ଦ୍ୱାଦଶ ପାସ୍ କରିଥିଲେ ମାସକୁ ମିଳିବ ୬ ହଜାର ଟଙ୍କା

ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ସିନ୍ଦେ ସରକାରଙ୍କ ବଡ଼ ଘୋଷଣା। ମଧ୍ୟପ୍ରଦେଶର ଲାଡଲୀ ବେହନା ପରେ ମହାରାଷ୍ଟ୍ର ସରକାର ଆରମ୍ଭ କରିଛନ୍ତି ଲାଡଲା ଭାଇ ଯୋଜନା । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଘୋଷଣା ମୁତାବକ ରାଜ୍ୟରେ ଯେଉଁ ଛାତ୍ରମାନେ ଯୁକ୍ତଦୁଇ ପାସ କରିଛନ୍ତି ସେମାନଙ୍କୁ ସରକାରଙ୍କ ପକ୍ଷରୁ ମାସକୁ ୬ ହଜାର ଟଙ୍କା ଭତ୍ତା ଦିଆଯିବ। ଆହୁରି ମଧ୍ୟ ଯେଉଁମାନେ ଡିପ୍ଲୋମା ପାସ୍ କରିଛନ୍ତି ସେମାନଙ୍କୁ ମାସିକ ୮ ହଜାର ଓ ଗ୍ରାଜୁଏସନ ପାସଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବ।
ଚଳିତ ବର୍ଷ ଶେଷ ଆଡକୁ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ରହିଛି । ଏହାକୁ ନଜରରେ ରଖି ସିନ୍ଦେ ସରକାର ଏଭଳି ଘୋଷଣା କରିଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ମହାରାଷ୍ଟ୍ରରେ ବଢୁଥିବା ବେରୋଜଗାରୀ ସମସ୍ୟା ନେଇ ବିରୋଧୀ ମେଣ୍ଟ ବାରମ୍ବାର ସରକାରଙ୍କୁ ଘେରୁଥିବା ବେଳେ ଏହି ପ୍ରସଙ୍ଗକୁ ଦୁର୍ବଳ କରିବାକୁ ରାଜ୍ୟ ସରକାର ଏଭଳି ଘୋଷଣା କରିଛନ୍ତି । କିଛି ଦିନ ତଳେ ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ନେତା ଉଦ୍ଧବ ଠାକରେ ରାଜ୍ୟରେ ବଢୁଥିବା ବେରୋଜଗାରୀ ପ୍ରସଙ୍ଗ ଉଠାଇ ସିନ୍ଦେ ସରକାରଙ୍କୁ ଘେରିଥିଲେ । ଏବେ ଏହାର କାଟ ବାହାର କରିଛନ୍ତି ସିନ୍ଦେ ସରକାର।
ଅଧିକ ପଢ଼ନ୍ତୁ ଦେଶ ଖବର: