ମହାକୁମ୍ଭ ଆୟୋଜନରୁ ୩ ଲକ୍ଷ କୋଟି ଟଙ୍କାର କାରବାର: ରିପୋର୍ଟ

ପ୍ରୟାଗରାଜରେ କୁମ୍ଭମେଳାକୁ ବିଶ୍ୱର ବିଗେଷ୍ଟ ଇକୋ ଇଭେଣ୍ଟ ମାନ୍ୟତା । କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ ରିପୋର୍ଟ ଅନୁସାରେ ମହାକୁମ୍ଭ ଆୟୋଜନରୁ 3 ଲକ୍ଷ କୋଟି ଟଙ୍କାର ବ୍ୟାବସାୟିକ କାରବାର ହୋଇଛି । ବର୍ତ୍ତମାନ ସୁଦ୍ଧା ଏହା ବିଶ୍ବର ସର୍ବବୃହତ୍ତ ଆୟୋଜନ ବୋଲି CAIT ସାଧାରଣ ସଂପାଦକ ତଥା ସାଂସଦ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ।
ମହାକୁମ୍ଭ ଆୟୋଜନ ପୂର୍ବରୁ ମେଳାକୁ ମୋଟ 40 କୋଟି ଶ୍ରଦ୍ଧାଳୁ ଆସିବା ସହ 2 ଲକ୍ଷ କୋଟିର ବ୍ୟବସାୟ ହେବା ନେଇ ଆକଳନ କରିଥିଲେ ଉତ୍ତର ପ୍ରଦେଶ ସରକାର । କିନ୍ତୁ ମହାକୁମ୍ଭ ମେଳା ପ୍ରଶାସନର ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା 50 କୋଟିରୁ ଅଧିକ ଶ୍ରଦ୍ଧାଳୁ କୁମ୍ଭମେଳାକୁ ଆସିଛନ୍ତି । ଆସନ୍ତା 26 ତାରିଖ ଯାଏ ମେଳା ଆୟୋଜନ ହେଉଥିବାରୁ ଏହି ସଂଖ୍ୟା 60 କୋଟି ଅତିକ୍ରମ କରିବା ସମ୍ଭାବନା ରହିଛି ।
📱 Get Argus News App
✨କୁମ୍ଭମେଳା ହେଉଛି, ପୃଥିବୀର ସବୁଠାରୁ ବଡ ଧାର୍ମିକ ମେଳା । ଏହି ମେଳାରେ ନଦୀରେ ବୁଡ ପକାଇବା ପାଇଁ ପୃଥିବୀର ବିଭିନ୍ନ ସ୍ଥାନରୁ ସାଧୁସନ୍ଥଙ୍କ ସହିତ ଲୋକମାନେ ମଧ୍ୟ ଆସିଥାନ୍ତି । ଚଳିତ ବର୍ଷ କୁମ୍ଭମେଳା ପ୍ରୟାଗରାଜରେ ଆୟୋଜନ କରାଯାଉଛି । ଏହା ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଦେଶର ୩ ନଦୀ ଗଙ୍ଗା-ଯମୁନା- ସରସ୍ୱତୀ ଏକାଠି ମିଳନ ହୋଇଥିବା ସ୍ଥାନରେ କୁମ୍ଭମେଳା ଅନୁଷ୍ଠିତ ହୋଇଛି । ସାଧୁସନ୍ଥମାନେ ମୋକ୍ଷ ପ୍ରାପ୍ତି ପାଇଁ ଓ ଲୋକମାନେ କରିଥିବା ପାପରୁ ପ୍ରାୟଶ୍ଚିତ ପାଇଁ କୁମ୍ଭରେ ଯୋଗ ଦେଇଛନ୍ତି ।