ଡିମ୍ପଲ ଯାଦବଙ୍କ ସହ ଥିଲେ ୧୫୧ ଯାତ୍ରୀ, ଲକ୍ଷ୍ନୌ ବିମାନବନ୍ଦରରେ ଟଳିଲା ବଡ଼ ଅଘଟଣ !

Key Points
ରନୱେରେ ଦୌଡ଼ୁଥିଲା ବିମାନ । ମାତ୍ର କେଇ ସେକେଣ୍ଡରେ ଆକାଶକୁ ଉଠିଥାନ୍ତା । ମାତ୍ର କେଇ କିଛି ବୁଝିବା ପୂର୍ବରୁ ହଠାତ୍ ପାଇଲଟ୍ ଲଗାଇଲେ ବିମାନର ଏମରଜେନ୍ସି ବ୍ରେକ୍ । ରଦ୍ଦ ହେଲା ବିମାନ ଉଡ଼ାଣ ।
ଲକ୍ଷ୍ନୌ: ATCରୁ ମିଳି ସାରିଥିଲା ସିଗନାଲ୍ । ରନୱେରେ ଦୌଡ଼ୁଥିଲା ବିମାନ । ମାତ୍ର କେଇ ସେକେଣ୍ଡରେ ଆକାଶକୁ ଉଠିଥାନ୍ତା । ମାତ୍ର କେଇ କିଛି ବୁଝିବା ପୂର୍ବରୁ ହଠାତ୍ ପାଇଲଟ୍ ଲଗାଇଲେ ବିମାନର ଏମରଜେନ୍ସି ବ୍ରେକ୍ । ରଦ୍ଦ ହେଲା ବିମାନ ଉଡ଼ାଣ । ପାଇଲଟ୍ଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଲକ୍ଷ୍ନୌ ବିମାନବନ୍ଦରରେ ଟଳି ଯାଇଛି ବଡ଼ ଅଘଟଣ ।
ଲକ୍ଷ୍ନୌରୁ ଦିଲ୍ଲୀ ଯାଉଥିଲା ଇଣ୍ଡିଗୋର 6E 2111 ବିମାନ । ଏହି ବିମାନରେ ସମାଜବାଦୀ ପାର୍ଟିର ସାଂସଦ ଡିମ୍ପଲ ଯାଦବଙ୍କ ସହ ୧୫୧ ଜଣ ଯାତ୍ରୀ ଥିଲେ । ଆଉ ବିମାନ ରନୱେରେ ଦୌଡ଼ିବା ବେଳେ ଦେଖାଗଲା ଯାନ୍ତ୍ରିକ ତ୍ରୁଟି । ବିମାନ ଉଡ଼ାଣ ପାଇଁ ଆବଶ୍ୟକ ଧକ୍କା (thrust) ମିଳି ନଥିଲା । ଫଳରେ ଏମରଜେନ୍ସି ବ୍ରେକ୍ ଲଗାଇଥିଲେ କ୍ୟାପଟେନ୍ ଏବଂ ରନ୍ୱେ ସରିବା ପୂର୍ବରୁ ସୁରକ୍ଷିତ ଭାବେ ଅଟକି ଯାଇଥିଲା ବିମାନ ।
ଏହି ଘଟଣା ପରେ ଦିଲ୍ଲୀ ଯିବାକୁ ଥିବା ବିମାନକୁ ପରିବର୍ତ୍ତନ କରାଯାଇଛି । ତେବେ ଏ ଘଟଣା ନେଇ ଏଯାବତ୍ ଇଣ୍ଡିଗୋ କର୍ତ୍ତୃପକ୍ଷ କୌଣସି ଟିପ୍ପଣୀ କରି ନାହାନ୍ତି । ବିମାନରେ ଥିବା ଯାତ୍ରୀଙ୍କ ଅନୁସାରେ, ବିମାନଟି ରନୱେରେ ଦୌଡ଼ୁଥିବା ବେଳେ ହଠାତ୍ ଅଟକି ଯାଇଥିଲା । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ସମସ୍ତ ଯାତ୍ରୀଙ୍କୁ ଏମରଜେନ୍ସି ଗେଟ୍ ଦେଇ ବାହାରକୁ ଅଣାଯାଇଛି ।