Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ପ୍ରୟାଗରାଜରେ ମହାକୁମ୍ଭରେ ମାଘ ପୂର୍ଣ୍ଣିମା ବୁଡ଼

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଆଜି ପ୍ରୟାଗରାଜରେ ମହାକୁମ୍ଭରେ ମାଘ ପୂର୍ଣ୍ଣିମା ବୁଡ଼

ଅର୍ଗସ ବ୍ୟୁରୋ : ଆଜି ପ୍ରୟାଗରାଜରେ ମହାକୁମ୍ଭରେ ମାଘ ପୂର୍ଣ୍ଣିମା ବୁଡ଼ । ପଞ୍ଚମ ଅମୃତ ସ୍ନାନ ପାଇଁ ମେଳା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସକାଳୁ ସକାଳୁ ମହାକୁମ୍ଭରେ ଆସ୍ଥାର ବୁଡ଼ ପକାଇବା ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି । ମହାକୁମ୍ଭରେ ଆଜିକୁ ମିଶାଇ ଦୁଇଟି ପ୍ରମୁଖ ବୁଡ଼ ରହିଛି । ଆଜି ମାଘ ପୂର୍ଣ୍ଣିମା ବୁଡ଼ ଥିବା ବେଳେ ମହାଶିବରାତ୍ରୀରେ ଆଉ ଏକ ପ୍ରମୁଖ ବୁଡ଼ ରହିଛି ।


ରାଜ୍ୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ପ୍ରାୟ ୩୬ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜିର ପବିତ୍ର ଅମୃତ ସ୍ନାନକୁ ଦୃଷ୍ଟିରେ ରଖି ଅଧିକାରୀଙ୍କ ସହ ବୈଠକ ମଧ୍ୟ କରିଛନ୍ତି । ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ ମେଳା ଅଞ୍ଚଳରେ ଯାନବାହନ ଚଳାଚଳ ନିଷେଧ ରହିବ । ସମସ୍ତ ଭିଭିଆଇପି ପାସକୁ ମଧ୍ୟ ବାଲିତ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Magha Purnima birth in Maha Kumbha today in Prayagraj | Argus News