Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

IAS Officer Suspended / ବାରମ୍ବାର ମନ୍ତ୍ରୀ ଡାକୁଥିଲେ ବୈଠକ; ଆସୁନଥିଲେ କି ତଥ୍ୟ ଦେଉ ନଥିଲେ IAS ଅଧିକାରୀ, ତା'ପରେ...

Sushanta Sahoo
Browse all articles by Sushanta Sahoo
·4 months ago·2 min read
ବାରମ୍ବାର ମନ୍ତ୍ରୀ ଡାକୁଥିଲେ ବୈଠକ; ଆସୁନଥିଲେ କି ତଥ୍ୟ ଦେଉ ନଥିଲେ IAS ଅଧିକାରୀ, ତା'ପରେ...
Minister Calls, Officer Skips — Suspension Follow

Key Points

ମହାରାଷ୍ଟ୍ରର ପରିବେଶ ବିଭାଗ ମନ୍ତ୍ରୀ ପଙ୍କଜା ମୁଣ୍ଡେଙ୍କ କଥା ନ ମାନିବାରୁ ନିଲମ୍ବିତ ହୋଇଛନ୍ତି IAS । ୨୦୧୧ ବ୍ୟାଚ୍‌ର ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀ (IAS) ଏମ୍. ଦେବେନ୍ଦ୍ର ସିଂହଙ୍କୁ ନିଲମ୍ବନ କରାଯାଇଛି ।
ମୁମ୍ବାଇ: ଡାକୁଥିଲେ ମନ୍ତ୍ରୀ, ଶୁଣୁ ନଥିଲେ ଅଧିକାରୀ । ଥରେ କି ଦୁଇଥର ନୁହେଁ ଏକାଧିକ ଦର ମନ୍ତ୍ରୀ ବୈଠକ ପାଇଁ ଡାକିଥିଲେ ବି ଅଧିକାରୀ ଆସି ନଥିଲେ । ମନ୍ତ୍ରୀ ମାଗିଥିବା ତଥ୍ୟ ବି ଦେଲେନି । ଶେଷରେ ଉକ୍ତ IAS ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି ।

ମହାରାଷ୍ଟ୍ରର ପରିବେଶ ବିଭାଗ ମନ୍ତ୍ରୀ ପଙ୍କଜା ମୁଣ୍ଡେଙ୍କ କଥା ନ ମାନିବାରୁ ନିଲମ୍ବିତ ହୋଇଛନ୍ତି IAS । ୨୦୧୧ ବ୍ୟାଚ୍‌ର ସର୍ବଭାରତୀୟ ପ୍ରଶାସନିକ ସେବା ଅଧିକାରୀ (IAS) ଏମ୍. ଦେବେନ୍ଦ୍ର ସିଂହଙ୍କୁ ନିଲମ୍ବନ କରାଯାଇଛି । ଏବେ ସେ ମହାରାଷ୍ଟ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଅଛନ୍ତି ।

ତେବେ ମନ୍ତ୍ରୀଙ୍କ କେଉଁ କଥାକୁ ମାନି ନଥିଲେ IAS ଅଧିକାରୀ, ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି । ଫେବ୍ରୁଆରୀ ୨୬ ତାରିଖରେ ମହାରାଷ୍ଟ୍ର ବିଧାନସଭାରେ IAS ଏମ୍. ଦେବେନ୍ଦ୍ର ସିଂହଙ୍କ ପ୍ରସଙ୍ଗ ଉଠିଥିଲା ।

ଏଥିସହ ପଢ଼ନ୍ତୁ: TMCର ହେଭିଓ୍ବେଟ ମୁକୁଲ ରାୟଙ୍କ ପରଲୋକ, ମମତାଙ୍କର ଅତି ଘନିଷ୍ଠ ଥିଲେ

ମହାରାଷ୍ଟ୍ରର ପରିବେଶ ମନ୍ତ୍ରୀ ପଙ୍କଜା ମୁଣ୍ଡେ ଚନ୍ଦ୍ରପୁର ଜିଲ୍ଲାରେ ପ୍ରଦୂଷଣ ସମ୍ପର୍କିତ ଏକ ଚର୍ଚ୍ଚା ଉପରେ ପ୍ରତିକ୍ରିୟା ମାଗିଥିଲେ । ବିଧାନସଭାରେ ମନ୍ତ୍ରୀ କହିଥିଲେ, "ମୁଁ ବିସ୍ତୃତ ତଥ୍ୟ ଦେଇପାରିବି ନାହିଁ । କାରଣ ଏମ୍. ଦେବେନ୍ଦ୍ର ସିଂହଙ୍କ ସହ ଅନ୍ୟ ସମ୍ପର୍କିତ ଅଧିକାରୀ ସେ ଡାକିଥିବା ବୈଠକରେ ଉପସ୍ଥିତ ନଥିଲେ ।"

