Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୩ ମହଲା କୋଠାକୁ ଗିଳିଦେଲା ନିଆଁ; ୧୩ ଜଣଙ୍କ ମୃତଦେହ ଉଦ୍ଧାର

National

Fire Breaks Out / ୩ ମହଲା କୋଠାକୁ ଗିଳିଦେଲା ନିଆଁ; ୧୩ ଜଣଙ୍କ ମୃତଦେହ ଉଦ୍ଧାର

Sushanta Sahoo
Browse all articles by Sushanta Sahoo
·2 hours ago·2 min read
୩ ମହଲା କୋଠାକୁ ଗିଳିଦେଲା ନିଆଁ; ୧୩ ଜଣଙ୍କ ମୃତଦେହ ଉଦ୍ଧାର
People Jump from Roof to Save Lives

Key Points

କିଏ କିଛି ବୁଝିବା ଆଗରୁ ନିଆଁ ୩ ମହଲା କୋଠାକୁ ବ୍ୟାପିଗଲା । ଆଉ ଜୀବନ ବଞ୍ଚାଇବାକୁ ଯିଏ ଯେଉଁଆଡ଼େ ଦୌଡ଼ିଲେ । କିଛି ଜଣ ଛାତରୁ ସିଧା ତଳକୁ ଡେଇଁ ପଡ଼ିଲେ । ଏହି ଦୁର୍ଘଟଣାରେ ମୋଟ ୧୩ ଜଣଙ୍କ ମୃତ୍ୟୁ ହୋଇଛି ।
ଲକ୍ଷ୍ନୌ: ମଧ୍ୟାହ୍ନ ଖାଇବା ସରିଥିଲା । ଖାଇବା ସାରି ଯିଏ ଯାହା କାମରେ ଲାଗି ପଡ଼ିଥିଲେ । ଆଉ ଠିକ୍ ଏତିକି ବେଳେ ଲାଗିଲା ନିଆଁ । କିଏ କିଛି ବୁଝିବା ଆଗରୁ ନିଆଁ ୩ ମହଲା କୋଠାକୁ ବ୍ୟାପିଗଲା । ଆଉ ଜୀବନ ବଞ୍ଚାଇବାକୁ ଯିଏ ଯେଉଁଆଡ଼େ ଦୌଡ଼ିଲେ । କିଛି ଜଣ ଛାତରୁ ସିଧା ତଳକୁ ଡେଇଁ ପଡ଼ିଲେ ।

ସୋମବାର ଅପରାହ୍ଣରେ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଅଲୀଗଞ୍ଜର ଏକ ବହୁତଳ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗିବା ପରେ ବିଲ୍ଡିଂରେ ଥିବା ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ । ଦେଖୁ ଦେଖୁ ନିଆଁ ଓ ଧୂଆଁ ପୂରା କୋଠାକୁ କବ୍‌ଜା କରି ନେଇଥିଲା । ଏବେ ସୁଦ୍ଧା ଏହି ଅଘଟଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ତାମିଲନାଡ଼ୁ ଗ୍ୟାସ ଲିକ୍ ଘଟଣା: ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକଙ୍କ ପରିବାରକୁ ୪ ଲକ୍ଷର ସହାୟତା 

ଅଗ୍ନିଶମ ବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁ ଲିଭାଇବାକୁ ପ୍ରୟାସ କରୁଛି । ସ୍ଥାନୀୟ ପୋଲିସ ଅନୁସାରେ, ଉକ୍ତ ବିଲ୍ଡିଂର ତଳ ମହଲାରେ ଏକ ପେଟ୍ ଶପ୍ ଥିଲା । ଉପର ମହଲାରେ ଗେମିଂ ଜୋନ୍ ରହିଛି ।

ନିଆଁ ଲାଗିବା ପରେ ଉପର ମହଲାରେ ଥିବା ଲୋକ ଆତଙ୍କିତ ହୋଇ ପଡ଼ିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ନିଆଁ ଓ ଧୂଆଁ ବେଶ୍ ଅଧିକ ଥିଲା । ତେଣୁ ଉପର ମହଲାରେ ଥିବା ଲୋକେ ଜୀବନ ବଞ୍ଚାଇବାକୁ ଯାଇ ତଳକୁ ଡେଇଁ ପଡ଼ିଥିଲେ ।

ଅଗ୍ନିକାଣ୍ଡ ଖବର ପାଇ ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଅଗ୍ନିଶମ ଓ ପୋଲିସ ଟିମ୍ ତୁରନ୍ତ ପହଞ୍ଚିଥିଲା । କୋଠା ଭିତରେ ନିଆଁରେ ଫସିଥିବା ଲୋକଙ୍କୁ ବାହାରକୁ ଆଣିବା ଲାଗି ପ୍ରୟାସ ଜାରି ରହିଛି ।

ଏଥିସହ ପଢ଼ନ୍ତୁ: ପ୍ଲାଷ୍ଟିକ୍ ଡ୍ରମରେ ଫସିଗଲା ଗାଈର ମୁଣ୍ଡ, ସାହସୀ ଯୁବକମାନେ ବଞ୍ଚାଇଲେ ଜୀବନ…ଭିଡିଓ ହେଉଛି ଭାଇରାଲ 

ନିଆଁ ଲାଗିଥିବା ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଚାରି ବୁଝିଛନ୍ତି । ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଉଦ୍ଧାର କାର୍ଯ୍ୟ ତ୍ଵରାନ୍ଵିତ ସହ ଆହତଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ଥାନୀୟ ଲୋକଙ୍କ ଅନୁସାରେ, କୋଠା ଭିତରେ ଏବେ ୧୦ରୁ ୧୨ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି । ଉକ୍ତ ବିଲ୍ଡିଂରେ ଏକ ଗେମିଂ ପ୍ରକ୍ସ କାମ ଚାଲିଥିଲା । ଯେଉଁଠି ପ୍ରାୟ ୨୦ରୁ ୨୨ ଜଣ କାମ କରୁଥିଲେ ବୋଲି ଜଣାପଡ଼ିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored