Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ, ବଢିଲା ସୁରକ୍ଷା

National

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ, ବଢିଲା ସୁରକ୍ଷା

Rashmita Mishra
Browse all articles by Rashmita Mishra
·1 year ago·2 min read
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ହତ୍ୟା ଧମକ, ବଢିଲା ସୁରକ୍ଷା

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ମିଳିଲା ହତ୍ୟା ଧମକ । ଏହାପରେ ତାଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଥିବା ନେଇ SID(State Intelligence Department) କମିଶନର ଆଶୁତୋଶ ଦାମ୍‌ରେ ସୂଚନା ଦେଇଛନ୍ତି ।SID କମିଶନର ଆଶୁତୋଶ ଦାମ୍‌ରେ କହିଛନ୍ତି, "ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଖବର ପରେ ଆମେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛୁ ।" ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ Z ପ୍ଲ୍‌ସ ସୁରକ୍ଷା ଯୋଗାଇ ଦିଆଯାଉଛି । କିନ୍ତୁ ବର୍ତ୍ତମାନ ତାଙ୍କୁ କିଛି ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଛି । ସୁରକ୍ଷାକର୍ମୀ ଏକନାଥ ସିନ୍ଦେଙ୍କ ସରକାରୀ ବାସଭବନ ବର୍ଷାରେ ନିୟୋଜିତ ରହିଛନ୍ତି ।


ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଇମେଲ ମାଧ୍ୟମରେ କାରକୁ ଉଡାଇବାକୁ ଧମକ ମିଳିଛି । ମନ୍ତ୍ରଣାଳୟ ସହିତ ଗୋରେଗାଓଁ ଏବଂ ଜେଜେମାର୍ଗ ଥାନା ପୋଲିସକୁ ଧମକପୂର୍ଣ୍ଣ ଇମେଲ ମିଳିଛି । ମୁମ୍ବାଇ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଏକନାଥ ସିନ୍ଦେଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କ ପତ୍ତା ଲଗାଇବାକୁ ଚେଷ୍ଟା କରାଯାଉଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଇମେଲ ଜରିଆରେ ଧମକ ମିଳିବା ପରେ ମହାରାଷ୍ଟ୍ର ପୋଲିସ ଉପମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଢାଇଦେଇଛି । ତେବେ ଏହା ପ୍ରଥମ ଥର ପାଇଁ ନୁହେଁ, ପୂର୍ବରୁ ଏକନାଥ ସିନ୍ଦେଙ୍କୁ ମାରିବାକୁ ଧମକ ମିଳିଛି । ଏହାପୂର୍ବରୁ ଫେବୃଆରୀ ୨୦୨୪ରେ ଜଣେ କଲେଜ ଛାତ୍ର ଏକନାଥ ସିନ୍ଦେ ଏବଂ ତାଙ୍କ ପୁଅକୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା । ଏହି ଧମକ ସୋସିଆଲ ମିଡିଆରେ ଜାରି କରାଯାଇଥିଲା । ପୋଲିସ ଏହି ମାମଲାରେ ଜଣେ ୧୯ ବର୍ଷୀୟ ଛାତ୍ରଙ୍କୁ ପୋଲିସ ଗିରଫ କରିଛି ।


ସୂଚନାଯୋଗ୍ୟ, କିଛି ଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଦିଲ୍ଲୀରେ ଭେଟି ଫେରିବା ପରେ ସିନ୍ଦେ ଅସୁସ୍ଥ ହୋଇପଡ଼ିଥିଲେ । ଏହାପରେ ସେ ନିଜ ଗାଁ ସତାରା ଚାଲି ଯାଇଥିଲେ । ସେଠାରେ ଦୁଇ ଦିନ ରହିବା ପରେ ସିନ୍ଦେ ରବିବାର ସନ୍ଧ୍ୟାରେ ମୁମ୍ବାଇ ଫେରିଥିଲେ ।

Sponsored
maharashtra-deputy-cm-eknath-shinde-receives-death-threat | Argus News