Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - Mahakumbh Mela: ଗଦା ହେଉଛି କୁଢ଼ କୁଢ଼ ଅଳିଆ, ସଙ୍ଗେ ସଙ୍ଗେ ସଫା କରୁଛି ମେସିନ୍‌ ! ଦେଖନ୍ତୁ ଭିଡିଓ

National

Mahakumbh Mela: ଗଦା ହେଉଛି କୁଢ଼ କୁଢ଼ ଅଳିଆ, ସଙ୍ଗେ ସଙ୍ଗେ ସଫା କରୁଛି ମେସିନ୍‌ ! ଦେଖନ୍ତୁ ଭିଡିଓ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
Mahakumbh Mela: ଗଦା ହେଉଛି କୁଢ଼ କୁଢ଼ ଅଳିଆ, ସଙ୍ଗେ ସଙ୍ଗେ ସଫା କରୁଛି ମେସିନ୍‌ ! ଦେଖନ୍ତୁ ଭିଡିଓ

ତ୍ରିବେଣୀ ସଂଗମରୁ ଦିନକୁ ବାହାରୁଛି ୧୦ରୁ ୧୫ ଟନ୍‌ ଅଳିଆ । ମହାକୁମ୍ଭ ମେଳାରେ ପ୍ରତ୍ୟେକ ଦିନ ବୁଡ଼ ପକାଇବା ପାଇଁ ଆସୁଛନ୍ତି କୋଟି କୋଟି ଶ୍ରଦ୍ଧାଳୁ । ଆଉ ସାଙ୍ଗରେ ନେଇ ଆସୁଛନ୍ତି ନଡ଼ିଆ, କଦଳୀ, ଫୁଲ, ଛିଟ କନା, ଧୁପକାଠି । ଯାହାଫଳରେ ତ୍ରିବେଣୀ ସଂଗମ ସ୍ଥଳ ଅଳିଆ ଆବର୍ଜନାରେ ଭର୍ତ୍ତି ହେଉଛି । ଆଉ ସେଗୁଡ଼ିକୁ ସଫା କରିବାର ଦାୟିତ୍ୱ ନେଇଛି ପ୍ରୟାଗରାଜ ନଗର ନିଗମ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ସ୍ୱପ୍ନ ସାକାର କରିବାକୁ ଏବଂ ତ୍ରୀବେଣୀ ସଂଗମକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବା ପାଇଁ ପ୍ରୟାଗରାଜ ନଗର ନିଗମ ସକ୍ରିୟ ରୂପେ କାମ କରୁଛି । ଏଥିପାଇଁ ଟ୍ରାସ ସ୍କିମର ମେସିନ ମଧ୍ୟ ଲଗାଯାଇଛି । ଯାହା କି ଗଙ୍ଗା ଓ ଯମୁନା ନଦୀରୁ ପ୍ରତିଦିନ ୧୦ ରୁ ୧୫ ଟନ୍‌ ଅଳିଆ ସଫା କରୁଛି ।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି ଯେ, ବିଶ୍ୱର ସବୁଠାରୁ ବଡ଼ କାର୍ଯ୍ୟକ୍ରମ ମହାକୁମ୍ଭ ମେଳା ପାଇଁ ପ୍ରସ୍ତୁତି ପ୍ରାୟ ଚାରି ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ଯେତେବେଳେ ଟ୍ରାସ୍ ସ୍କିମର୍ ମେସିନ୍ ଲଗାଯାଇଥିଲା। ପ୍ରାରମ୍ଭରେ ଏହି ମେସିନ୍ ପ୍ରତିଦିନ ୫୦-୬୦ କ୍ୱିଣ୍ଟାଲ ଅଳିଆ ସଫା କରୁଥିଲା।

ଟ୍ରାସ୍ ସ୍କିମର୍ ମେସିନ୍ କ'ଣ?

