Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଦୁବାଇରୁ ମହାଦେବ ଆପ୍ ମାଲିକ ଗିରଫ

Rashmita Mishra
Browse all articles by Rashmita Mishra
·1 year ago·1 min read
ଦୁବାଇରୁ ମହାଦେବ ଆପ୍ ମାଲିକ ଗିରଫ

ଅର୍ଗସ ବ୍ୟୁରୋ: ଦୁବାଇରୁ ମହାଦେବ ଆପ୍ ମାଲିକ ଗିରଫ । ମାମଲାରେ ଅଭିଯୁକ୍ତ ସୌରଭ ଚନ୍ଦ୍ରକରଙ୍କୁ ଦୁବାଇରୁ ଗିରଫ କରିଛି ଇଡି । ଇଡି ଅନୁରୋଧ କ୍ରମେ ଇଣ୍ଟରପୋଲର ରେଡ କର୍ଣ୍ଣର ନୋଟିସ ଅନୁଯାୟୀ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଏନେଇ ୟୁଏଇ ଅଧିକାରୀ ଭାରତ ସରକାରଙ୍କୁ ଜଣାଇଛନ୍ତି । ଗିରଫ ଅଭିଯୁକ୍ତକୁ ଖୁବଶୀଘ୍ର ଭାରତକୁ  ପ୍ରତ୍ୟର୍ପଣ କରିବେ ଦୁବାଇ ସରକାର । ସୌରଭ ଚନ୍ଦ୍ରକରଙ୍କୁ ଭାରତ ଆଣିବାକୁ ସମସ୍ତ ଔପଚାରିକତା ଶେଷ ହୋଇଛି । ସୌରଭ ଚନ୍ଦ୍ରକର ନାଁରେ ୬ ହଜାର କୋଟିରୁ ଅଧିକ ଟଙ୍କା ଠକେଇ ଅଭିଯୋଗ ରହିଛି । କିଛି ବର୍ଷ ତଳେ ସୌରଭ ଜଣେ ଜୁସ ବିକ୍ରେତା ଥିଲା। ଛତିଶଗଡର ରାଜଧାନୀ ରାୟପୁରରେ ଚନ୍ଦ୍ରକର ଜୁସ୍ ଫ୍ୟାକ୍ଟ୍ରି ନାମରେ ଏକ ଜୁସ୍ ଦୋକାନ ଚଳାଉଥିଲେ। ଅଧିକ ଟଙ୍କା ରୋଜଗାର କରିବାକୁ ସୌରଭ ଚନ୍ଦ୍ରକର  ବେଟିଂ ଆରମ୍ଭ କରିଥିଲେ । କରୋନା ଲକଡାଉନ ସମୟରେ ସେ ରବି ଅପପାଲ ନାମକ ଜଣେ ବ୍ୟକ୍ତିଙ୍କ ସହଯୋଗରେ ମହାଦେବ ବେଟିଂ ଆପ୍ ଲଞ୍ଚ କରି କୋଟି କୋଟି ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା ।

ଅଧିକ ପଢ଼ନ୍ତୁ ଭାରତ ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mahadev app owner arrested from Dubai | Argus News