Train Robbery / ସିଗନାଲ୍ ହାଇଜ୍ୟାକ କରି ଅଟକାଇଲେ ଟ୍ରେନ୍, ମହିଳା ଯାତ୍ରୀଙ୍କଠାରୁ ଲୁଟିନେଲେ ଚେନ୍
·40 mins ago·2 min read

Key Points
ଟ୍ରେନ୍କୁ ଅଟକାଇବା ପାଇଁ ରେଳୱେ ସିଗନାଲ୍ ବ୍ୟବସ୍ଥାକୁ ହାଇଜ୍ୟାକ୍ କଲେ । ଏକ୍ସପ୍ରେସ୍ ଅଟକିବା ପରେ ମହିଳା ଯାତ୍ରୀଙ୍କୁ ଟାର୍ଗେଟ୍ କରି ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ ।
ମୁମ୍ବାଇ: ଟ୍ରେନ୍ ଲାଇନ୍ର ସିଗନାଲ୍ ହାଇଜ୍ୟାକ କଲେ । ଟ୍ରେନ୍ର ସଂରକ୍ଷିତ ବଗିରେ ବଳପୂର୍ବକ ପଶିଲେ । ଆଉ ରାତି ଅଧରେ ଟ୍ରେନ୍ରେ ଥିବା ମହିଳା ଯାତ୍ରୀଙ୍କ ଠାରୁ ସୁନା ଅଳଙ୍କାର ଛଡ଼ାଇ ନେଲେ । ରବିବାର ବିଳମ୍ବିତ ରାତିରେ ମୁମ୍ବାଇ-କୋହ୍ଳାପୁର ମହାଲକ୍ଷ୍ମୀ ଏକ୍ସପ୍ରେସ୍ରେ ଏଭଳି ଲୁଟ୍ କରିଛନ୍ତି ୮ରୁ ୧୦ ଦୁର୍ବୃତ୍ତ ।
ସୂଚନା ଅନୁସାରେ, ଟ୍ରେନ୍କୁ ଅଟକାଇବା ପାଇଁ ରେଳୱେ ସିଗନାଲ୍ ବ୍ୟବସ୍ଥାକୁ ହାଇଜ୍ୟାକ୍ କରା ଯାଇଥିଲା । ଏକ୍ସପ୍ରେସ୍ ଅଟକିବା ପରେ ମହିଳା ଯାତ୍ରୀଙ୍କୁ ଟାର୍ଗେଟ୍ କରି ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ମହାରାଷ୍ଟ୍ରର ସତାରା ଜିଲ୍ଲାରେ ଏଭଳି ଘଟଣା ସାମ୍ନାକୁ ଆସିଛି ।
ରିପୋର୍ଟ ଅନୁସାରେ, ରବିବାର ରାତି ପ୍ରାୟ ୨ଟା ୩୦ ମିନିଟ୍ରେ ସାଲପା ରେଳ ଷ୍ଟେସନ ନିକଟରେ ଟ୍ରେନ୍ଟି ଅଟକିଥିଲା । ପ୍ରାୟ ୮ରୁ ୧୦ ଜଣ ଦୁର୍ବୃତ୍ତ ସିଗନାଲ୍ ବ୍ୟବସ୍ଥାରେ ହେରଫେର କରି ଟ୍ରେନ୍କୁ ଅଟକାଇଥିବା ପୋଲିସ ସନ୍ଦେହ କରୁଛି ।
ଟ୍ରେନ୍ ଅଟକିବା ପରେ ଦୁର୍ବୃତ୍ତମାନେ ଏସ୍-୨ କୋଚ୍ରେ ପଶି ୩ ଜଣ ମହିଳା ଯାତ୍ରୀଙ୍କଠାରୁ ସୁନା ଅଳଙ୍କାର ଛଡ଼ାଇ ନେଇଥିଲେ । ଚୋରି ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ କହିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିସହ ପଢ଼ନ୍ତୁ: ଅରୁଣାଚଳରେ ପହଞ୍ଚିଲା ଭଗବାନ ବୁଦ୍ଧଙ୍କ ସହ ଜଡିତ ପବିତ୍ର 'ପିପରହୱା' ଅବଶେଷ
ଟ୍ରେନ୍ ଉପରେ ପଥର ମାଡ଼
ଲୁଟ୍ କରିବା ପରେ ଦୁର୍ବୃତ୍ତମାନେ ଟ୍ରେନ୍ର ଏସ୍-୨, ଏସ୍-୩ ଓ ଏସ୍-୪ କୋଚ୍ ଉପରକୁ ପଥର ମାଡ଼ କରିଥିଲେ । ଏଭଳି କରି ଯାତ୍ରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିବା ସହ ପିଛା କରିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଅଟକାଇବା ଦୁର୍ବୃତ୍ତଙ୍କ ଉଦ୍ଦେଶ୍ୟ ଥିବା ପୋଲିସ ସନ୍ଦେହ କରୁଛି । ଏହି ଘଟଣା ପରେ ଟ୍ରେନ୍ରେ ଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।
ଦୁଇ ଭାଗରେ ବିଭକ୍ତ ହୋଇଥିଲା ଲୁଟେରା ଗ୍ୟାଙ୍ଗ୍ !
ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଏହି ଲୁଟ୍ ପାଇଁ ଗ୍ୟାଙ୍ଗ୍ର ସଦସ୍ୟମାନେ ଦୁଇ ଭାଗରେ ଭାଗ ବାଣ୍ଟି ହୋଇ ଯାଇଥିବା ସନ୍ଦେହ କରାଯାଉଛି । କିଛି ଦୁର୍ବୃତ୍ତ ସିଗନାଲ୍ ବ୍ୟବସ୍ଥା ନିକଟରେ ରହିଥିବା ବେଳେ ଅନ୍ୟମାନେ ଟ୍ରେନ୍ ଭିତରେ ଲୁଟ୍ କରିଥିବା ଆଶଙ୍କା କରୁଛି ପୋଲିସ ।
ମିରଜ୍ ରେଳୱେ ପୋଲିସ ଷ୍ଟେସନର ପୋଲିସ ଇନ୍ସପେକ୍ଟର ସୀତାରାମ ଫାଣ୍ଡଙ୍କ କହିବା ଅନୁସାରେ, ଅଭିଯୁକ୍ତଙ୍କୁ ଧରିବା ପାଇଁ ଏକାଧିକ ଟିମ୍ ଗଠନ କରାଯାଇଛି । ଏହି ଘଟଣାରେ ମିରଜ୍ ରେଳୱେ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ଏବେ ଦୁର୍ବୃତ୍ତଙ୍କୁ ଖୋଜୁଛି ପୋଲିସ ।

Related Topics
Explore more stories