Health Alert / ମଧ୍ୟପ୍ରଦେଶରେ ସ୍ୱାଇନ୍ ଫ୍ଲୁ ଚିନ୍ତା: ୬୫ ଆକ୍ରାନ୍ତ, ୮୦ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ

Key Points
୧୨ ଦିନରେ ୪୫ ମାମଲା ବଢ଼ୁଛି ସ୍ୱାଇନ୍ ଫ୍ଲୁ ଆତଙ୍କ
ସ୍ୱାଇନ୍ ଫ୍ଲୁରେ ମୃତ୍ୟୁ କେତେ ବିପଦଜନକ ଏହି ଭାଇରସ୍ ?
ମଧ୍ୟପ୍ରଦେଶରେ ସ୍ୱାଇନ୍ ଫ୍ଲୁ ମାମଲା ବଢ଼ିବା ସହ ଏବେ ଏହି ରୋଗରେ ପ୍ରଥମ ମୃତ୍ୟୁ ଘଟିଛି । ଭୋପାଳରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ସ୍ୱାଇନ୍ ଫ୍ଲୁରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ସେ ପୂର୍ବରୁ ହୃଦରୋଗ, ଉଚ୍ଚ ରକ୍ତଚାପ ଓ ଡାଇବେଟିସ୍ ଭଳି ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ ।
ମଧ୍ୟପ୍ରଦେଶ ସରକାରଙ୍କ ତଥ୍ୟ ଅନୁସାରେ, ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୬୫ ଜଣଙ୍କଠାରେ ସ୍ୱାଇନ୍ ଫ୍ଲୁ ଚିହ୍ନଟ ହୋଇଛି । ଏଥିରୁ ୪୫ଟି ମାମଲା ମାତ୍ର ୧୨ ଦିନ ମଧ୍ୟରେ ସାମ୍ନାକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରୀକ୍ଷା ଓ ନିରୀକ୍ଷଣ ବଢ଼ାଇ ଦିଆଯାଇଛି ।
ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ ବୃଦ୍ଧ
ସ୍ୱାଇନ୍ ଫ୍ଲୁରେ ମୃତ୍ୟୁ ହୋଇଥିବା ୮୦ ବର୍ଷୀୟ ବୃଦ୍ଧ ଭୋପାଳର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଡାକ୍ତରଙ୍କ ଅନୁସାରେ, ସେ ପୂର୍ବରୁ ହୃଦରୋଗ, ବ୍ଲଡ୍ ପ୍ରେସର ଓ ଡାଇବେଟିସ୍ରେ ପୀଡ଼ିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ବିଭାଗ କହିଛି ଯେ ସ୍ୱାଇନ୍ ଫ୍ଲୁ ରୋଗୀଙ୍କ ପରୀକ୍ଷା ସୁବିଧା ମୁଖ୍ୟତଃ ଏମ୍ସରେ ଉପଲବ୍ଧ ରହିଛି । ବଢ଼ୁଥିବା ମାମଲାକୁ ଦେଖି ପରୀକ୍ଷା ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ୱିତ କରାଯାଇଛି ।
ପାଣିପାଗ ପରିବର୍ତ୍ତନ ଯୋଗୁଁ ବଢ଼ୁଛି ଇନ୍ଫ୍ଲୁଏଞ୍ଜା ମାମଲା
ବିଶେଷଜ୍ଞମାନେ କହିଛନ୍ତି ଯେ ପାଣିପାଗରେ ହେଉଥିବା ପରିବର୍ତ୍ତନ ଯୋଗୁଁ ଇନ୍ଫ୍ଲୁଏଞ୍ଜା ଓ ଭାଇରାଲ୍ ସଂକ୍ରମଣ ବଢ଼ୁଛି । ଠଣ୍ଡା ପାଗ ସହ ପରିବେଶରେ ଆର୍ଦ୍ରତା ବଢ଼ିବା ମଧ୍ୟ ଏହି ରୋଗ ବ୍ୟାପିବାର ଏକ କାରଣ ହୋଇପାରେ । ଡାକ୍ତରଙ୍କ ଅନୁସାରେ, ପ୍ରାୟ ୯୫ ପ୍ରତିଶତ ରୋଗୀ ହସ୍ପିଟାଲରେ ଭର୍ତ୍ତି ନହୋଇ ମଧ୍ୟ ସୁସ୍ଥ ହୋଇଯାଆନ୍ତି । ତେବେ ଯେଉଁ ଲୋକମାନେ ପୂର୍ବରୁ ହୃଦରୋଗ, ଡାଇବେଟିସ୍, ଶ୍ୱାସଜନିତ ସମସ୍ୟା କିମ୍ବା ଅନ୍ୟ କୌଣସି କ୍ରୋନିକ୍ ରୋଗରେ ପୀଡ଼ିତ, ସେମାନଙ୍କ ପାଇଁ ସଂକ୍ରମଣ ଅଧିକ ଗୁରୁତର ହୋଇପାରେ ।
ସରକାରଙ୍କ ଅପିଲ୍ ଭୟଭୀତ ହୁଅନ୍ତୁ ନାହିଁ
ମାମଲା ବଢ଼ୁଥିବାରୁ ମଧ୍ୟପ୍ରଦେଶ ସରକାର ଲୋକଙ୍କୁ ସତର୍କ ରହିବାକୁ ଅପିଲ୍ କରିଛି । ତେବେ ଏନେଇ ଭୟଭୀତ ହେବାର ଆବଶ୍ୟକତା ନଥିବା ସରକାର ପକ୍ଷରୁ କୁହାଯାଇଛି । ଅଧିକାଂଶ ରୋଗୀ ହସ୍ପିଟାଲରେ ଭର୍ତ୍ତି ନହୋଇ ମଧ୍ୟ ଠିକ୍ ହୋଇଯାଉଛନ୍ତି । ଗାନ୍ଧୀ ମେଡିକାଲ୍ କଲେଜର RIRD ଅଧୀକ୍ଷକ ତଥା ପଲ୍ମୋନୋଲୋଜିଷ୍ଟ ଡା. ଲୋକେନ୍ଦ୍ର ଦାଭେଙ୍କ ଅନୁସାରେ, ପାଣିପାଗରେ ପରିବର୍ତ୍ତନ, ଠଣ୍ଡା ଓ ଆର୍ଦ୍ରତା କାରଣରୁ ଭାଇରାଲ୍ ଏବଂ ଶ୍ୱାସଜନିତ ରୋଗ ବଢ଼ୁଛି ।
ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବିଶେଷକରି ବୃଦ୍ଧ, ଛୋଟ ପିଲା ଏବଂ ପୂର୍ବରୁ କୌଣସି ଦୀର୍ଘକାଳୀନ ରୋଗରେ ପୀଡ଼ିତ ଲୋକଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ସ୍ୱାଇନ୍ ଫ୍ଲୁର ଲକ୍ଷଣ ଦେଖାଦେଲେ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ବୋଲି କୁହାଯାଇଛି ।
📱 Get Argus News App
✨Related Topics
Explore more stories