Viral Video: ସଜବାଜ ହୋଇ ବେଦୀ ମୁହଁରେ ପହଞ୍ଚିଲା ବର, ହଠାତ୍ ଘୋଡ଼ା ଉପରକୁ ଟଳିପଡ଼ିଲା !

ବିବାହ ଉତ୍ସବ । ମଣିଷ ଜୀବନରେ ଏହା ଖୁବ୍ ଗୁରୁତ୍ୱ ବହନ କରିଥାଏ । ଏହି ଦିନକୁ ସ୍ମରଣୀୟ କରିବା ପାଇଁ ଅନେକ ପ୍ରକାର ଚେଷ୍ଟା କରାଯାଇଥାଏ । ଅନେକ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥାଏ । ବ୍ୟାଙ୍କରୁ ଲୋନ୍ କରି ମଧ୍ୟ ଖର୍ଚ୍ଚ କରାଯାଇଥାଏ । ପରିବାରର ସମସ୍ତଙ୍କ ପାଇଁ ନୂଆ ଡ୍ରେସ କରାଯାଇଥାଏ । ବାହାଘରର ୩-୪ ଦିନ ପୂର୍ବରୁ ବନ୍ଧୁ ବାନ୍ଧବ ଘରକୁ ଆସିଥାନ୍ତି । ମଜାମସ୍ତିରେ ଘର ଉଠୁଥାଏ ପଡ଼ୁଥାଏ ।
ତେବେ ଏତେ ସବୁ ଭିତରେ ବି ଏମିତି କିଛି ଘଟଣା ଘଟିଯାଏ... ଯାହା ପରିବାର ଲୋକଙ୍କୁ ଜୀବନ ସାରା ମନେ ରହେ । ବାହାଘର ପାଇଁ ବେଦୀ ମୁହଁରେ ପହଞ୍ଚିସାରିଥିଲା ବର, ଠିକ୍ ଏତିକି ବେଳେ ଚାଲିଗଲା ଜୀବନ । ଅଧା ରହିଗଲା ବିବାହ ଉତ୍ସବ। ବାହା ହେବାକୁ ଶୋଭାଯାତ୍ରାରେ ଆସି ମଣ୍ଡପରେ ପହଞ୍ଚିବା ପରେ ଘୋଡ଼ା ଉପରେ ଟଳି ପଡ଼ିଲା ବର। ଘଟଣାଟି ଘଟିଛି ମଧ୍ୟ ପ୍ରଦେଶର ଶୟୋପୁରରେ। ମୃତକଙ୍କ ନାଁ ପ୍ରଦୀପ ଜାଟ୍, ବୟସ ୨୭ । ସେ NSUIର ଜଣେ ଦୃଢ଼ ସଂଗଠକ । ଏମିତିକି ଶୟୋପୁର ଜିଲ୍ଲାର ସେ NSUI ସଭାପତି ଥିଲେ।
ଗତ ଶୁକ୍ରବାର ଏହି ଘଟଣା ଘଟିଛି। ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ପ୍ରଦୀପ ଜାଟ ଘୋଡ଼ା ଉପରେ ବସି ବିବାହ ସ୍ଥଳୀରେ ପହଞ୍ଚିଥିଲେ । ହେଲେ ହଠାତ୍ ସେଠାରେ ଛାତିରେ ଯନ୍ତ୍ରଣା ଅନୁଭବ କଲେ । ଆଉ ଛାତିକୁ ଜୋରରେ ଧରି ସେହି ଘୋଡ଼ା ଉପରେ ହିଁ ମୁଣ୍ଡ ନୁଆଇଁ ଟଳିପଡ଼ିଲେ । ତାଙ୍କ ପାଖରେ ଥିବା ଜଣେ ବ୍ୟକ୍ତି ଏହା ଜାଣି ପାରି ତାଙ୍କ ଦେହରେ ହାତ ପକାଇଥିଲେ। ହେଲେ ସେତେବଳକୁ ପ୍ରଦୀପଙ୍କ ଜୀବନ ଦୀପ ଲିଭିସାରିଥିଲା ।
ତାଙ୍କୁ ଘୋଡ଼ାରୁ ତଳକୁ ଅଣାଯାଇଥିଲା। ଏହା ଦେଖି ବିବାହ ସ୍ଥଳୀରେ ଉପସ୍ଥିତ ଲୋକେ ସେଠାକୁ ଧାଇଁ ଆସିଥିଲେ। ପରେ ତାଙ୍କୁ ଶୟୋପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ହାର୍ଟ ଆଟାକ୍ରେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ଏବେ ସୁଦ୍ଧା କାରଣ ଅସ୍ପଷ୍ଟ ରହିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ।
ଜୀବନର ନିୟମ ଜନ୍ମର ନିଶ୍ଚିନ୍ତ ମୃତ୍ୟୁ... ଦୁଃଖ ପରେ ସୁଖ । ମୃତ୍ୟୁ କେତେବେଳେ କାହାକୁ କେଉଁ ସମୟରେ ଆସିବ ତାହା କିଏ ବା କହିବ । କିଛି ଦିନ ପୂର୍ବରୁ ଠିକ ଏହିପରି ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା। ନାଚୁଥିବା ବେଳେ ଟଳିପଡିଥିଲେ ଯୁବତୀ । ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାର ଜଣେ ଯୁବତୀ ତାଙ୍କ ଭଉଣୀଙ୍କ ବିବାହ ଉତ୍ସବରେ ନୃତ୍ୟ କରୁଥିଲେ । ସାମ୍ନାରେ ଥିବା ଦୁଇ ଶହରୁ ଅଧିକ ପ୍ରିୟ ପରିଜନ ଓ ଅତିଥିମାନେ ଏହାକୁ ଦେଖୁଥିଲେ । ବଲିଉଡ୍ ଗୀତର ତାଳେ ତାଳେ ନାଚୁଥିଲେ ୨୩ ବର୍ଷୀୟା ପରିଣୀତା ଜୈନ୍ । କିନ୍ତୁ ହଠାତ୍ ସେ ଷ୍ଟେଜ ଉପରେ ଖସି ପଡିଥିଲେ । ତୁରନ୍ତ ତାଙ୍କୁ ଡାକ୍ତରଖାନା ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
मध्यप्रदेश: श्योपुर जिले में एक हैरान कर देने वाली घटना सामने आई। शादी के दौरान घोड़ी पर सवार एक दूल्हे की मौत हो गई
— Raajeev Chopra (@Raajeev_Chopra) February 15, 2025
मौत से पहले दूल्हे ने बरातियों के साथ जमकर डांस भी किया दुल्हन स्टेज पर दूल्हे का इंतजार करती रही लेकिन दूल्हे के आने से पहले उसकी मौत की खबर आ गई।#heartattack pic.twitter.com/SvIA4tq7Fd