ଗରିବଙ୍କ ଅଧିକାର ଛଡାଇ ନେଉଥିବା ଲୋକଙ୍କୁ ସରକାର ଛାଡିବେ ନାହିଁ : ଯୋଗୀ
·2 years ago

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ପୂର୍ବ ସରକାରରେ ନେତାମାନଙ୍କ ରୋଜଗାରର ମାଧ୍ୟମ ଥିଲେ ମାଫିଆ। ବର୍ତ୍ତମାନର ସରକାର ସେମାନଙ୍କ ଉପଚାର କରୁଛନ୍ତି। ଆମ୍ବେଦକରନଗରରେ ୨୧୨୨ କୋଟି ଟଙ୍କାର ୪୯୭୭ଟି ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ଅବସରରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଯୋଗୀ କହିଛନ୍ତି, ୨୦୧୭ ପୂର୍ବରୁ ମାଫିଆମାନେ ଆମ୍ବେଦକର ନଗରକୁ କବଜା କରି ରଖିଥିଲେ। କିନ୍ତୁ ଉତ୍ତରପ୍ରଦେଶରେ ଡବଲ୍ ଇଞ୍ଜିନ ସରକାର ଥିବାରୁ ଏହାର ସମାଧାନ ସମ୍ଭବ ହୋଇପାରିଛି।
ଗରିବଙ୍କ ଅଧିକାର ଛଡାଇ ନେଉଥିବା ଲୋକଙ୍କୁ ସରକାର ଛାଡିବେ ନାହିଁ ବୋଲି କହିଛନ୍ତି ଯୋଗୀ। ସମାଜବାଦୀ ପାର୍ଟି। ଯୋଗୀ କହିଛନ୍ତି, ସମାଜବାଦୀ ପାର୍ଟି ଦଳିତ ବିରୋଧୀ। ଇଏ ସେହି ସମାଜବାଦୀ ପାର୍ଟି ଯିଏକି ବିଭିନ୍ନ ସ୍ମାରକୀରୁ ଦଳିତ ମହାପୁରୁଷଙ୍କ ନାଁ ହଟାଇବାକୁ ଚାହୁଁଥିଲା। କିନ୍ତୁ ଡବଲ୍ ଇଞ୍ଜିନ ସରକାର ବାବା ସାହେବ ଆମ୍ବେଦକରଙ୍କ ନାଁରେ ପଞ୍ଚତୀର୍ଥର ନିର୍ମାଣ କରିଛନ୍ତି ବୋଲି କହିଛନ୍ତି ଯୋଗୀ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: