Viral Video / ଖରାପ ମେସେଜ୍ କରୁଥିଲେ ବସ୍ ଡ୍ରାଇଭର, କଲର ଟାଣି ନିର୍ଦ୍ଧୁମ୍ ପିଟିଲେ ମହିଳା

Key Points
ଟିକେଟ୍ ରୁ ଫୋନ ନମ୍ବର ଆଣି ଖରାପ ମେସେଜ୍ କରୁଥିଲେ ଡ୍ରାଇଭର
କଲର ଟାଣି ନିର୍ଦ୍ଧୁମ୍ ପିଟିଲେ ମହିଳା
ଦେଲେ ଚେତାବନୀ
ବସରେ ଯାତ୍ରା ପାଇଁ ଟିକେଟ୍ ବୁକିଂ କଲାବେଳେ ସାବଧାନ ରୁହନ୍ତୁ । କାରଣ ଆପଣଙ୍କ ଫୋନ ନମ୍ବରର ହୋଇପାରେ ଖରାପ ବ୍ୟବହାର । ପଡିପାରନ୍ତି ଅସୁବିଧାରେ । କାରଣ ନିକଟରେ ଏମିତି ଏକ ଘଟଣା ଘଟିଛି ମାହାରାଷ୍ଟ୍ରରେ । ମହିଳା ଯାତ୍ରୀଙ୍କୁ ଖରାପ ଭିଡିଓ ପଠାଉଥିଲେ ଡ୍ରାଇଭର । ସମସ୍ତଙ୍କ ସାମନାକୁ ଡାକି ଚାପୁଡା ମାରିଲେ ମହିଳା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ ।
ପ୍ରକୃତ ଘଟଣା ହେଉଛି ମହାରାଷ୍ଟ୍ର ସିନ୍ଧୁଦୁର୍ଗ ଜିଲ୍ଲାର ଜଣେ ମହିଳା କନକଭଲିରୁ ମୁମ୍ବାଇ ସବୁବେଳେ ବସ୍ ରେ ଯାତ୍ରା କରିଥାନ୍ତି । ସେଥିପାଇଁ ସେ ସବୁବେଳେ ଘରୋଇ ଟ୍ରାଭେଲ୍ କମ୍ପାନୀରୁ ଟିକେଟ୍ ବୁକିଂ କରିଥାନ୍ତି ।
📱 Get Argus News App
✨ମହିଳାଙ୍କ କହିବା କଥା ତାଙ୍କ ଟିକେଟ୍ ରୁ ଫୋନ ନମ୍ୱର ନେଇ ତାଙ୍କୁ ମେସେଜ୍ କରିଥିଲେ ସେହି ବସର ଡ୍ରାଇଭର ଜଣଙ୍କ । ଏହା ସହ ଥରେ ନୁହେଁ ବାରମ୍ବାର ତାଙ୍କୁ ଖରାପ ଭିଡିଓ ମଧ୍ୟ ପଠାଉଥିଲେ । ଯାହାକୁ ନେଇ ମହିଳା ଜଣଙ୍କ ଖୁବ ଚିନ୍ତିତ ରହୁଥିଲେ । ଏସବୁ କିଏ କରୁଛି ବୁଝିପାରୁନଥିଲେ । ଶେଷରେ ସେ ସବୁ ଜିନିଷ ଜାଣିବା ପରେ ସମସ୍ତଙ୍କ ଆଗରେ ସେହି ଡ୍ରାଇଭରକୁ ନିର୍ଦ୍ଧୁମ୍ ପିଟିଥିଲେ ।
ଟ୍ରାଭେଲ୍ କମ୍ପାନୀର ଅଫିସକୁ ଯାଇ ଡ୍ରାଇଭର ଜଣଙ୍କର ପ୍ଲାନ୍ କୁ ଭଣ୍ଡୁର୍ କରିଥିଲେ । ତାଙ୍କୁ ଫୋନରେ କଣ୍ଟାକ୍ଟ୍ କରି ଡାକିଥିଲେ । ଏବଂ ନିଜ ଫୋନ ଦେଖାଇ ଚାପୁଡା ମାରିଥିଲେ । ମହିଳା ଜଣଙ୍କ ଡ୍ରାଇଭରକୁ ମାରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେଉଛି ।
Related Topics
Explore more stories