ପାଣି ଉପରେ ଭାସୁଥିବା ଅଳିଆକୁ ସଂଗ୍ରହ କରିବା ପାଇଁ ଟ୍ରାସ୍ ସ୍କିମର୍ ମେସିନ୍ ବ୍ୟବହାର କରାଯାଏ। ଏହି ମେସିନ୍ ନଦୀ, ବନ୍ଦର ଏବଂ ସମୁଦ୍ର ସଫା କରିବା ପାଇଁ ବ୍ୟବହୃତ ହୁଏ।

ଏହି ମେସିନ ପ୍ଲାଷ୍ଟିକ୍, ବୋତଲ, ଧାର୍ମିକ ଅଳିଆ, ପୋଷାକ, ଧାତୁ ବସ୍ତୁ, ପ୍ରସାଦ, ମୃତ ପଶୁ ଏବଂ ପକ୍ଷୀ ଇତ୍ୟାଦି ସଂଗ୍ରହ କରେ। ଏହା ପାଣି ଉପରେ ଥିବା ଘାସ ଏବଂ ଲଟାକୁ ସଫା କରିବାରେ ମଧ୍ୟ ସାହାଯ୍ୟ କରେ।

ଟ୍ରାସ ସ୍କିମର୍ ମେକିମି କାମ କରେ?

ମେସିନର ଉଭୟ ପାର୍ଶ୍ୱରେ ଗେଟ୍ ରହିଛି, ସେଥିରେ କନଭେୟର ବେଲ୍ଟ ଲାଗିଛି। ଏହି ଗେଟଗୁଡ଼ିକ ଅଳିଆକୁ ରଖିବା ପାଇଁ ହାଇଡ୍ରୋଲିକ୍ ଭାବରେ ବନ୍ଦ କରାଯାଏ। ଗୋଟିଏ ଥର ଅଳିଆ ସଂଗ୍ରହ ହେବା ପରେ, ଅଳିଆଗୁଡ଼ିକୁ କନଭେୟର ବେଲ୍ଟରେ ସ୍ଥାନାନ୍ତର କରାଯାଏ। ସେଠାରୁ ଏହା ଅନଲୋଡିଂ କନଭେୟର ବେଲ୍ଟକୁ ଯାଏ ।

ନଦୀ ସଫା କରିବା ମେସିନର କ୍ଷମତା ୧୩ ଘନ ମିଟର

ଆପଣଙ୍କୁ କହିରଖୁଛୁ ଯେ, ନଦୀକୁ ସଫା କରୁଥିବା ମେସିନଗୁଡ଼ିକର କ୍ଷମତା ୧୩ ଘନ ମିଟର ଏବଂ ଏହା ସଙ୍ଗମ ସ୍ଥଳରୁ ବୋଟ୍ କ୍ଲବ ଏବଂ ତାଠାରୁ ଆଗକୁ ନଦୀର ପ୍ରାୟ ୪ କିଲୋମିଟର ଅଞ୍ଚଳକୁ କଭର କରିଥାଏ। ଏହି ମେସିନଗୁଡ଼ିକ ପାଣିରେ ଭାସୁଥିବା ଫୁଲ, ମାଳ, କାଗଜ ପ୍ଲେଟ, ଧୂପକାଠି ପ୍ୟାକେଟ, ପ୍ଲାଷ୍ଟିକ, ନଡ଼ିଆ, ପୋଷାକ ଇତ୍ୟାଦି ସଂଗ୍ରହ କରେ। ନଗର ନିଗମ ଅଧିକାରୀଙ୍କ କହିବାନୁଯାୟୀ, ମେସିନ୍ ଦ୍ୱାରା ସଂଗୃହିତ ଅଳିଆ ଆବର୍ଜନାକୁ ନୈନି ନିକଟରେ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପକାଯାଏ।


ଉପଯୋଗୀ ସାମଗ୍ରୀଗୁଡ଼ିକୁ କମ୍ପୋଷ୍ଟ କରାଯାଏ

ନୈନିରୁ ପ୍ରତିଦିନ ଟ୍ରକ୍ ମାଧ୍ୟମରେ ବସୱାରର ଏକ ପ୍ଲାଣ୍ଟକୁ ଅଳିଆଗୁଡ଼ିକ ନିଆଯାଏ । ଯେଉଁଠାରେ ନଡ଼ିଆ, ପ୍ଲାଷ୍ଟିକ୍ ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ପୃଥକ କରାଯାଏ। ପ୍ଲାଷ୍ଟିକକୁ ରି-ସାଇକଲିଂ ପାଇଁ ପଠାଯାଏ ଓ ଅନ୍ୟାନ୍ୟ ସାମଗ୍ରୀକୁ କମ୍ପୋଷ୍ଟରେ ପରିଣତ କରାଯାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


Argus Whatsapp Channel Mobile Top
Sponsored
Maha Kumbh: Trash skimmers, sanitation workers keep Sangam clean | Argus News