Videos
|
National

ଦୀଘା ଜଗନ୍ନାଥ ମନ୍ଦିର ୱେବସାଇଟ୍ ରେ ବଦଳିଗଲା ଶ୍ରୀଜୀଉଙ୍କ ଆସ୍ଥାନ

Smruti Parija
Browse all articles by Smruti Parija
·1 year ago·2 min read
ଦୀଘା ଜଗନ୍ନାଥ ମନ୍ଦିର ୱେବସାଇଟ୍ ରେ ବଦଳିଗଲା ଶ୍ରୀଜୀଉଙ୍କ ଆସ୍ଥାନ

ଦୀଘାରେ ଜଗନ୍ନାଥ ମନ୍ଦିର ହେବା ପରଠୁ ହିଁ ବିବାଦରେ ଛନ୍ଦି ହୋଇଛି । ବିଭିନ୍ନ ମହଲରୁ ତୀବ୍ର ବିରୋଧ ପରେ ଦୀଘା ଜଗନ୍ନାଥମନ୍ଦିର ଆଗରୁ ହଟିଛି ଜଗନ୍ନାଥ ଧାମ୍ ନାମ ଫଳକ । ହେଲେ ୱେବସାଇଟ୍ ରୁ ଏହା ହଟିନଥିବାବେଳେ ଆଉ ଏକ ବିରାଟ ତ୍ରୁଟି ସାମନାକୁ ଆସିଛି । ଶ୍ରୀଜୀଉଙ୍କ ଆସ୍ଥାନ ବଦଳିଯାଇଥିବା ଦେଖିବାକୁ ମିଳିଛି । ବାମପଟେ ବଳଭଦ୍ର ଡାହାଣ ପଟେ ମହାପ୍ରଭୁ ଜଗନ୍ନାଥ ରହିବା ବଦଳରେ ଭୂଲ୍ ସ୍ଥାନରେ ସ୍ଥାନିତ କରାଯାଇଛି ।


https://argusnewdashboard.s3.ap-south-1.amazonaws.com/assets/85d0914c-d75c-47fe-adbc-64ebb333789c.jpg


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏନେଇ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ଉଠାଇଛନ୍ତି ଲୋକେ । ବଙ୍ଗାଳୀମାନେ ମହାପ୍ରଭୁ ଜଗନ୍ନାଥଙ୍କୁ ବହୁତ ଭଲ ପାଉଥିବା କୁହନ୍ତି । ଏଥିପାଇଁ ବର୍ଷ ତମାମ ପୁରୀକୁ ଆସନ୍ତି । ହେଲେ ଏତେ ଭଲପାଇବା ମଧ୍ୟରେ ମହାପ୍ରଭୁଙ୍କ ସ୍ଥାନ କେମିତି ଭୂଲି ଗଲେ ବୋଲି ସୋସିଆଲ ମିଡିଆରେ ଟ୍ରୋଲ୍ କରାଯାଉଛି ।


ଜଗନ୍ନାଥ ପ୍ରେମୀଙ୍କ ତୀବ୍ର ବିରୋଧ ପରେ ମୁଣ୍ଡ ନୁଆଁଇଲେ ମମତା । ଦୀଘା ଜଗନ୍ନାଥ ମନ୍ଦିର ଆଗରୁ ହଟିଲା ଜଗନ୍ନାଥ ଧାମ ଲେଖାଥିବା ସିଗ୍ନେଚର୍ । ଏନେଇ ସୋସିଆଲ୍ ମିଡ଼ିଆ ଏକ୍ସରେ ଭିଡିଓ ପୋଷ୍ଟ କରି ସୂଚନା ଦେଇଛନ୍ତି ବିଜେପି ମୁଖପାତ୍ର ଅମିତ ମାଲବ୍ୟ । 


ଦୀଘା ଜଗନ୍ନାଥ ଧାମ ନାମକରଣ ନେଇ ମଧ୍ୟ ପଶ୍ଚିମ ବଙ୍ଗ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଧାମ ଶବ୍ଦର ନାଁ କେବଳ ୪ଟି ସ୍ଥାନ ସହ ଜଡ଼ିତ । ଅନ୍ୟ କୌଣସି ସ୍ଥାନକୁ ଧାମ କୁହାଯାଇ ପାରିବ ନାହିଁ । ଦୀଘା ବେଳାଭୂମିକୁ ମହୋଦଧି କହିବାକୁ ବି ବିରୋଧ କରୁଛୁ । ପ୍ରସଙ୍ଗରେ ପଶ୍ଚିମବଙ୍ଗ ସରକାରଙ୍କୁ ଓଡ଼ିଶା ସରକାର ଚିଠି ଲେଖିବେ । ଦରକାର ପଡ଼ିଲେ ଆଇନର ଆଶ୍ରୟ ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ଏହାସହ ମନ୍ତ୍ରୀ ଆହୁରି କହିଛନ୍ତି ମହାପ୍ରଭୁଙ୍କ ସେବକମାନେ ଅନ୍ୟ କୌଣସି ସ୍ଥାନରେ ଯାଇ ପୂଜା କରିବାର ବିଧି ନାହିଁ, ଏହା ଗ୍ରହଣଯୋଗ୍ୟ ନୁହେଁ । ଏ ନେଇ ଖୁବଶୀଘ୍ର ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ ।

mahaprabhu-position-changed-on-the-jagannathdhamdigha-website | Argus News