Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବାବାଙ୍କୁ ହୋଟେଲରୁ ଗିରଫ କଲା ପୋଲିସ, ଜବତ କଲା ଗଞ୍ଜେଇ

National

ବାବାଙ୍କୁ ହୋଟେଲରୁ ଗିରଫ କଲା ପୋଲିସ, ଜବତ କଲା ଗଞ୍ଜେଇ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ବାବାଙ୍କୁ ହୋଟେଲରୁ ଗିରଫ କଲା ପୋଲିସ, ଜବତ କଲା ଗଞ୍ଜେଇ

ଗିରଫ ହେଲେ ଆଇଆଇଟି ବାବା । ମହାକୁମ୍ଭ ସମୟରେ ଭାଇରାଲ ହୋଇଥିବା ଆଇଆଇଟି ବାବା ଅଭୟ ସିଂଙ୍କୁ ଜୟପୁର ପୋଲିସ ଗିରଫ କରିଛି।

ସୋସିଆଲ ମିଡିଆରେ ସିଂ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ। ଶିପ୍ରା ପଥ୍ ପୋଲିସ୍ ଷ୍ଟେସନ ରିଦ୍ଧି ସିଦ୍ଧି ପାର୍କ କ୍ଲାସିକ୍ ହୋଟେଲରେ ପହଞ୍ଚି ଆଇଆଇଟି ବାବାଙ୍କୁ ଅଟକ ରଖିଥିଲା। ବାବାଙ୍କଠାରୁ ଗଞ୍ଜେଇ ମଧ୍ୟ ଜବତ କରାଯାଇଛି। NDPS ଅଧିନିୟମ ଅନୁଯାୟୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଜୟପୁର ପୋଲିସ ଏବେ ଅଭୟ ସିଂଙ୍କୁ ଜେରା କରିଛି।

ଫେବ୍ରୁଆରି ୨୮ ତାରିଖରେ ନୋଏଡାରେ ଏକ ଘରୋଇ ଚ୍ୟାନେଲର ସମ୍ବାଦ ବିତର୍କ କାର୍ଯ୍ୟକ୍ରମରେ ତାଙ୍କୁ ଆକ୍ରମଣ କରାଯାଇଥିବା ନେଇ ସିଂହ ଅଭିଯୋଗ କରିଥିଲେ। ଏହାର କିଛି ଦିନ ପରେ ଏହି ଘଟଣା ଘଟିଛି।

ସେ ଅଭିଯୋଗ କରିଥିଲେ ଯେ କିଛି ଗେରୁଆ ପୋଷାକ ପିନ୍ଧିଥିବା ଲୋକ ସମ୍ବାଦଗୃହକୁ ଆସି ତାଙ୍କ ସହିତ ଦୁର୍ବ୍ୟବହାର କରିଥିଲେ ଏବଂ ତାଙ୍କୁ ବାଡ଼ିରେ ପିଟିଥିଲେ। 'ଆଇଆଇଟି ବାବା' ସେକ୍ଟର ୧୨୬ରେ ଥିବା ପୋଲିସ ଆଉଟପୋଷ୍ଟ ବାହାରେ ନ୍ୟାୟ ଦାବି କରି ବସିରହିଥିଲେ। କିନ୍ତୁ ପରେ ପୋଲିସ ତାଙ୍କୁ ବୁଝା ସୁଝା କରିବାରୁ ସେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mahakumbh Viral IIT Baba Abhay Singh Arrested | Argus News