Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା

National

ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା

ଅର୍ଗସ ବ୍ୟୁରୋ:  ସୋମବାର ମୁମ୍ବାଇରେ ମହାୟୁତି ବୈଠକ ଉପରେ ସମସ୍ତଙ୍କ ନଜର । ସପ୍ତାହେ ବ୍ୟାପୀ ଲାଗି ରହିଥିବା ସସପେନ୍ସ ଉପରୁ ପରଦା ହଟିବ ବୋଲି ବଡ଼ ସଂକେତ ଦେଇଛନ୍ତି କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ସୁସ୍ଥ ହେବା ପରେ ମୁମ୍ବାଇ ଫେରିଆସିଛନ୍ତି ଏକନାଥ । ଅସୁସ୍ଥତା କାରଣରୁ ଦିଲ୍ଲୀରୁ ଫେରିବା ପରେ ସେ ନିଜ ପୈତୃକ ଗ୍ରାମ ସତାରା ଯାଇଥିଲେ ।  ମୁମ୍ବାଇରୁ ଏକ ଡାକ୍ତରୀ ଟିମ୍ ସତରାରେ ପହଞ୍ଚି ସିନ୍ଦେଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରୁଥିଲେ । ମୁଖ୍ୟମନ୍ତ୍ରୀ ରେସରେ ଦେବେନ୍ଦ୍ର ଫଡନଭୀସ୍ ଆଗରେ ଥିବାବେଳେ ବିଜେପି କେନ୍ଦ୍ରୀୟ ନେତୃତ୍ବ କୌଣସି ନୂଆ ଚେହେରାଙ୍କୁ ଆଗକୁ ଆଣିବା ନେଇ ଚର୍ଚ୍ଚା ଜୋର ଧରିଛି । ଗଣମାଧ୍ୟମ ସହ କଥା ହେବାବେଳେ କିଏ ସିଏମ୍ ହେବେ ଏହା ନିଷ୍ପତି ନିଆଯାଇ ସାରିଛି, କେବଳ ଘୋଷଣାକୁ ଅପେକ୍ଷା ରହିଛି ବୋଲି କହିଛନ୍ତି ସିନ୍ଦେ। ମହାୟୁତିର 3 ସହଯୋଗୀ ଦଳ ମଧ୍ୟରେ ପଦକୁ ନେଇ କୌଣସି କନ୍ଦଳ ନଥିବା ମଧ୍ୟ କହିଛନ୍ତି ଏକନାଥ ।

ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ସହ ମନ୍ତ୍ରିମଣ୍ଡଳକୁ ନେଇ ମହାୟୁତି ବୈଠକରେ ନିଆଯାଇପାରେ ଚୁଡ଼ାନ୍ତ ନିଷ୍ପତ୍ତି । ଏକନାଥ ଗୋଷ୍ଠୀଙ୍କୁ କେଉଁ କେଉଁ ବିଭାଗ ଯିବ ଏବଂ ଅଜିତ୍ ପାୱାରଙ୍କ ଗୋଷ୍ଠୀକୁ କ’ଣ ବିଭାଗ ମିଳିବ, ଏନେଇ ଚର୍ଚ୍ଚା ଲାଗି ରହିଛି । ମହାୟୁତି ସହଯୋଗୀ ଏନସିପି ମୁଖ୍ୟ ଅଜିତ୍ ପାଓ୍ବାର ସିଏମ ରେସରୁ ଓହରି ଯାଇଥିବାବେଳେ ପ୍ରେସମିଟ୍ କରି ମୁଖ୍ୟମନ୍ତ୍ରୀ  ପଦ ପାଇଁ ଲାଳସା ନାହିଁ ବୋଲି ଖୋଲା ଖୋଲି କହିଥିଲେ ଶିବସେନା ମୁଖ୍ୟ ଏକନାଥ ସିନ୍ଦେ । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା ।

୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିକୁ ଏଥର ରେକର୍ଡ ସଂଖ୍ୟକ ୧୩୨ ଆସନ ମିଳିଥିବା ବେଳେ ଏକନାଥ ସିନ୍ଦେଙ୍କ ଶିବସେନାକୁ ମିଳିଛି ୫୭ ଆସନ। ଅଜିତ ପାୱାରଙ୍କ ଏନସିପିକୁ ମିଳିଥିଲା ୪୧ଟି ଆସନ । ଆସନ୍ତା 5 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜାରି ରହିଥିବାବେଳେ କିଏ ମୁଖ୍ୟମନ୍ତ୍ରୀ ହେବେ, ସୋମବାର ସ୍ପଷ୍ଟ ହେବା ସମ୍ଭାବନା ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Maharashtra Chief Minister's name to be announced today | Argus News