Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ସାଧୁ ସନ୍ଥଙ୍କ ମେଳରେ ପବିତ୍ର ପୌଷ ବୁଡ଼ ପକାଇବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

National

ସାଧୁ ସନ୍ଥଙ୍କ ମେଳରେ ପବିତ୍ର ପୌଷ ବୁଡ଼ ପକାଇବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

Smruti Parija
Browse all articles by Smruti Parija
·1 year ago·1 min read
ସାଧୁ ସନ୍ଥଙ୍କ ମେଳରେ ପବିତ୍ର ପୌଷ ବୁଡ଼ ପକାଇବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

Key Points

ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି ମହାକୁମ୍ଭ ମେଳା। ସାଧୁ ସନ୍ଥଙ୍କ ମେଳରେ ପବିତ୍ର ପୌଷ ବୁଡ଼ ପକାଇବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ।

ଅର୍ଗସ ବ୍ୟୁରୋ: ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି ମହାକୁମ୍ଭ ମେଳା। ସାଧୁ ସନ୍ଥଙ୍କ ମେଳରେ ପବିତ୍ର ପୌଷ ବୁଡ଼ ପକାଇବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ବିଶ୍ୱର ସର୍ବବୃହତ୍ତ ଧାର୍ମିକ ସମାବେଶ ମହାକୁମ୍ଭକୁ ନେଇ କେନ୍ଦ୍ର ସରକାରଙ୍କ ସହ ୟୁପି ସରକାର କରିଛନ୍ତି ମହାଆୟୋଜନ । ୧୨ ବର୍ଷ ପରେ ପ୍ରୟାଗରାଜରେ ଆୟୋଜିତ କୁମ୍ଭମେଳାରେ ଯୋଗଦେବାକୁ ଦେଶ ଓ ବିଦେଶରୁ ଶ୍ରଦ୍ଧାଳୁଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରାଯାଇଛି ।



144 ବର୍ଷ ଅନ୍ତରରେ ଥରେ ପ୍ରୟାଗରାଜରେ ମହାକୁମ୍ଭ ଆୟୋଜନ ହେଉଥିବାରୁ ଦେଖିବାକୁ ମିଳୁଛି ଆଧ୍ୟାତ୍ମିକ ଉତ୍ସାହର ବାତାବରଣ । ଆଜିଠାରୁ ଫେବ୍ରୁଆରୀ ୨୬ ଯାଏଁ ମେଳାରେ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ସମେତ ପ୍ରାୟ ୪୦ ରୁ ୪୫ କୋଟି ଶ୍ରଦ୍ଧାଳୁ ଓ ପର୍ଯ୍ୟଟକ ସାମିଲ ହେବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଜି ପୌଷ ପୂର୍ଣ୍ଣିମା ସ୍ନାନ ପରେ ଜାନୁଆରୀ ୧୪ରେ ମକର ସଂକ୍ରାନ୍ତି, ୨୯ରେ ମୌନି ଅମାବାସ୍ୟା, ଫେବ୍ରୁଆରୀ ୩ରେ ବସନ୍ତ ପଞ୍ଚମୀ, ୧୨ରେ ମାଘ ପୂର୍ଣ୍ଣିମା ଏବଂ ଶେଷରେ ଫେବ୍ରୁଆରୀ ୨୬ରେ ମହାଶିବରାତ୍ରୀରେ ସଂଗମରେ ସ୍ନାନ କରିବାକୁ ଆସିବେ କୋଟି କୋଟି ଶ୍ରଦ୍ଧାଳୁ । ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ AI ପରି ଆଧୁନିକ ପ୍ରଯୁକ୍ତିକୁ ବ୍ୟବହାର କରାଯାଉଛି । ମହାକୁମ୍ଭ ମେଳା ପାଇଁ ଡିଜିଟାଲ ସେଣ୍ଟର, ସିସିଟିଭି, ଏଲ୍‌ଇଡି ଡିସପ୍ଲେ, QR କୋଡ୍ ରେଲ ଟିକେଟ ସିଷ୍ଟମ ସମେତ ଅନେକ ବୈଷୟିକ ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କ ସୁବିଧା ପାଇଁ ଖୋଲାଯାଇଛି ୨୪ ଘଣ୍ଟିଆ ହେଲ୍ପ ଡେସ୍କ ।


Sponsored
Maha Kumbh 2025 begins people from around the world gathered in Uttar Pradesh to take part in the event | Argus News