ମନ୍ତ୍ରୀ ପଙ୍କଜା ମୁଣ୍ଡେ ବିଧାନସଭାରେ ଦେଇଥିବା ସୂଚନା ଅନୁସାରେ, ବାରମ୍ବାର ମନେ ପକାଇବା ସତ୍ତ୍ଵେ ବୈଠକକୁ ଆସି ନଥିଲେ ଅଧିକାରୀ । ବରଂ କଥିତ ଭାବେ ଏକ ମେସେଜ ପଠାଇ ସେ ଅନୁପସ୍ଥିତ ରହୁଥିବାର ସୂଚନା ଦେଇଥିଲେ ।

କାର୍ଯ୍ୟବାହକ ଅଧ୍ୟକ୍ଷ ଦିଲୀପ ଲାଣ୍ଡେ ମନ୍ତ୍ରୀଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ନେଇଛନ୍ତି । ଅଧିକାରୀଙ୍କ ଅନୁପସ୍ଥିତିକୁ 'ଘୋର ଅବହେଳା' ଓ 'ବିଧାନସଭାର ଅପମାନ' ବିବେଚନା କରିଛନ୍ତି । ଏଥିସହ IAS ଅଧିକାରୀଙ୍କ ବିରୋଧରେ ତତ୍‌କ୍ଷଣାତ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

୨୪ ଘଣ୍ଟା ଭିତରେ ରାଜ୍ୟ ସରକାର ନିୟମ ଅନୁସାରେ, IAS ଅଧିକାରୀଙ୍କୁ ନିଲମ୍ବନ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏମ୍. ଦେବେନ୍ଦ୍ର ସିଂହଙ୍କ ସହ ଏମପିସିବିର ଯୁଗ୍ମ ନିର୍ଦ୍ଦେଶକ ସତୀଶ ପଡୱାଲଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି ।

ଏଥିସହ ପଢ଼ନ୍ତୁ: ତାମିଲନାଡ଼ୁ ରାଜନୀତିରେ ବଡ଼ ହଲଚଲ... ଡିଏମକେରେ ସାମିଲେ ହେଲେ ପନିରସେଲଭମ

ଏହି ପ୍ରସଙ୍ଗ ଏବେ କାର୍ଯ୍ୟପାଳିକା ଓ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ବରିଷ୍ଠ ବିଜେପି ନେତା ସୁଧୀର ମୁନଙ୍ଗଟିବାର ଅଧିକାରୀଙ୍କ ଆଚରଣକୁ 'ଗଣତନ୍ତ୍ରର ନିର୍ମମ ହତ୍ୟା' ଓ 'ସମ୍ବିଧାନର ଅପମାନ' କହିଛନ୍ତି ।

ମନ୍ତ୍ରୀ ପଙ୍କଜା ମୁଣ୍ଡେ ଗୃହରେ କହିଛନ୍ତି, "ଅଧିକାରୀଙ୍କ ଏଭଳି ଅବଜ୍ଞା ମନ୍ତ୍ରୀ ଜନତାଙ୍କ ପ୍ରତି ଥିବା ଉତ୍ତରଦାୟୀରେ ବାଧା ସୃଷ୍ଟି କରୁଛି ।" ଏମ୍. ଦେବେନ୍ଦ୍ର ସିଂହଙ୍କ ବିରୋଧରେ ବିଧିବଦ୍ଧ ବିଭାଗୀୟ ଯାଞ୍ଚ ଚାଲିବା ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଛି । ଏହି ସମୟରେ ସେ ମୁମ୍ବାଇ ମୁଖ୍ୟାଳୟରେ ରହିବେ ଏବଂ ଅନୁମତି ବିନା ସହର ଛାଡ଼ି ପାରିବେ ନାହିଁ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
IAS Officer Suspended After Skipping Minister’s Meetings in Maharashtra | Argus News | Argus News