Videos
|
National

ଉତ୍ତରାଖଣ୍ଡରେ ମଦ୍ରାସା ଭଙ୍ଗାକୁ ନେଇ ହିଂସା: ୬ମୃତ

Ritu Das
Browse all articles by Ritu Das
·2 years ago
ଉତ୍ତରାଖଣ୍ଡରେ ମଦ୍ରାସା ଭଙ୍ଗାକୁ ନେଇ ହିଂସା: ୬ମୃତ

ଅର୍ଗସ ବ୍ୟୁରୋ: ଉତ୍ତରାଖଣ୍ଡରେ ବେଆଇନ ନିର୍ମାଣ ଭଙ୍ଗାକୁ ନେଇ ହିଂସା। ହଲଦିଓ୍ବାନି ଜିଲ୍ଲା ବନଭୁଲପୁରାରେ ବେଆଇନ ମଦ୍ରାସା ଭଙ୍ଗାକୁ ନେଇ ହିଂସା ଘଟିଛି। ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 100ରୁ ଅଧିକ ଆହତ ହୋଇଛନ୍ତି। ତେବେ ହିଂସା ନିୟନ୍ତ୍ରଣ ବେଳେ 100ରୁ ଅଧିକ ପୋଲିସ କର୍ମଚାରୀ ଗରୁତର ହୋଇଛନ୍ତି। 

ଘଟଣା ପରେ ପୁରା ଅଞ୍ଚଳରେ କର୍ଫ୍ୟୁ ଜାରି କରିଛି ଜିଲ୍ଲା ପ୍ରଶାସନ। ହଲଦଓ୍ବାନୀରେ ଇଣ୍ଟରନେଟ ସେବା ବନ୍ଦ ରହିଛି। ଏହି ଘଟଣା ପରେ ରାଜ୍ୟରେ ପୋଲିସ ସତର୍କ ରହିଛି। ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦେଖି ହଲଦ୍ବାନିକୁ ଅତିରିକ୍ତ ସୁରକ୍ଷାବଳ ମଗାଯାଇଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ବରିଷ୍ଠ ଅଧିକାରୀମାନଙ୍କ ସହ ଏକ ବୈଠକ ଡାକିଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: