Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଆଜି ସରୁଛି ମହାକୁମ୍ଭ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜି ସରୁଛି ମହାକୁମ୍ଭ

ଆଜି ମହାଶିବରାତ୍ରୀ । ଆଜି ସରୁଛି ମହାକୁମ୍ଭ । ଦୀର୍ଘ ୪୫ ଦିନର ପ୍ରୟାଗରାଜ ମହାକୁମ୍ଭ ମେଳାରେ ପଡ଼ିବ ଯବନିକା । ଅନ୍ତିମ ଦିନରେ ଏବେ ସୁଦ୍ଧା ବୁଡ଼ ପକାଇଛନ୍ତି ୨୫ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ । ୧୪୪ ବର୍ଷର ବିରଳ ସଂଯୋଗରେ ପ୍ରାୟ ୬୪ କୋଟିରୁ ଅଧିକ ଲୋକ ତ୍ରିବେଣୀ ସଂଗମ ଘାଟରେ ବୁଡ଼ ପକାଇ ସୃଷ୍ଟି କରିଛନ୍ତି ବିରଳ ରେକର୍ଡ । ଏଥରର ମହାକୁମ୍ଭକୁ ଦିବ୍ୟ, ଭବ୍ୟ ଓ ଡିଜିଟାଲ୍ କରିବାକୁ ଯୋଗୀ ଓ ମୋଦି ସରକାରଙ୍କ ପ୍ରତିଶ୍ରୁତି ବି ହୋଇଛି ସାକାର । ଗଙ୍ଗା ଅମୃତର ଧାରା, ଯମୁନା ପୁଣ୍ୟତୋୟା, ଅଦୃଶ୍ୟ ସରସ୍ବତୀ ପାପନାଶିନୀ ।


ଦୀର୍ଘ ୪୫ ଦିନ ଧରି ଆସ୍ଥା, ଭକ୍ତି ଓ ଆଧ୍ୟାତ୍ମିକତାର ସ୍ନାନରେ ଫାଟି ପଡୁଛୁ ତ୍ରିବେଣୀ ଘାଟ । ତିନି ନଦୀଙ୍କ ପବିତ୍ର ମିଳନ ସ୍ଥଳୀରେ ବୁଡ଼ ପକାଇ ଦିବ୍ୟ ଅନୁଭବ ଲଭିଲେଣି ୬୪ କୋଟିରୁ ଅଧିକ ଶ୍ରଦ୍ଧାଳୁ । ମେଳାକୁ ଆସିଥିଲେ ନାଗା, ଜୁନା, ନିର୍ମୋହୀ, ମହାନିର୍ବାଣୀ, ଅଟଳ ଓ କିନ୍ନର ଭଳି ୧୩ଟି ପ୍ରମୁଖ ଆଖଡ଼ାର ଲକ୍ଷ ଲକ୍ଷ ସାଧୁ ଓ ଦେଶ-ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ । ମହାକୁମ୍ଭର ଆଜି ଶେଷ ସ୍ନାନ ଯୋଗ ଥିବାରୁ ଅନ୍ତିମ ସଂଯୋଗକୁ ହାତଛଡ଼ା ନକରି ସଂଗମରେ ସ୍ନାନ କରି ପୁଣ୍ୟ ଲାଭ କରିଛନ୍ତି କୋଟିଏରୁ ଅଧିକ ଶ୍ରଦ୍ଧାଳୁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maha Kumbh ends today | Argus News