ପ୍ରାଧିକରଣ ଫାସଟ୍ୟାଗର କେୱାଇସି ପୂରଣ ପାଇଁ ଫେବୃଆରୀ ୨୯ ତାରିଖକୁ ଶେଷ ତାରିଖ ଭାବେ ଧାର୍ଯ୍ୟ କରିଛି।... ଆସନ୍ତାକାଲିଠାରୁ ଏଲପିଜି ସିଲିଣ୍ଡର ଦରରେ ପରିବର୍ତ୍ତନ ହେବାକୁ ଯାଉଛି। ପ୍ରତ୍ୟେକ ମାସର ପ୍ରଥମ ଦିନରେ ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ନୂଆ ମୂଲ୍ୟ ଜାରି କରିଥାନ୍ତି। ଏଥର ତୈଳ କମ୍ପାନୀଗୁଡିକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ସାମାନ୍ୟ ହ୍ରାସ କରିପାରନ୍ତି।  

ଅଧିକ ପଢନ୍ତୁ  ଭାରତ ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
LPG cylinder prices are going to change in tomorrow | Argus News