Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଚର୍ଚ୍ଚାରେ ମହାକୁମ୍ଭର "ଆମ୍ବାସଡର୍ ବାବା" ; ୩୫ ବର୍ଷ ହେବ ଚଲାଉଛନ୍ତି କାର

National

ଚର୍ଚ୍ଚାରେ ମହାକୁମ୍ଭର "ଆମ୍ବାସଡର୍ ବାବା" ; ୩୫ ବର୍ଷ ହେବ ଚଲାଉଛନ୍ତି କାର

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ଚର୍ଚ୍ଚାରେ ମହାକୁମ୍ଭର "ଆମ୍ବାସଡର୍ ବାବା" ; ୩୫ ବର୍ଷ ହେବ ଚଲାଉଛନ୍ତି କାର

ଅର୍ଗସ ବ୍ୟୁରୋ : ଚର୍ଚ୍ଚାରେ "ଆମ୍ବାସଡର୍ ବାବା" । ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ଥିବା ମହାକୁମ୍ଭ ମେଳାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି । ସେହି ମେଳାରେ ଚର୍ଚ୍ଚାରେ ଅନେକ ନାଗାସାଧୁ ବାବା ଆସିଥିବା ବେଳେ ଆଉ ଜଣେ ନିଆରା ବାବା ହେଉଛନ୍ତି ଆମ୍ବାସଡର ବାବା । ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଥିବା ରାଜଗିରିର ଏହି ବାବା ନିଜର ଭିଣ୍ଟେଜ୍ ୧୯୭୩ ଆମ୍ବାସଡର୍‌ କାରରେ ବସିଥିବା ବେଳେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଆମ୍ବାସଡର ବାବା ଦୀର୍ଘ ୩୫ ବର୍ଷ ହେବ ତାଙ୍କର କାର ଚଲାଉଛନ୍ତି । ତାଙ୍କର ସବୁ ଆଧ୍ୟାତ୍ମିକ ଯାତ୍ରାର ସାଥି ହେଉଛି ତାଙ୍କ ଏହି କାର । ଏବଂ ସେ ନିଜେ ହିଁ କାର ଚଲାଇ ସବୁ ସ୍ଥାନକୁ ଯାଇଥାନ୍ତି । ଏହି ଗାଡିରେ ଅନେକ ପ୍ରକାର କ୍ରିଏଟିଭିଟି ଜିନିଷ ତିଆରି କରିଛନ୍ତି ବାବା । ଯେପରି ଗରମରୁ ରକ୍ଷା ପାଇବା ପାଇଁ କାରର ଛାତ ଊରେ ଏକ୍ଜସଟେଡ ଫ୍ୟାନର ବ୍ୟବସ୍ଥା କରିଛନ୍ତି । ଏବଂ ବ୍ୟାଟେରୀରେ ଚାଲିଥିବା ସେଟଅପ ସହ ବରଫ ଖଣ୍ଡ ରଖି ଅସ୍ଥାୟୀ ଏୟାର କଣ୍ଡିସନର ତିଆରି କରିଛନ୍ତି । ଏଥିପାଇଁ ବାବା ନିଜର ମେକାନିକାଲ ଜ୍ଞାନକୌଶଳକୁ ନେଇ ଗର୍ବ ଅନୁଭବ କରନ୍ତି । ସେ କହିଛନ୍ତି, ଯଦି କାର ଖରାପ ହୋଇଯାଏ, ତାହେଲେ ମୁଁ ସମ୍ପୁର୍ଣ୍ଣ ମରାମତି କରିପାରିବି ।

ଏହି ବାବା ୭ ବର୍ଷ ବୟସରୁ ହିଁ ନିଜର ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରିଥିଲେ । ୧୫ ବର୍ଷରେ ସେ ଧ୍ୟାନ ତପସ୍ୟା କରିବା ଆରମ୍ଭ କରିଥିଲେ । ନିଜର ଗୁରୁଙ୍କ ମାର୍ଗଦର୍ଶନରେ ସାଂସାରିକ ବନ୍ଧନକୁ ଛାଡି ଆତ୍ମ ଅନୁଶାସନ ମାର୍ଗରେ ଚାଲିବା ଆରମ୍ଭ କରିଥିଲେ । ଯେତେ ବର୍ଷା, ଖରା , ଶୀତ ହେଲେ ମଧ୍ୟ ସେ ବିନା କପଡାରେ ଧ୍ୟାନ କରିବା ଜାରି ରଖିଛନ୍ତି ।

ସେହି ବାବାଙ୍କୁ ଯେତେବେଳେ ତାଙ୍କର ରାଗ ସମ୍ପର୍କରେ ପଚରା ଯାଇଥିଲା, ସେ କହିଥିଲେ, ତାଙ୍କୁ ଯଦି କେହି ତାଙ୍କ ତପସ୍ୟା ଧ୍ୟାନ ଉପରେ ପ୍ରଶ୍ନ ପଚାରନ୍ତି, ତେବେ ସେ ଖୁସି ହୁଅନ୍ତି । କିନ୍ତୁ ଯଦି କେହି ତାଙ୍କୁ ଅଯଥା ପ୍ରଶ୍ନ ପଚାରନ୍ତି, ତେବେ ସେ ରାଗିଯାଆନ୍ତି । ମହାକୁମ୍ଭ ଶେଷ ହେବାପରେ ସେ ନିକାଞ୍ଚନ ଜଙ୍ଗଲ ଭିତରକୁ ଧ୍ୟାନ ତପସ୍ୟା କରିବାକୁ ଯିବେ ବୋଲି କହିଛନ୍ତି । ସେ ମହାକୁମ୍ଭ ଭଲି ପବିତ୍ର ଯାତ୍ରାରେ ସାମିଲ ହୋଇଥିବାରୁ ନିଜକୁ ଭାଗ୍ୟବାନ ମନେ କରନ୍ତି ବୋଲି କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mahakumbha "Ambassador Baba" in viral ; He has been driving for 35 years | Argus News