Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଭୟାନକ ବିସ୍ଫୋରଣ, ଚାଲିଗଲା ୮ ଜଣଙ୍କ ଜୀବନ

National

ଭୟାନକ ବିସ୍ଫୋରଣ, ଚାଲିଗଲା ୮ ଜଣଙ୍କ ଜୀବନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଭୟାନକ ବିସ୍ଫୋରଣ, ଚାଲିଗଲା ୮ ଜଣଙ୍କ ଜୀବନ

ଅର୍ଗସ ବ୍ୟୁରୋ:  ମହାରାଷ୍ଟ୍ରର ଠାଣେଠାରେ ଗୁରୁବାର ଦିନ ଏକ କେମିକାଲ ଫ୍ୟାକ୍ଟ୍ରିରେ ବଡ ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ପାଖାପାଖି ୮ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏହାସହ ୬୪ରୁ ଅଧିକ ଲୋକ ଗୁରୁତର ହୋଇଥିଲେ। ଦ୍ୱିପହର ୧.୪୦ଟାରେ ଡୋମ୍ୱିବଲି ମହାରାଷ୍ଟ୍ର ଔଧୋଗିକ ବିକାଶ ନିଗମ ଏରିଆର ଫେଜ ୨ରେ ଏକ ଓ୍ୱାୟରଲ ଫାଟିଗଲା। ଏହି ବିସ୍ଫୋରଣ ଏତେ ବଡ ଥିଲା ଯେ, ଏହାର ପ୍ରଭାବ କେମିକାଲ ଫ୍ୟାକ୍ଟ୍ରିର ଆଖପାଖରେ ଥିବା ଅନେକ ଫ୍ୟାକ୍ଟ୍ରିରେ ପଡିଲା। ଘଟଣା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏବଂ ସାଂସଦ ଶ୍ରୀକାନ୍ତ ସିନ୍ଧେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେମାନେ ଆହତଙ୍କୁ ଆଶ୍ୱସନା ଦେଇଥିଲେ। ଏହାସହ ସରକାର ସେମାନଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ବହନ କରିବେ। ମହାରାଷ୍ଟ୍ର ସରକାର ଏହି ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା କରିଛନ୍ତି।

ପ୍ଲାଣ୍ଟ ଭିତରେ ଏବେବି କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଦମକଲ ବାହୀନି ଏବେବି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ବାୟରଲ ବିସ୍ଫୋରଣ ଏତେ ବଡ ଧରଣର ଥିଲା ଯେ, ଏହାର ଶବ୍ଦ ପାଖାପାଖି ୬ କିଲୋମିଟର ପର୍ଯ୍ୟନ୍ତ ଶୁଣାଯାଇଥିଲା। ଏହାସହ ଏହାର ପ୍ରଭାବ ୨ କିଲୋମିଟର ପର୍ଯ୍ୟନ୍ତ ପହଇଥିଲା। ଯାହାଦ୍ୱାରା ଫ୍ୟାକ୍ଟ୍ରି, ଦୋକାନ ଏବଂ ଅନେକ ଘର ଉପରେ ପଡିଥିଲା। ଯେଉଁଥିରେ ସ୍ଥାନୀୟ ଲୋକମାନେ ଏବେବି ଆହତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ ଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
maharashtra thane chemical factory blast dead | Argus News