Videos
|
National

ଅଯୋଧ୍ୟାରେ ପ୍ରବଳ ଭିଡ, 15 ରୁ 20 ଦିନ ମନ୍ଦିର ନଆସିବାକୁ ନିବେଦନ

Smruti Parija
Browse all articles by Smruti Parija
·1 year ago·1 min read
ଅଯୋଧ୍ୟାରେ ପ୍ରବଳ ଭିଡ, 15 ରୁ 20 ଦିନ ମନ୍ଦିର ନଆସିବାକୁ ନିବେଦନ

Key Points

ଆଗାମୀ 15 ରୁ 20 ଦିନ ପାଇଁ ଅଯୋଧ୍ୟା ଆସନି । ଅଯୋଧ୍ୟା ରାମ ମନ୍ଦିରରେ ହେଉଥିବା ଭିଡକୁ ଦୃଷ୍ଟିରେ ରଖି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଏପରି ନିବେଦନ କରାଯାଇଛି ।

ଅର୍ଗସ ବ୍ୟୁରୋ: ଆଗାମୀ 15 ରୁ 20 ଦିନ ପାଇଁ ଅଯୋଧ୍ୟା ଆସନି । ଅଯୋଧ୍ୟା ରାମ ମନ୍ଦିରରେ ହେଉଥିବା ଭିଡକୁ ଦୃଷ୍ଟିରେ ରଖି ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଏପରି ନିବେଦନ କରାଯାଇଛି । ଯେଉଁମାନେ ଅଯୋଧ୍ୟା ବାସିନ୍ଦା ବା ନିକଟ ଅଞ୍ଚଳରେ ରହୁଛନ୍ତି ସେମାନେ ଏଇ 15 ରୁ 20 ଦିନ ମନ୍ଦିର ନଯିବା ପାଇଁ ଏପରି ନିବେଦନ କରାଯାଇଛି । ବରଂ ଯେଉଁମାନେ ଦୂରରୁ ଆସୁଛନ୍ତି ସେମାନଙ୍କୁ ଆଗ ଦର୍ଶନ ମିଳୁ । ମହାକୁମ୍ଭ ଆରମ୍ଭ ହେବା ପରଠୁ ଅଯୋଧ୍ୟା ଓ ବନାରସରେ ପ୍ରବଳ ଭିଡ ଦେଖିବାକୁ ମିଳୁଛି ।


ଯାହା ଫଳରେ ରାଜ୍ୟ ପ୍ରଶାସନ ପାଇଁ ପରିସ୍ଥିତିକୁ ପରିଚାଳନା କରିବା କଷ୍ଟକର ହୋଇପଡ଼ିଛି । ଟ୍ରଷ୍ଟର ପକ୍ଷରୁ ଏନେଇ କୁହାଯାଇଛି ଯେ, ଗତ ତିନି ଦିନ ମଧ୍ୟରେ ଅଯୋଧ୍ୟାରେ ଭକ୍ତଙ୍କ ସଂଖ୍ୟାରେ ଅଭୂତପୂର୍ବ ବୃଦ୍ଧି ଘଟିଛି । ଗତ 30 ଘଣ୍ଟାରେ 25 ଲକ୍ଷ ଲୋକ ରାମଲାଲାଙ୍କ ଦର୍ଶନ କରିଛନ୍ତି । ଯାହା ଅଯୋଧ୍ୟାର ଜନସଂଖ୍ୟାର 30 ଗୁଣ ଅଧିକ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଯୋଧ୍ୟା ଧାମର ଜନସଂଖ୍ୟା ଏବଂ ଆକାରକୁ ଦେଖିଲେ ଏହା କୁହାଯାଇପାରେ ଯେ ଏତେ ସଂଖ୍ୟାରେ ଭକ୍ତଙ୍କ ପାଇଁ ଗୋଟିଏ ଦିନରେ ରାମଲାଲାଙ୍କ ଦର୍ଶନ କରିବା ବହୁତ କଷ୍ଟକର ଏବଂ ସେଥିପାଇଁ ଭକ୍ତମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଦିନକୁ ଦିନ ରାମ ମନ୍ଦିର ଓ ହନୁମାନ ଗଡିରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସେଥିପାଇଁ ନିକଟରେ ରହୁଥିବା ଅଧିବାସୀ ବସନ୍ତ ପଞ୍ଜମୀ ପରେ ମନ୍ଦିର ଆସିବାକୁ କୁହାଯାଇଛି ।

mahakumbh-crowd-spill-over-to-inundate-ayodhya-kashi-ram-temple-records-25-lakh-devotees | Argus News