Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ମାସ ଆରମ୍ଭରୁ କମିଲା ଗ୍ୟାସ ଦର

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
ମାସ ଆରମ୍ଭରୁ କମିଲା ଗ୍ୟାସ ଦର

ଅର୍ଗସ ବ୍ୟୁରୋ: ଆଜିଠୁ ଲାଗୁ ହେବ ନୂଆ ନିୟମ । ନୂଆ ମାସ ଆରମ୍ଭ ସହିତ ଏଲ୍‌ପିଜି ମୂଲ୍ୟ, ମିଚ୍ୟୁଆଲ ଫଣ୍ଡ୍‌ ନିୟମ ସହ ୫ଟି ଗୁରୁତ୍ବପୂର୍ଣ୍ଣ ନିୟମରେ ପରବର୍ତ୍ତନ ହୋଇଛି । ଆଜିଠୁ ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହୋଇଛି । ଘରୋଇ ଏଲ୍‌ପିଜି ମୂଲ୍ୟ ଗତ ମାସରେ ୯୨୯ ଟଙ୍କା ଥିବା ବେଳେ ଚଳିତ ମାସରେ ଏହା ୮୨୯ ଟଙ୍କା ରହିଛି । ପ୍ରତ୍ୟେକ ମାସର ୧ ତାରିଖରେ ସରକାର ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଏବଂ ଏଲପିଜି ମୂଲ୍ୟରେ ପରିବର୍ତ୍ତନ କରିଥାନ୍ତି ।  ସେହିପରି ମିଚ୍ୟୁଆଲ ଫଣ୍ଡରେ ଇନ୍‌ସାଇଡର ଟ୍ରେଡିଂ ବନ୍ଦ କରିବାକୁ ନୂଆ ନିୟମ ଲାଗୁ ହୋଇଛି ।

ମିଚ୍ୟୁଆଲ ଫଣ୍ଡରେ ଇନ୍‌ସାଇଡର ଟ୍ରେଡିଂକୁ ରୋକିବା ପାଇଁ ଭାରତୀୟ ପ୍ରତିଭୂତ୍ତି ବିନିମୟ ବୋର୍ଡ ବା ସେବି ନୂଆ ନିୟମ ଜାରି କରିଛି। ସେହପରି ଏସ୍‌ବିଆଇ କ୍ରେଡିଟ୍ କାର୍ଡ ନିୟମରେ ମଧ୍ୟ ପରିବର୍ତ୍ତନ ହୋଇଛି । ଗୋଟିଏ ଷ୍ଟେଟମେଣ୍ଟରେ ୫୦ ହଜାର ଟଙ୍କାରୁ ଅଧିକ ୟୁଟିଲିଟି ବିଲ୍‌ ପେମେଣ୍ଟ ଉପରେ ୧ ପ୍ରତିଶତ ଅତିରିକ୍ତ ଚାର୍ଜ ଆଦାୟ କରାଯିବ। ଆଜିଠାରୁ ଏସବିଆଇର ଅସୁରକ୍ଷିତ କ୍ରେଡିଟ କାର୍ଡରେ ୩.୭୫% ଫାଇନାନ୍ସ ଚାର୍ଜ ଆଦାୟ କରାଯିବ। ଏହାସହିତ  TRAI ମେସେଜ୍‌ ଟ୍ରେସେବିଲିଟି ନିୟମ କାର୍ଯ୍ୟକାରୀ ହେବାକୁ ଯାଉଛି । ଏ ନେଇ ଟେଲିକମ୍ କମ୍ପାନୀଗୁଡ଼ିକୁ ପୂର୍ବରୁ ସରକାର ନିର୍ଦ୍ଦେଶ ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored